ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ରଜତ ବଂଶଲ): କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକ ବଡ ଚେରଗାଁ ସ୍ଥିତ ଭଗବାନ ସାଇ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଯୁବ ରେଡକ୍ରସ ଶାଖା ପକ୍ଷରୁ ବନ ମହୋତ୍ସବ ପାଳିତ ହୋଇଛି। ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ପରିଚାଳନା ନିର୍ଦ୍ଦେଶକ କିଶୋରଚନ୍ଦ୍ର ଶତପଥିଙ୍କ ଅଧ୍ୟକ୍ଷତାରେ ମୁଖ୍ୟ ଅତିଥି ଭାବେ କେଗାଁ ବନରକ୍ଷକ ଗୋପାଳ ଚନ୍ଦ୍ର ସିପକା, ମୁଖ୍ୟ ବକ୍ତା ଭାବେ ଆମ ଜଙ୍ଗଲ ଯୋଜନା ଅଧିକାରି ମଧୁକର ପଟେଲ ଉପସ୍ଥିତ ରହି ଛାତ୍ର ଛାତ୍ରୀ ମାନଙ୍କୁ ବୃକ୍ଷର ଆବଶ୍ୟକତା ଓ ଉପକାରିତା ଉପରେ ବାର୍ତ୍ତା ପ୍ରଦାନ କରିଥିଲେ। ଏହି ଅବସରରେ ଶତାଧିକ ଛାତ୍ର ଛାତ୍ରୀ ଉପସ୍ଥିତ ରହି ବୃକ୍ଷ ରୋପଣ କରିଥିଲେ। ଅଧ୍ୟକ୍ଷ ନିରାକାର ମାହାର କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ ଯୁବ ରେଡକ୍ରସ ପରାମର୍ଶ ଦାତା ମଣ୍ଟୁ ରଣା ଧନ୍ୟବାଦ ଅର୍ପଣ କରିଥିଲେ। ସମସ୍ତ ଅଧ୍ୟାପକ,ଅଧ୍ୟାପିକା, କର୍ମଚାରୀ ଓ ସଦସ୍ୟ ବୃନ୍ଦ ସହଯୋଗ କରିଥିଲେ।





