ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନର୍ଲା ପଞ୍ଚାୟତ ସମିତି ସରକାରୀ ହାଇସ୍କୁଲର ଜୁନିୟର ଆସିଷ୍ଟାଣ୍ଟ ସୁବାସ ପଧାନ ଗତ ୩୦ ଜୁନରେ ଚାକିରୀ ଜୀବନରୁ ଅବସର ନେଇଛନ୍ତି । ଏନେଇ ଜୁଲାଇ ୨ ରେ ତାଙ୍କୁ ବିଦ୍ୟାଳୟ ତରଫରୁ ବିଦାୟ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିବା ବେଳେ ବୁଧବାର ସର୍ଗିଗୁଡା ଗ୍ରାମ ପଞ୍ଚାୟତ ଅଧିନସ୍ଥ ପଧାନ ପରିବାର ତରଫରୁ ବିଦାୟ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି । ଏନେଇ ବାଙ୍କେଲ ପଧାନ ପରିବାର ପରିସରରେ ଏକ ଭବ୍ୟ ସମ୍ବର୍ଦ୍ଧନା ସଭାର ଆୟୋଜନ କରାଯାଇଥିଲା ।

ଏଥିରେ ମୁଖ୍ୟ ଅତିଥି ଭାବରେ ପଞ୍ଚାୟତ ସମିତି ସରକାରୀ ହାଇସ୍କୁଲ ନର୍ଲାର ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ସୁବାସ ଚନ୍ଦ୍ର ଚାନ୍ଦ ମୁଖ୍ୟ ଅତିଥି ଭାବରେ ଯୋଗଦାନ କରି ସୁବାସ ପଧାନଙ୍କ କାର୍ଯ୍ୟ ଦକ୍ଷତା ଓ ତାଙ୍କର କଠୋର ପରିଶ୍ରମ, ଲୋକପ୍ରିୟତା ବିଷୟରେ ସ୍ମରଣ କରିଥିଲେ । ସମ୍ମାନୀତ ଅତିଥି ଭାବରେ ବିଦ୍ୟାଳୟର ପୂର୍ବତନ ପ୍ରଧାନ ଶିକ୍ଷକ ତଥା ଅବସରପ୍ରାପ୍ତ ଜୁନାଗଡ ବିଇଓ ବିଜୟ ସେନାପତି, ବିଦ୍ୟାଳୟର ଅବସର ପ୍ରାପ୍ତ ଶିକ୍ଷକ ରାମଚନ୍ଦ୍ର ପରିଡା, ଅବସରପ୍ରାପ୍ତ ବିଇଓ ସଞ୍ଜୀବ କୁମାର ନାଏକ, ନର୍ଲା ହାଇସ୍କୁଲର ପ୍ରଧାନ ଶିକ୍ଷୟତ୍ରୀ ଅର୍ଚ୍ଚନା ଦାସ, ସମାଜସେବୀ କୁମୁଦଚନ୍ଦ୍ର ନାଏକ, ଡିଇଓ ଅଫିସର ବିନୋଦ ବିହାରୀ ମଣ୍ଡଳ, ସନାତନ ଦାସ ପ୍ରମୁଖ ମଞ୍ଚାସୀନ ରହି ଶ୍ରୀ ପଧାନଙ୍କ କାର୍ଯ୍ୟଶୈଳୀ, ସମୟାନୁବର୍ତ୍ତିତା, ସ୍ନେହୀଗୁଣ ଓ କାର୍ଯ୍ୟଦକ୍ଷତାକୁ ବଖାଣିଥିଲେ ।

