ବିମଳା ଧାନ ମଣ୍ଡି ଠାରେ ଆର୍ଟ ଅପ୍ ଗିଭିଙ୍ଗର ଏକାଦଶତମ ପ୍ରତିଷ୍ଠା ଦିବସ ପାଳିତ ‌

ଓଡ଼ିଆ ବାର୍ତ୍ତା/ ଜୟପାଟଣା (ଧନେଶ୍ଵର ପୁଞ୍ଜି): ଜୟପାଟଣା ବ୍ଲକ ଭଇଁରିପାଲି ଗ୍ରାମ ପଞ୍ଚାୟତର ବିମଳା ଧାନ ମଣ୍ଡି ଠାରେ କିଟ୍ ଓ କିସ୍ ର ପ୍ରତିଷ୍ଠାତା ଡଃ ଅଚ୍ୟୁତ ସାମନ୍ତଙ୍କ ପକ୍ଷରୁ ଆର୍ଟ ଅପ୍ ଗିଭିଙ୍ଗର ଏକାଦଶତମ ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଅଛି। ଏନେଇ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଜୟପାଟଣା ବ୍ଲକ ଅଧ୍ୟକ୍ଷ ଥବିର ବାଗ ଯୋଗଦେଇ ଆର୍ଟ ଅପ୍ ଗିଭିଙ୍ଗ କ’ଣ? ଏହାର ଉଦ୍ଦେଶ୍ୟ କ’ଣ ସେ ବିଷୟରେ ଆଲୋକପାତ କରିଥିଲେ। ମୁଖ୍ୟ ବକ୍ତା ଭାବେ ରେଙ୍ଗାଲପାଲି ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନଶିକ୍ଷକ ଲଲିତ କୁମାର ନାଏକ, ସମ୍ମାନୀତ ଅତିଥି ଭାବରେ ଭଇଁରିପାଲି ସରପଞ୍ଚ ପ୍ରତିନିଧି ଦୈତାରି ଛତ୍ରିଆ, ଜୟପାଟଣା ବ୍ଲକ ସମ୍ବାଦ ପ୍ରତିନିଧି ଶରତ ଚନ୍ଦ୍ର ରାଉତ, ଓଡ଼ିଆ ବାର୍ତ୍ତା ଜୟପାଟଣା ବ୍ଲକ ପ୍ରତିନିଧି ଧନେଶ୍ଵର ପୁଞ୍ଜି, ବରିଷ୍ଠ ସାମ୍ବାଦିକ ଅସରଫ ଖାଁ ପ୍ରମୁଖ ମଞ୍ଚାସୀନ ଥିଲେ। ଏହି ଆର୍ଟ ଅପ୍ ଗିଭିଙ୍ଗ ଦିବସ ପାଳିବାର ମୁଖ୍ୟ ଉଦ୍ଦେଶ୍ୟ ହେଲା ରାଜ୍ୟର ଆଦିବାସୀ ଛାତ୍ରଛାତ୍ରୀ ମାନଙ୍କ ପାଇଁ ଡଃ ଅଚ୍ୟୁତ ସାମନ୍ତ କିଟ୍ ଓ କିସ୍ ବିଦ୍ୟାଳୟ ଖୋଲି ହଜାର ହଜାର ସଂଖ୍ୟାରେ ଆଦିବାସୀ କୁନି କୁନି ଛାତ୍ରଛାତ୍ରୀଙ୍କୁ ଶିକ୍ଷାଦାନ ଯୋଗାଇ ଆସୁଛନ୍ତି। ଏହି ଦିବସ ମାଧ୍ୟମରେ ଆଦିବାସୀ ଛାତ୍ରଛାତ୍ରୀ ମାନଙ୍କର ଅଭିଭାବକ ମାନେ କିଭଳି ଅଧିକ ସଂଖ୍ୟାରେ କିଟ୍ ଓ କିସ୍ ରେ ନାମଲେଖାଇ ପାରିବେ ସେ ବିଷୟ ଉପସ୍ଥିତ ବୁଦ୍ଧିଜୀବୀ ତଥା ଜନସାଧାରଣଙ୍କୁ ମଞ୍ଚାସୀନ ଅତିଥିମାନେ ମତ ଦେଇଥିଲେ। ଏହି ଅବସରରେ କୁନି କୁନି ଛାତ୍ରଛାତ୍ରୀ ମାନଙ୍କୁ ଅତିଥିବୃନ୍ଦ ଖାତା ଓ କଲମ ବଣ୍ଟନ କରିଥିଲେ। ଏହି ଦିବସଟି ଜୟପାଟଣା ବ୍ଲକ ଆର୍ଟ ଅପ୍ ଗିଭିଙ୍ଗର ସଭାପତି ଡମ୍ବରୁଧର ନାଏକଙ୍କ ତତ୍ତ୍ଵାବଧାନରେ ଆୟୋଜିତ ହୋଇଥିବାବେଳେ ଆର୍ଟ ଅପ୍ ଗିଭିଙ୍ଗର ସଦସ୍ୟ ଧନଞ୍ଜୟ ଶବର, ଚନ୍ଦ୍ରମଣି ନାଏକ, ବାମଦେବ ଧଙ୍ଗଡା ମାଝୀ, ମନୋଜ ପୁଝାରୀ, ଡମ୍ବରୁଧର ଶବର ପ୍ରମୁଖ ସହଯୋଗ କରିଥିଲେ। ଏଥିରେ ଆଦିବାସୀ ମହିଳା, ଛାତ୍ରଛାତ୍ରୀ ତଥା ସେମାନଙ୍କ ଅଭିଭାବକମାନେ ବହୁ ସଂଖ୍ୟାରେ ଯୋଗ ଦେଇଥିଲେ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.