ସାଙ୍ଗଙ୍କ ଘରେ +୩ ଶେଷ ବର୍ଷ ଛାତ୍ରଙ୍କ ଆତ୍ମହତ୍ୟା

ଓଡିଆ ବାର୍ତ୍ତା/ ସୁବର୍ଣ୍ଣପୁର (ରାଜ କିଶୋର ତ୍ରିପାଠୀ): ସୋନପୁର ପଟାଭଡ଼ିର ଏକ ଚ୍ୟାମ୍ବରରେ ଆଜି ଜଣେ କଲେଜ ଛାତ୍ରଙ୍କ ଆତ୍ମହତ୍ୟା ଘଟଣା ସହର ବାସୀଙ୍କୁ ଚକିତ କରିଛି। ସୋନପୁର କଲେଜର +୩ ଶେଷ ବର୍ଷର ଛାତ୍ର ଋତୁରାଜ ସା ବୋଲି ପୋଲିସ ଅନୁସନ୍ଧାନରୁ ଜଣାପଡିଛି। ଋତୁରାଜ ବିନିକା ବ୍ଲକ କଣ୍ଟାପାଲି ଗ୍ରାମର ବୋଲି ଜଣାପଡିଥିବା ବେଳେ ଗତକାଲି ସେ କଲେଜ ସାଙ୍ଗ ମାନଙ୍କ ସହିତ କଲେଜର ବିଦାୟ କାଳୀନ ସମ୍ବର୍ଧନା ଉତ୍ସବ ପାଳନ ଯୋଗ ଦେଇଥିଲେ। ପରେ ସେ ତାଙ୍କ ସାଙ୍ଗଙ୍କ ସହିତ ପଟାଭାଡ଼ି ଚାମ୍ବରକୁ ଆସି ରାତ୍ରୀଯାପନ କରିଥିଲେ। ସାଙ୍ଗ ଶୋଇ ପଡିବା ପରେ ଋତୁରାଜ ଏହି ଘରେ ଆତ୍ମହତ୍ୟା କରିଥିବା ଜଣାଯାଇଛି। ସେ ପ୍ରଥମେ ନିଜ ହାତକୁ ବ୍ଲେଡ ରେ କାଟିବା ସହ ପରେ ରଶୋଇ ଘର ଛାତ ପାଇପରେ ଝୁଲି ପଡିଥିବା ଦେଖାଯାଇଛି। ଅର୍ଥ ଅଭାବ ନା ପ୍ରେମ ଜନିତ ଘଟଣା ସେ କେଉଁ କାରଣରୁ ନିଜ ମାନସିକ ସ୍ଥିତି ହରାଇ ସାଙ୍ଗ ଘରେ ଏତେ ବଡ ପଦକ୍ଷେପ ନେଇଛନ୍ତି ଏ ନେଇ ସୋନପୁର ପୋଲିସ ସଦର ଥାନାରେ ଏକ ୟୁଡି କେସ ନଂ ୨୮/୨୦୨୪ ରେ ତଦନ୍ତ କରୁଛି ଓ ଖୁବ୍ ଶୀଘ୍ର ସ୍ପଷ୍ଟ ହୋଇଯିବ ବୋଲି ତଦନ୍ତକାରୀ ଥାନା ଅଧିକାରୀ ସୁଶୀଲ ବିଶି ସୂଚନା ଦେଇଛନ୍ତି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.