ପଞ୍ଚାୟତ ସମିତି ଡିଗ୍ରୀ କଲେଜ ନର୍ଲାରେ ବନମହୋତ୍ସବ

ଓଡିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନର୍ଲା ପଞ୍ଚାୟତ ସମିତି ଡ଼ିଗ୍ରୀ ମହାବିଦ୍ୟାଳୟଠାରେ ବନ ମହୋତ୍ସବ ପାଳିତ ହୋଇଯାଇଛି। ମହାବିଦ୍ୟାଳୟର ଅଧ୍ୟକ୍ଷ ନାରାୟଣ ପ୍ରସାଦ ନାୟକଙ୍କ ଅଧ୍ୟକ୍ଷତାରେ ଏନେଇ ଏକ ସଭା ଅନୁଷ୍ଠିତ ହୋଇଥିଲା। ଏଥିରେ ପଞ୍ଚାୟତ ସମିତି ଡିଗ୍ରୀ କଲେଜର ସଭାପତି କ୍ଷୀରସିନ୍ଧୁ ସାହୁ ମୂଖ୍ୟ ଅତିଥି ଏବଂ ଜାତୀୟ ସେବା ଯୋଜନାର କାର୍ଯକ୍ରମ ଅଧିକାରୀ ଓଡ଼ିଆ ଅଧ୍ୟାପକ ସୁଶାନ୍ତ କୁମାର ସାହୁ, ଇଂରାଜୀ ଆଧ୍ୟାପିକା ବାସନ୍ତୀ ସାହୁ, ଅଧ୍ୟାପକ ମୃତ୍ୟୁଞ୍ଜୟ ଚାନ୍ଦ ପ୍ରମୁଖ ମଞ୍ଚାସୀନ ରହି ମାର୍ଗ ଦର୍ଶନ ଦେଇଥିଲେ। ସଭା ଅନୁଷ୍ଠିତ ହେବା ପରେ ପ୍ରଥମେ ଅତିଥି ବୃନ୍ଦଙ୍କ କର କମଳରେ ବୃକ୍ଷ ରୋପଣ କାର୍ଯ୍ଯ ଆରମ୍ଭ ହୋଇଥଲା। ଡ଼ିଗ୍ରୀ କଲେଜର ଏହି ବନ ମହୋତ୍ସବ କାର୍ଯ୍ୟକ୍ରମ ନୂତନ ଭବନ ନିର୍ମାଣ ଚାଲିଥିବା ସାଇଟ ଚପଟଖଣ୍ଡା ଅଞ୍ଚଳରେ ଅନୁଷ୍ଠିତ ହୋଇଥିଲା। ଡ଼ିଗ୍ରୀ କଲେଜ ଷ୍ଟାଫ୍ କିଶୋର ଚାନ୍ଦ, କ୍ଷୀତିଶ ବଗର୍ତ୍ତି, ମନୋଜ ନନ୍ଦ, ଲକ୍ଷପତି ପ୍ରଧାନ, ଚୋଡଙ୍ଗ ଭୋଇ, ରବି ଭୋଇ, ସନ୍ତୋଷ ନାଏକ ପ୍ରମୁଖଙ୍କ ତତ୍ତ୍ଵାବଧନରେ କଲେଜର ଛାତ୍ରଛାତ୍ରୀ ଚାରା ରୋପଣ କରିଥିଲେ। ସଭାପତି ଶ୍ରୀଯୁକ୍ତ ସାହୁ ଗଛ ଆମର ବନ୍ଧୁ ଏହାକୁ ଆମ ପରିବାର ସଦସ୍ୟ ଭଳି ଏଣୁ ଏହାର ଯତ୍ନ ନେବା ଉଚିତ୍ ବୋଲି କହିଥିଲେ ଏବଂ ଅଧ୍ୟକ୍ଷ ମାଟି ମା ପାଇଁ ଗୋଟିଏ ଗଛ ଲଗାଇବା ଆମର କର୍ତ୍ତବ୍ୟ ବୋଲି ଉଦବୋଧନ ଦେଇଥିଲେ। କାର୍ଯକ୍ରମ ଶେଷରେ ସୁଶାନ୍ତ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.