ବିଜୁ ପଟ୍ଟନାୟକ କ୍ରୀଡା ପୁରସ୍କାରର ନାମ ପରିବର୍ତ୍ତନ ହେବ ନାହିଁ -ମୁଖ୍ୟମନ୍ତ୍ରୀ

ଓଡ଼ିଆ ବାର୍ତ୍ତା/ ଭୁବନେଶ୍ବର: ଶନିବାର କ୍ରୀଡା ବିଭାଗ ପକ୍ଷରୁ ଆସିଥିବା ବଡ ନିଷ୍ପତ୍ତିକୁ ଖଣ୍ଡନ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । କ୍ରୀଡା ପୁରସ୍କାରରୁ ବିଜୁ ବାବୁଙ୍କ ନାଁ ହଟିବ ନାହିଁ ବୋଲି ସୂଚନା ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ଏନେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି, “ବିଜୁ ପଟ୍ଟନାୟକ କ୍ରୀଡା ପୁରସ୍କାର”ର ନାମ ପରିବର୍ତ୍ତନ ହେବ ନାହିଁ । ମୋ ସରକାର ବରପୁତ୍ରମାନଙ୍କୁ ସମ୍ମାନ ଦିଏ । ବିଜୁ ବାବୁଙ୍କ ଅବଦାନ ପାଇଁ ସେ ଚିରସ୍ମରଣୀୟ । ପୁରସ୍କାରରୁ ବିଜୁ ବାବୁଙ୍କ ନାଁ ହଟିବ ନାହିଁ । ମୁଁ ଏ ବିଷୟରେ ଅବଗତ ନଥିଲି । ଗଣମାଧ୍ୟମରୁ ନାମ ପରିବର୍ତ୍ତନ ନେଇ ଜାଣିବାକୁ ପାଇଲି । ଏନେଇ କିଛି ବିଧିବଦ୍ଧ ଭାବରେ ନିଷ୍ପତ୍ତି ହୋଇନାହିଁ । ତେଣୁ ଏହା ପୂର୍ବ ପରି “ବିଜୁ ପଟ୍ଟନାୟକ କ୍ରୀଡା ପୁରସ୍କାର” ନାମରେ ପ୍ରଦାନ କରାଯିବ ।

ତେବେ କହିରଖୁଛୁ, ଚଳିତ ବର୍ଷ କ୍ରୀଡା ପୁରସ୍କାର ପାଇଁ ବିଜ୍ଞପ୍ତି ଜାରି ହୋଇଥିବା ବେଳେ ଏହାର ଅଫିସିଆଲ ଓ୍ବେବ ସାଇଟରେ ଏହାର ନାମ “ବିଜୁ ପଟ୍ଟନାୟକ କ୍ରୀଡା ପୁରସ୍କାର” ବଦଳରେ “ଓଡିଶା ରାଜ୍ୟ କ୍ରୀଡା ପୁରସ୍କାର ସମ୍ମାନ” ଲେଖାଯାଇଥିବା ବେଳେ ଏଥିରେ କ୍ରୀଡା ସଚିବଙ୍କ ଦସ୍ତଖତ ମଧ୍ୟ ରହିଛି । ଯାହା କ୍ରୀଡା ପୁରସ୍କାରର ନାମ ପରିବର୍ତ୍ତନ କରାଯାଇଥିବା ଖବରକୁ ଇନ୍ଧନ ଦେଇଥିଲା । କିନ୍ତୁ ଏହାକୁ ଆଜି ଖଣ୍ଡନ କରିଛନ୍ତି ମୁଖ୍ୟମନ୍ତ୍ରୀ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.