ସହରର ବିଭିନ୍ନ ସମସ୍ୟା ନେଇ ଏସପି ଓ ସଦର ଥାନାଧିକାରୀଙ୍କୁ ଭେଟିଲେ ସୋନାଲି ବିଶି

ଓଡିଆ ବାର୍ତ୍ତା/ ସୁବର୍ଣ୍ଣପୁର (ରାଜ କିଶୋର ତ୍ରିପାଠୀ): ସୋନପୁର ସହରର ବିଭିନ୍ନ ସମସ୍ୟାକୁ ନେଇ ନବ ନିର୍ମାଣ କୃଷକ ସଂଗଠନ ପକ୍ଷରୁ ଯୁବ ନେତ୍ରୀ ତଥା ଚଳିତ ଥର ବିଧାୟିକା ପ୍ରାର୍ଥୀନୀ ସୋନାଲି ବିଶି ସୋନପୁର ଏସପି ୟଶ ପ୍ରତାପ ଶ୍ରୀମାଲ ଓ ଆଇଆଇସି ରମେଶ ମାହାଣାଙ୍କୁ ସାକ୍ଷାତ କରିବା ସହ ଏକ ଦାବି ପତ୍ର ପ୍ରଦାନ କରିଥିବା ଜଣାପଡ଼ିଛି।

ଉକ୍ତ ଦାବୀ ଗୁଡ଼ିକ ହେଲା ବ୍ଲକ୍ ଛକରୁ ଆମ୍ବେଦକର ଛକ ମଝିରେ ପାର୍କିଂ ବ୍ୟବସ୍ଥା, ପଞ୍ଚରଥ ମନ୍ଦିର- ବଡବଜାର ମଝିରେ ଏକ ପାର୍କିଂ ବ୍ୟବସ୍ଥା, ବୁଢ଼ାରଜା ଓ ପଟାଭାଡ଼ି ଛକରେ ଟ୍ରାଫିକ ପୋଲିସ ଓ ଟ୍ରାଫିକ ଲାଇଟ୍ ର ବ୍ୟବସ୍ଥା, ମହାନଦୀ ପୋଲ ଉପରେ ଚାରି ଚକିଆ ଗାଡ଼ି ପାର୍କିଂ ବନ୍ଦ କରିବା ସହ ପାର୍କିଂ କଲେ ଫାଇନର ବ୍ୟବସ୍ଥା ଓ ପୋଲର ଉଭୟ ପାର୍ଶ୍ଵରେ ସୂଚନା ଫଳକ ସହ ଫାଇନ ବିଷୟ ରେ ସୂଚନା ବୋର୍ଡ ଦେବା ତଥା ସହରରେ ବୁଲା ଗୋରୁ ଗାଈମାନଙ୍କୁ ରାସ୍ତାରୁ ଗୋଶାଳାକୁ ନେବାର ବ୍ୟବସ୍ଥା କରିବା ପାଇଁ ଏକ ଲିଖିତ ଦାବୀପତ୍ର ପ୍ରଦାନ କରିଥିଲେ। ଏହି ସବୁ ଦାବୀ ର ଯଥା ଶୀଘ୍ର ସମାଧାନ କରାଯିବା ନେଇ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ୟଶ ପ୍ରତାପ ଶ୍ରୀମାଲ୍ ଦୃଢ଼ ପ୍ରତିଶ୍ରୁତି ଦେଇଥିବା ଶ୍ରୀମତୀ ବିଶି କହିଛନ୍ତି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.