ଓଏସ୍ଇଏଫଡ଼ି ଖୋର୍ଦ୍ଧା ଜିଲ୍ଲା ଶାଖା ସଂଘର ସାଂଗଠନିକ ବୈଠକ

ଓଡ଼ିଆ ବାର୍ତ୍ତା/ ଭୁବନେଶ୍ୱର: ଓଡ଼ିଶା ସ୍ପେସିଆଲ ଏଜୁକେଟର ଫେଡ଼େରସନ ଫର୍ ଦିବ୍ୟାଙ୍ଗ ସଂଘ ଖୋର୍ଦ୍ଧା ଜିଲ୍ଲା ଶାଖାର‌ ସାଂଗଠନିକ ବୈଠକ‌ ସଭାପତି ବିଶ୍ବବିଜୟୀ ଦାଶଙ୍କ ଅଧ୍ୟକ୍ଷତାରେ ଭର୍ଚୁଆଲ ମାଧ୍ୟମରେ ଶୁକ୍ରବାର ସନ୍ଧ୍ୟାରେ ଅନୁଷ୍ଠିତ ହୋଇଯାଇଅଛି। ଏହି ବୈଠକରେ ରାଜ୍ୟ କୋଷାଧ୍ୟକ୍ଷ ରୈପ୍ୟ ରଞ୍ଜନ ସାମନ୍ତରାୟ, ସହ କୋଷାଧ୍ୟକ୍ଷ ରାକେଶ କୁମାର ସାହୁ, ପର୍ଯ୍ୟବେକ୍ଷକ ଶୁଭସ୍ମିତା ମିଶ୍ର, ସମ୍ପାଦକ ଅଶ୍ବିନୀ ମୁଦୁଲି, ଉପସଭାପତି ସୁଶୀଲ କୁମାର ସାହୁ, ସଂଯୋଜକ ଅଶୋକ ପ୍ରଧାନ, ସଂଗଠକ‌ ଜ୍ୟୋତିରଂଜନ ବଳିୟାରସିଂହ, ଆଇଟି ସେଲ୍ ସଂଯୋଜିକା ସବନମ ବେଗମ ପ୍ରମୁଖ ଯୋଗଦେଇ ଜିଲ୍ଲାରେ ସଂଗଠନକୁ ଅଧିକ ସୁଦୃଢ଼ କରିବା ଦିଗରେ ଆଲୋଚ଼ନା କରିଥିଲେ‌ ଏବଂ ସାଧାରଣ ବିଦ୍ୟାଳୟରେ ସ୍ଥାୟୀ ସ୍ବତନ୍ତ୍ର ଶିକ୍ଷକ ନିଯୁକ୍ତି ପ୍ରକ୍ରିୟାକୁ ତ୍ବରାନ୍ବିତ କରିବା ପାଇଁ ରାଜ୍ୟ ସରକାରଙ୍କୁ ନିବେଦନ କରିବା ପାଇଁ ପୁଙ୍ଖାନୁପୁଙ୍ଖ ଆଲୋଚ଼ନା ହୋଇଥିଲା।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.