ପ୍ରଧାନ ଶିକ୍ଷକ ବିଷ୍ଣୁ ଚରଣ ସାହୁଙ୍କୁ ବିଦାୟ ସମ୍ବର୍ଦ୍ଧନା

ଓଡିଆ ବାର୍ତ୍ତା/ ସୁବର୍ଣ୍ଣପୁର (ରାଜ କିଶୋର ତ୍ରିପାଠୀ): ବୌଦ୍ଧ ଜିଲ୍ଲା ତାଲପଦର କ୍ଲଷ୍ଟର ରକ୍ସା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ବିଷ୍ଣୁ ଚରଣ ସାହୁଙ୍କୁ ବିଦାୟୀ କାଳୀନ ସମ୍ବର୍ଧନା ଜ୍ଞାପନ କରାଯାଇଛି। ତବଡ଼ା ସ୍କୁଲ୍ ପ୍ରଧାନ ଶିକ୍ଷକ ଚମ୍ପେଶ୍ୱର ବେଜିଙ୍କ ସଭାପତିତ୍ୱ ରେ ଅନୁଷ୍ଟିତ ଏହି ସଭାରେ ଅତିଥିଙ୍କ ପରିଚୟ ପ୍ରଦାନ କରିଥିଲେ ଶିକ୍ଷକ ଡମ୍ବରୁ ଧର ମେହେର। ଏଠାରେ ବିଇଓ ବୌଦ୍ଧ ମୁଖ୍ୟ ଅତିଥି ଉପେନ୍ଦ୍ର ପ୍ରଧାନ, ସିଆରସିସି ଗଜେନ୍ଦ୍ର ମହାଲିକ, ମୁଖ୍ୟ କିରାଣୀ ଦିଲୀପ ମେହେର ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ଅବସର ପ୍ରାପ୍ତ ଶିକ୍ଷକ ଶ୍ରୀ ସାହୁ ଙ୍କ ଉତ୍ସର୍ଗୀକୃତ ସେବା ଓ ବିଦ୍ୟାଳୟ ପ୍ରତି ଥିବା ତାଙ୍କ ଅବଦାନ କୁ ଭୂୟସୀ ପ୍ରଶଂସା କରିବା ସହ ସୁଖମୟ ଓ ଉଜ୍ବଳ ଭବିଷ୍ୟତ କାମନା କରିଥିଲେ। ଜିଲ୍ଲା ଏକ୍ସ କ୍ୟାଡ଼ର ଶିକ୍ଷକ ସଂଘର ସହ ସମ୍ପାଦକ ଜୟରାମ ମେହେର ସମସ୍ତ କାର୍ଯ୍ଯ କୁ ତଦାରଖ କରିଥିବା ବେଳେ ବରିଷ୍ଠ ଶିକ୍ଷକ ସୁମନ୍ତ ମିଶ୍ର ଧନ୍ୟବାଦ୍ ଅର୍ପଣ କରିଥିଲେ। ପରିବେଶ ସୁରକ୍ଷା ଓ ଏହି ଦିବସକୁ ସ୍ମରଣୀୟ କରିବା ପାଇଁ ବିଇଓ ଙ୍କ ଦ୍ଵାରା ଏକ ସାମୁହିକ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଟିତ ହୋଇଥିଲା। ଶ୍ରୀ ସାହୁ ଙ୍କୁ ବିଦାୟ ସମ୍ବର୍ଧନା ଦେବା ବେଳେ ଉପସ୍ଥିତ ଛାତ୍ର ଛାତ୍ରୀ ଅଭିଭାବକ ଓ ଶିକ୍ଷକ ଶିକ୍ଷୟତ୍ରୀ ଭାବ ବିହ୍ୱଳ ହୋଇ ଯାଇଥିଲେ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.