‘ଇଣ୍ଡିଆ ମେଣ୍ଟ ନୀତିଶ କୁମାରଙ୍କୁ ଦେଇଥିଲା ପ୍ରଧାନମନ୍ତ୍ରୀ ପଦ ଅଫର’

ଓଡ଼ିଆ ବାର୍ତ୍ତା/ ନୂଆଦିଲ୍ଲୀ: ୨୦୨୪ ନିର୍ବାଚନରେ ବିଜେପିକୁ ସ୍ପଷ୍ଟ ବହୁମତ ମିଳିନଥିବା ବେଳେ ଏନଡିଏର ସହଯୋଗୀ ଦଳକୁ ନେଇ ସରକାର ଗଢିବେ ନରେନ୍ଦ୍ର ମୋଦୀ । ତୃତୀୟ ଥର ପାଇଁ ଭାରତର ପ୍ରଧାନମନ୍ତ୍ରୀ ଭାବେ ରବିବାର ଶପଥ ଗ୍ରହଣ କରିବେ ମୋଦୀ । କୌଣସି ଦଳକୁ ସ୍ପଷ୍ଟ ବହୁମତ ମିଳିନଥିବା ବେଳେ ଇଣ୍ଡିଆ ମେଣ୍ଟ ମଧ୍ୟ ସରକାର ଗଢିବାକୁ ପ୍ରୟାସ କରିଥିଲା । ଯାହାର ଖୁଲାସା କରିଛନ୍ତି ଜେଡିୟୁର ବରିଷ୍ଠ ନେତା କେସି ତ୍ୟାଗୀ । ଜାତୀୟ ଗଣମାଧ୍ୟମରେ କେସି ତ୍ୟାଗୀ ଦେଇଥିବା ପ୍ରତିକ୍ରିୟାରେ କହିଛନ୍ତି, ଆମ ଦଳର ନେତାଙ୍କୁ ଅନେକ ଅଫର ମିଳିଥିଲା କିନ୍ତୁ ଏହାକୁ ପ୍ରତ୍ୟାଖାନ କରିଥିଲେ ନୀତିଶ । ଏପରିକି ପ୍ରଧାନମନ୍ତ୍ରୀ ହେବାକୁ ମଧ୍ୟ ଅଫର ଆସିଥିଲା । ଏଭଳି ଅଫର ସେଭଳି ଲୋକଙ୍କ ଠାରୁ ଆସିଥିଲା ଯେଉଁମାନେ ଇଣ୍ଡିଆ ମେଣ୍ଟରେ ନୀତିଶଙ୍କୁ ସଂଯୋଜକ କରିବାକୁ ମଧ୍ୟ ମନା କରିଥିଲେ । ଇଣ୍ଡିଆ ମେଣ୍ଟର ଆମେ ସୃଷ୍ଟିକର୍ତ୍ତା ଥିଲୁ । କଂଗ୍ରେସ ଦଳକୁ ନେଇ ଅନ୍ୟ ଦଳ ମଧ୍ୟରେ ଥିବା ଦୂର କରିଥିଲେ ନୀତିଶ । ଅଖିଳେଶ ଯାଦବ, କେଜ୍ରିୱାଲ, ମମତା ବାନାର୍ଜୀ କଂଗ୍ରେସ ସହ ମଞ୍ଚ ସେୟାର କରିବାକୁ ମଧ୍ୟ ପ୍ରସ୍ତୁତ ନଥିଲେ । ଆମ ଦଳ ଓ ନେତାଙ୍କ ସହ ଯେଉଁଭଳି ବ୍ୟବହାର କରାଗଲା ତାହାର ଫଳସ୍ୱରୂପ ଆମେ ଇଣ୍ଡିଆ ମେଣ୍ଟରୁ ବାହାରି ଏନଡିଏରେ ଯୋଗ ଦେଇଥିଲୁ । ନିର୍ବାଚନ ଫଳାଫଳ ଆସିବା ପରେ ଇଣ୍ଡିଆ ମେଣ୍ଟର ଅନେକ ଶୀର୍ଷ ନେତୃତ୍ୱ ନୀତିଶଙ୍କ ସହ ଯୋଗାଯୋଗ କରିବାକୁ ଚାହୁଁଥିଲେ । କିନ୍ତୁ ଦଳ ପକ୍ଷରୁ ପଛକୁ ଫେରିବାର ପ୍ରଶ୍ନ ଉଠୁନଥିଲା । ଏବେ ଆମେ ମୋଦୀଙ୍କ ନେତୃତ୍ୱରେ ଏନଡିଏକୁ ଶକ୍ତିଶାଳୀ କରିବୁ ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.