ତିହାର ଜେଲରେ କେଜ୍ରିୱାଲଙ୍କୁ ଗିରଫ କଲା ସିବିଆଇ

ଓଡ଼ିଆ ବାର୍ତ୍ତା/ ନୂଆଦିଲ୍ଲୀ: ତିହାର ଜେଲରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ସିବିଆଇ ଗିରଫ କରିଛି। ଏହାପୂର୍ବରୁ ମାର୍ଚ୍ଚ ମାସରେ ତାଙ୍କୁ ମନି ଲଣ୍ଡରିଂ ମାମଲାରେ ଇଡି ଗିରଫ କରିଥିଲା ​​ଏବଂ ତାଙ୍କୁ ତିହାର ଜେଲରେ ରଖାଯାଇଥିଲା । ବର୍ତ୍ତମାନ ସିବିଆଇ ତାଙ୍କୁ ଗିରଫ କରିବା ପରେ ଆଜି ବୁଧବାର କୋର୍ଟରେ ହାଜର କରିବା ନେଇ ସୂଚନା ରହିଛି । ସୋମବାର ଦିନ ସିବିଆଇ ତାଙ୍କ ଜେଲରେ ପଚରାଉଚରା କରିଥିଲା। ଦିଲ୍ଲୀ ମଦ ଦୁର୍ନୀତି ମାମଲାରେ  କେଜ୍ରିୱାଲଙ୍କୁ ଗିରଫ କରିଛି ସିବିଆଇ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.