ଓଡିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନର୍ଲା ବ୍ଲକ ଅଧିନସ୍ଥ ମାଣ୍ଡେଲ ମିଶନ ଶକ୍ତି ଭବନର ଶୁଭ ଉଦ୍ଘାଟନ କରିଛନ୍ତି ନର୍ଲା ବିଧାୟିକା ମନୋରମା ମହାନ୍ତି। ବୁଧବାର ପୂର୍ବାହ୍ନ ୧୦ ଘଣ୍ଟା ସମୟରେ ମିଶନ ଶକ୍ତିର ସଭାନେତ୍ରୀ, ମିଶନ ଶକ୍ତିର ମହିଳା ମାନଙ୍କ ଉପସ୍ଥିତିରେ ବିଧାୟିକା ଫିତା କାଟି ଭବନର ଶୁଭ ଉଦ୍ଘାଟନ କରିଥିଲେ। ଇତ୍ୟବସରରେ ମାଣ୍ଡେଲ ସରପଞ୍ଚ ପଦ୍ମଲୋଚନ ଜାଲ, ମିଶନ ଶକ୍ତିର ବ୍ଲକ ସଂଯୋଜକ ରୋହିତ ବିଶ୍ବାଳ, ସଭାନେତ୍ରୀ ସଙ୍ଗୀତା ଭୋଇ, ସମ୍ପାଦିକା ବିନ୍ଦୁଲତା ସାମଲ, ୱାର୍ଡ ସଭ୍ୟ ମାର୍କଣ୍ଡ ଜାଲ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ମିଶନ ଶକ୍ତିର ମାଆ ମାନଙ୍କ ବିକାଶରେ ଏହି ଭବନ ପ୍ରମୁଖ ଭୂମିକା ନିର୍ବାହନ କରିବ। ଏହା ଏକ ଲୋକାଭିମୁଖୀ ପଦକ୍ଷେପ ବୋଲି ବିଧାୟିକା ଶ୍ରୀମତୀ ମହାନ୍ତି ତାଙ୍କ ବକ୍ତବ୍ୟରେ କହିଥିଲେ।