ଓଡ଼ିଆ ବାର୍ତ୍ତା/ ନୂଆଦିଲ୍ଲୀ: ତିହାର ଜେଲରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ସିବିଆଇ ଗିରଫ କରିଛି। ଏହାପୂର୍ବରୁ ମାର୍ଚ୍ଚ ମାସରେ ତାଙ୍କୁ ମନି ଲଣ୍ଡରିଂ ମାମଲାରେ ଇଡି ଗିରଫ କରିଥିଲା ଏବଂ ତାଙ୍କୁ ତିହାର ଜେଲରେ ରଖାଯାଇଥିଲା । ବର୍ତ୍ତମାନ ସିବିଆଇ ତାଙ୍କୁ ଗିରଫ କରିବା ପରେ ଆଜି ବୁଧବାର କୋର୍ଟରେ ହାଜର କରିବା ନେଇ ସୂଚନା ରହିଛି । ସୋମବାର ଦିନ ସିବିଆଇ ତାଙ୍କ ଜେଲରେ ପଚରାଉଚରା କରିଥିଲା। ଦିଲ୍ଲୀ ମଦ ଦୁର୍ନୀତି ମାମଲାରେ କେଜ୍ରିୱାଲଙ୍କୁ ଗିରଫ କରିଛି ସିବିଆଇ।