ଓଡ଼ିଆ ବାର୍ତ୍ତା/ ବଲାଙ୍ଗୀର (ପ୍ରମୋଦ ସେଲମା): ବଲାଙ୍ଗୀର ଜିଲ୍ଲା ସଇଁତଲା ସ୍ଥିତ ଗାୟତ୍ରୀ ପୀଠ ଠାରେ ଗୁରୁ ପୂର୍ଣ୍ଣିମା ଉପଲକ୍ଷେ ଏକ କୁଣ୍ଡୀୟ ହୋମ ଯଜ୍ଞ ଅନୁଷ୍ଠିତ ହୋଇଯାଇଛି । ଏଥିରେ କର୍ତ୍ତା ଭାବରେ ପ୍ରଦୀପ କୁମାର ଜାଲ୍ ଓ ତାଙ୍କ ଧର୍ମ ପତ୍ନୀ ରଶ୍ମିତା ଯୋଗଦାନ କରିଥିବା ବେଳେ ସୁଶାନ୍ତ ମାଝି ପୂଜା କାର୍ଯ୍ୟ ପରିଚ଼ାଲନା କରିଥିଲେ।
ଏହି କାର୍ଯ୍ୟକ୍ରମରେ କୃଷ୍ଣ ଚନ୍ଦ୍ର ପୃଷେଠ, ଅଖିଲ୍ ସାହୁ ,ପ୍ରମୋଦ ବୈଠାରୁ, ଲିଙ୍ଗରାଜ ବୈଠାରୁ, ସୁରେଶ ରଣା, ପ୍ରସନ୍ନ ପସାୟତ, ଗଣେଷ ଅଗ୍ରଵାଲ, ହରି ଭୋଇ, ତହସିଲ ମାଝି, ମୋହନ ଯାନୀ, ଭଗତ ସାହୁ, ଭଗତ ଚରଣ ଭୋଇ ଓ ଗାୟତ୍ରୀ ପରିବାର ସମସ୍ତ ସଦସ୍ୟ ଉପସ୍ଥିତ ଥିଲେ।