ପୂଜାକରି ଘରକୁ ଫେରୁଥିବା ବେଳେ ଜାତୀୟ ରାଜପଥରେ ଦୁର୍ଘଟଣା, ଜଣେ ଗୁରୁତର

ଓଡ଼ିଆ ବାର୍ତ୍ତା/ ବଲାଙ୍ଗୀର (ପ୍ରମୋଦ ସେଲମା): ବଲାଙ୍ଗୀର ଜିଲ୍ଲା ସଇଁତଲା ସ୍ଥିତ ଜୟଗୁରୁ ମନ୍ଦିରରୁ ପୂଜା କରି ଘରକୁ ସନ୍ଧ୍ୟା ନିଜ ବାଇକ ଯୋଗେ ଫେରୁଥିବା ବେଳେ ୨୬ ନଂ ଜାତୀୟ ରାଜପଥ ଅନ୍ୟ ଏକ ବାଇକ ଧକ୍କା ଦେବା ଦ୍ୱାରା ଜଣେ ଗୁରୁତର ହୋଇଥିବା ଜଣାପଡିଛି। ଗୁରୁତର ବ୍ୟକ୍ତିଙ୍କ ନାମ ଗୋବିନ୍ଦ ଦାସ (୪୨) ଘର ଡ଼ୁମାଲପଡା ବୋଲି ଜଣାପଡିଛି। ପ୍ରଥମେ ଗୋବିନ୍ଦଙ୍କୁ ସଇଁତଲା ଡାକ୍ତରଖାନାରେ ପ୍ରାଥମିକ ଚିକିତ୍ସା କରିବା ପରେ ମୁଣ୍ଡରେ ଗଭୀର ଆଘାତ ଲାଗିଥିବାରୁ ବଲାଙ୍ଗୀର ପରେ ବୁର୍ଲା ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଛି।

ପ୍ରକାଶ ଯେ, ଗୋବିନ୍ଦ ଜୟଗୁରୁ ସତସଙ୍ଗ କେନ୍ଦ୍ରରେ ପୂଜା କରି ନିଜ ବାଇକ ନଂ ୦୩ ଜେ ୦୦୮୩ ଯୋଗେ ଡ଼ୁମାଲପଡା ଘରକୁ ଫେରୁଥିଲେ। ଏହି ସମୟରେ ସଇଁତଲା ପଟୁ ଅନ୍ୟ ଏକ ବାଇକ ଆରୋହୀ କେରମେଲି ଗାଁର ଦେବରାଜ ଭୋଇ ଗାଁକୁ ଫେରୁଥିବା ବେଳେ ତାଙ୍କୁ ଧକ୍କା ଦେଇଥିଲା ବୋଲି ଗୋବିନ୍ଦର ମାଆ ଲଳିତା ଦାସ ସଇଁତଲା ଥାନାରେ ଲିଖିତ ଏତଲା ଦେଇଛନ୍ତି। ଏ ନେଇ ପୋଲିସ ଏକ ମାମଲା ରୁଜୁ କରି ଥାନା ସେକେଣ୍ଡ ଅଫିସର ଏଲ. ଚାଲାଣ ତଦନ୍ତ ଆରମ୍ଭ କରୁଛନ୍ତି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.