ନର୍ଲା ବିଧାୟିକା ମନୋରମା ମହାନ୍ତିଙ୍କ ଉନ୍ନୟନ କାର୍ଯ୍ୟର ସମୀକ୍ଷା

ଓଡିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନର୍ଲା ବିଧାୟିକା ମନୋରମା ମହାନ୍ତି ନିଜ ନିର୍ବାଚନ ମଣ୍ଡଳୀ ଅଧିନସ୍ଥ ନର୍ଲା, ମ ରାମପୁର, କର୍ଲାମୁଣ୍ଡା ଓ କେସିଙ୍ଗା ବ୍ଲକର ସମସ୍ତ ବିଡ଼ିଓ ତହସିଲଦାର, ସହକାରୀ ଯନ୍ତ୍ରୀ, କନିଷ୍ଠ ଯନ୍ତ୍ରୀ ମାନଙ୍କୁ ନେଇ ନର୍ଲାରେ ଉନ୍ନୟନ ମୂଳକ କାର୍ଯ୍ୟ, ସରକାରଙ୍କର ବିଭିନ୍ନ ଯୋଜନା ଗୁଡିକର ସମୀକ୍ଷା କରିଛନ୍ତି। ବିଧାୟିକାଙ୍କ ଏହି ସମୀକ୍ଷା ବୈଠକରେ ନର୍ଲା ବ୍ଲକ ଅଧ୍ୟକ୍ଷ ଦୁର୍ଗାପ୍ରସାଦ ମହାନ୍ତି, କେସିଙ୍ଗା ବିଡ଼ିଓ ପଦ୍ମନାଭ ପୁରୋହିତ, ନର୍ଲା ବିଡ଼ିଓ ରିପୁନାଥ ସୁନା, ମ ରାମପୁର ବିଡ଼ିଓ ସବ୍ୟସାଚୀ ବେହେରା, କର୍ଲାମୁଣ୍ଡା ବିଡ଼ିଓ ମଣ୍ଟୁ ଖମାରୀ, କର୍ଲାମୁଣ୍ଡା ତହସିଲଦାର ଅର୍ଜୁନ ବର୍ଗେ, ନର୍ଲା ତହସିଲଦାର ଦାଇତ୍ୱରେ ଥିବା ଅତିରିକ୍ତ ତହସିଲଦାର ଯୋଗେଶ୍ୱର ସାହୁ, କେସିଙ୍ଗା ତହସିଲଦାର ପ୍ରଶାନ୍ତି ପଧାନ ଯୋଗଦାନ କରି ବିଭିନ୍ନ ଉନ୍ନୟନ କାର୍ଯ୍ୟର ଅଗ୍ରଗତି ସମ୍ବନ୍ଧରେ ବିଧାୟିକାଙ୍କ ସହିତ ଆଲୋଚନା କରିଥିଲେ। ବିଭିନ୍ନ ଲାଇନ ଡିପାର୍ଟମେଣ୍ଟର ଅଧିକାରୀ ମାନଙ୍କ ସହିତ ପ୍ରତି ତିନି ମାସରେ ବ୍ଲକରେ ସମୀକ୍ଷା ବୈଠକ କରାଯିବ ବୋଲି ବିଧାୟିକା ଶ୍ରୀମତୀ ମହାନ୍ତି କହିଛନ୍ତି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.