ଅବସରପ୍ରାପ୍ତ କର୍ମଚାରୀ ସୁବାସ ପଧାନ ଓ ତାଙ୍କ ସହଧର୍ମିଣୀ କ୍ଷିତିସୂତା ପଧାନଙ୍କୁ ନର୍ଲା ଶିକ୍ଷକ ସମାଜର ସଦସ୍ୟ ବୃନ୍ଦ, ବନ୍ଧୁ ସହୋଦର, ସହକର୍ମୀ ଓ ପଧାନ ପରିବାରର ସଦସ୍ୟ ମାନେ ପୁଷ୍ପଗୁଚ୍ଛ ଓ ଉପଢୌକନ ଦେଇ ସମ୍ବଦ୍ଧିତ କରିଥିଲେ । ବଲାଙ୍ଗୀର ଜିଲ୍ଲା ବିରାମୁଣ୍ଡାର ଶିକ୍ଷକ ବିପିନ ବିହାରୀ ପଧାନ ମଞ୍ଚ ସଂଯୋଜନା କରିଥିଲେ । ନର୍ଲାରୋଡ ଜୟଦୁର୍ଗା ହାଇସ୍କୁଲର ବିଜ୍ଞାନ ଶିକ୍ଷକ ସନ୍ତୋଷ କୁମାର କର, ମାଣ୍ଡେଲ ସରପଞ୍ଚ ପଦ୍ମଲୋଚନ ଜାଲ, କୁମୁଦଚନ୍ଦ୍ର ନାଏକ, ନର୍ଲା ବ୍ଲକ କିରାଣୀ ସଂଘର ସମ୍ପାଦକ ବିକ୍ରମ ଗଉଡ, ନର୍ଲା ହାଇସ୍କୁର ଅବସରପ୍ରାପ୍ତ ଇଂରାଜୀ ଶିକ୍ଷକ ସୁରେଶଚନ୍ଦ୍ର ଦାସ ପ୍ରମୁଖ ଶ୍ରୀ ପଧାନଙ୍କ ହିତୈଶୀ ଓ ମେଳାପି ଗୁଣ ର ବର୍ଣ୍ଣନା କରି ତାଙ୍କର ଅବସର ଜୀବନ ସୁଖମୟ ହେଉ ବୋଲି ମନାସୀଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ଶିକ୍ଷକ ସ୍ୱାଧିନ ପଧାନ, ଡିସିଲାଲ ପଧାନ, ତରୁଣ ସାହୁ, ତେଜରାଜ ସାହୁ, ଏବିଇଓ ଗୋବର୍ଦ୍ଧନ ମାଝୀ, ସୂର୍ଯ୍ୟଦେବ ବାଗ, ବ୍ୟବସାୟୀ ରବିନ୍ଦ୍ର ସାହୁ, ନର୍ଲା ବିଇଓ ଅଫିସର ସମସ୍ତ କର୍ମଚାରୀ, ପ୍ରଶାନ୍ତ ମହଲା, ଏକାଉଣ୍ଟଟାଣ୍ଟ ମହେନ୍ଦ୍ର ବାରିକ, ନର୍ଲା ହାଇସ୍କୁଲ ର ସଂସ୍କୃତ ଶିକ୍ଷୟତ୍ରୀ ଶିଲା ପ୍ରହରାଜ, ସସ୍ମୀତା ସୁନାମୁଦୀ, ଅଜୟ କୁମାର ନାଏକ, ଅଜୟ ନନ୍ଦ, ଶିକ୍ଷକ ରୋମାଞ୍ଚଳ ପଧାନ, ରାମ ପଧାନ, ନଗେନ୍ଦ୍ର ପଧାନ, ଶମ୍ଭୁ ଜଡ଼ା, ବେଣୁଧର ଗଉଡ, ନର୍ଲା ହାଇସ୍କୁଲର ସମସ୍ତ ଷ୍ଟାଫ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ । କାର୍ଯ୍ୟକ୍ରମ ଶେଷରେ ପଧାନ ପରିବାର ସୁକନ୍ୟା ଆରତୀ ପଧାନ ଧନ୍ୟବାଦ ଅର୍ପଣ କରିଥିଲେ ।




