ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନରୋତ୍ତମ ସେଲମା): କର୍ଲାମୁଣ୍ଡା ବ୍ଲକ ଅନ୍ତର୍ଗତ ତେରେସିଂହା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଠାରେ “ବନ ମହୋତ୍ସବ” ପାଳିତ ହୋଇ ଯାଇଛି। ଏନ୍.ଏସ୍.ଏସ୍. ତରଫରୁ ଆୟୋଜିତ ଏହି ଉତ୍ସବରେ କାର୍ଯ୍ୟକ୍ରମ ଅଧିକାରୀ ତଥା ରାଜନୀତି ବିଜ୍ଞାନ ଅଧ୍ୟାପକ ଶାନ୍ତନୁ ମହାଖୁଡ଼ଙ୍କ ତତ୍ତ୍ଵାବଧାନରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଅଧ୍ୟକ୍ଷ ଜୟନ୍ତ ବାଗ, ଅଧ୍ୟାପକ ମୁକେଶ କୁମାର ବହିଦାର, ଆଭାଶ ଚନ୍ଦ୍ର ଆଚାର୍ଯ୍ୟ, ସୁବ୍ରତ କୁମାର ରଣା, ବରିଷ୍ଠ କିରାଣୀ ଦେବେନ୍ଦ୍ର ରଣା, ଡୋଳାମଣି ଗହୀର, ରାଧାମୋହନ ଗହୀର, ଏନ୍.ଏସ୍.ଏସ୍. ସ୍ବେଚ୍ଛାସେବୀ ଛାତ୍ରଛାତ୍ରୀ ପ୍ରମୁଖ ଯୋଗ ଦେଇଥିଲେ। କାର୍ଯ୍ୟକ୍ରମ ଅଧିକାରୀ ଶ୍ରୀ ମହାଖୁଡ଼ଙ୍କ ନେତୃତ୍ୱରେ ବିଦ୍ୟାଳୟ ପରିସରରେ ଶତାଧିକ ମୂଲ୍ୟବାନ ବୃକ୍ଷ ରୋପଣ କରାଯାଇଥିଲା। ପ୍ରାରମ୍ଭିକ ସଭାରେ ଅଧ୍ୟକ୍ଷ ଶ୍ରୀ ବାଗ “ଗଛ ଆମର ବନ୍ଧୁ ଓ ମାଆ ପାଇଁ ଗଛଟିଏ” ବାର୍ତ୍ତା ଦେଇଥିଲେ।





