ଭାଲୁ ଆକ୍ରମଣରେ ଜଣେ ଗୁରୁତର

ଓଡ଼ିଆ ବାର୍ତ୍ତା/ କୋକସରା (ହିରଣ୍ୟ ବେହେରା): କଳାହାଣ୍ଡି ଜିଲ୍ଲା ଜୟପାଟଣା ରେଞ୍ଜ ଉଛୁଲା ଫରେଷ୍ଟ ସେକ୍ସନ ଅଧିନ ନୂଆଗୁଡା ଗ୍ରାମର ଜଣେ ବୃଦ୍ଧ ଭାଲୁ ଆକ୍ରମଣର ଶିକାର ହୋଇ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି। ଗୁରୁତର ବୃଦ୍ଧ ଜଣକ ଯଦୁ ଧଙ୍ଗଡ଼ାମାଝୀ (୫୦) ବୋଲି ଜଣାପଡ଼ିଛି। ଗୁରୁବାର ସକାଳୁ ବୃଦ୍ଧ ଯଦୁ ଶୌଚ ହେବାପାଇଁ ନିଜ ଜମି ଆଡ଼କୁ ଯାଉଥିବା ସମୟରେ ନିକଟସ୍ଥ ଜଙ୍ଗଲକୁ ଆସିଥିବା ତିନୋଟି ଭାଲୁ ଅତର୍କିତ ଭାବେ ଆକ୍ରମଣ କରି ଲହୁ ଲୁହାଣ କରିଥିଲା। ଗୁରୁତର ଅବସ୍ଥାରେ ତାଙ୍କୁ ଗାଁ ଲୋକେ ଉଦ୍ଧାର କରିଥିଲେ। ପରେ ପରିବାର ଲୋକେ ଆମ୍ବୁଲାନ୍ସ ଯୋଗେ କୋକସରା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ। ସେଠାରେ ପ୍ରାଥମିକ ଚିକିତ୍ସା ପରେ ଡାକ୍ତର ଭବାନୀପାଟଣା ସ୍ଥିତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରିଥିଲେ। ତେବେ ଗୁରୁତର ଯଦୁଙ୍କ ଅବସ୍ଥା ସଙ୍କଟାପନ୍ନ ଥିବାରୁ ତାଙ୍କୁ ବୁର୍ଲା ମୋଡିକାଲ ପଠା ଯାଇଥିବା ସୂଚନା ମିଳିଛି। ଅନ୍ୟପଟେ ବନ କର୍ମଚାରୀ ମାନେ କୋକସରା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ପହଞ୍ଚି ଚିକିତ୍ସା ସହାୟତା ଯୋଗାଇ ଦେବାପାଇଁ ଆବଶ୍ୟକ କାଗଜପତ୍ର ସଂଗ୍ରହ କରିବା ଜଣାପଡିଛି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.