ଜୀବିକା ଯୋଗାଉଛି ଜଙ୍ଗଲଜାତ ଦ୍ରବ୍ୟ କରଡି: କିଣିବାକୁ ଲାଗୁଛି ଗ୍ରାହକଙ୍କ ଭିଡ଼

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): କଳାହାଣ୍ଡି ଜିଲ୍ଲାର ବିଭିନ୍ନ ବଜାର ଓ ରାସ୍ତା କଡ଼ରେ ଏବେ ରାଜ କରୁଛି କରଡି। ଜଙ୍ଗଲଜାତ ଦ୍ରବ୍ୟ କରଡିକୁ ବିକ୍ରି କରି ବେଶ ଦୁଇ ପଇସା ରୋଜଗାର କରୁଛନ୍ତି ଆଦିବାସୀ। ସବୁଜ ସୁନା ବାଉଁଶର ଆଉ ଏକ ଉତ୍ପାଦ ହେଉଛି କରଡି। ଦିନ ଥିଲା କରଡିର ପିରିଚୟ ନଥିଲା। ହେଲେ ଏବେ କରଡ଼ି ବିନା ଖାଦ୍ୟ ଅଧା ଅଧା ଲାଗୁଛି। ଏବେ କଳାହାଣ୍ଡି ଜିଲ୍ଲାରେ ଏହାର ଚାହିଦା ବଢିବାକୁ ଲାଗିଛି। ଏହି ଋତୁରେ ଆଦିବାସୀଙ୍କ ଜୀବନ ଜୀବିକା ପାଲଟିଛି କରଡ଼ି। ନାଁଟି ଶୁଣିବାକୁ ଯେମିତି ଏଥିରୁ ପ୍ରସ୍ତୁତ ଖାଦ୍ୟର ସ୍ବାଦ ମଧ୍ୟ ସେମିତି ନିଆରା। ବର୍ତ୍ତମାନ କଳାହାଣ୍ଡି ଜିଲ୍ଲାର ବିଭିନ୍ନ ବଜାର ଓ ରାସ୍ତା କଡ଼ରେ ରାଜ କରୁଛି କରଡ଼ି। ଏହାକୁ ବିକ୍ରି କରି ବେଶ ଦୁଇ ପଇସା ରୋଜଗାର କରି ଗୁରୁଜାଣ ମେଣ୍ଟାଉଛନ୍ତି ଆଦିବାସୀ ପରିବାର। ସେତିକି ନୁହେଁ ଏହାକୁ ବିକ୍ରି କରି ରୋଜଗାରର ନୂଆ ରାସ୍ତା ଖୋଜି ପାଇଛନ୍ତି ବ୍ୟବସାୟୀମାନେ ମଧ୍ୟ। ଏହି କରଡ଼ି ଆଦିବାସୀ ମାନଙ୍କ ଜୀବିକା ପାଲଟିଥିବା ବେଳେ ଜଙ୍ଗଲଜାତ ଏହି ଦ୍ରବ୍ୟର ଚାହିଦା କଳାହାଣ୍ଡି ଜିଲ୍ଲାରେ ବେଶ ଅଧିକ। ଆଉ ଏବେ କଳାହାଣ୍ଡି ବଜାର ଓ ରାସ୍ତା କଡ଼ରେ ଚାଲିଛି କରଡ଼ିର ରାଜୁତି। ଯିଏ ବଜାରକୁ ଆସୁଛି ସେ ଅନ୍ୟ ପନିପରିବା ଭଳି କରଡିକୁ ମଧ୍ୟ ସାଥିରେ ନେବାକୁ ଭୁଲୁ ନାହିଁ। ଆଉ ବଜାରରେ ଏହାର ଚାହିଦା ଯୋଗୁଁ ବିକ୍ରି କରୁଥିବା ବେପାରୀ ମଧ୍ୟ ବେଶ ଲାଭବାନ ହେଉଛନ୍ତି। ସାଧାରଣତଃ ଗଜା ବାଉଁଶକୁ କରଡ଼ି କୁହାଯାଇଥାଏ ଓ ଏହା ଘଞ୍ଚ ଜଙ୍ଗଲ ଘେରା ପାହାଡ଼ର ବାଉଁଶ ମୂଳରୁ ଏହି କରଡ଼ି ମିଳିଥାଏ। ସାଧାରଣତଃ ଶ୍ରାବଣ ମାସରେ ଏହା ଗଜା ଦେଇଥାଏ।

Omkar Vasthu
Omkar Vasthu

ଘଞ୍ଚ ଜଙ୍ଗଲ ପାର ହୋଇ ଆଦିବାସୀ ମାନେ ଉପଯୁକ୍ତ କରଡିକୁ ଠାବ କରି ଏହାକୁ ଛୋଟ ଛୋଟ ଖଣ୍ଡ କରିଥାନ୍ତି ଏବଂ ଗଜା ବାଉଁଶକୁ ଭାଙ୍ଗି ଆଣିବା ପରେ ଚୋପା ଛଡାଇ ଭଲଭାବେ ଧୋଇଥାନ୍ତି। ଏହାପରେ କରଡିକୁ ନିକଟସ୍ଥ ରାସ୍ତାକଡ଼ରେ ଓ ବଜାରକୁ ନେଇ ବିକ୍ରି କରିଥାନ୍ତି । ତେବେ ବିକ୍ରି ପାଇଁ ଏହାକୁ ସଂଗ୍ରହ କରୁଥିବା ସଂଗ୍ରହକାରୀ କେତୋଟି କରଡ଼ିକୁ ମିଶାଇ ଏକ ନିର୍ଦ୍ଦିଷ୍ଟ ଦରରେ ବିକ୍ରି କରନ୍ତି ତ ଆଉ କିଏ ଛୋଟ ଛୋଟ ଆକାରରେ କାଟି ପତ୍ରରେ ପ୍ରସ୍ତୁତ ଦନାରେ ବିକ୍ରି କରନ୍ତି। ତେବେ ଏହି କରଡିରୁ ମୁଖ୍ୟତଃ ବେସର ତରକାରୀ, ଆମ୍ବିଳ, ଭଜା, ଚିପ୍ସ ସହ ଆଚାର, ଚଟଣୀ ଭଳି ୪୦ ରୁ ଉର୍ଦ୍ଧ୍ବ ରକମର ଖାଦ୍ୟ ପ୍ରସ୍ତୁତ ହେଉଥିବାବେଳେ ଏହାର ସ୍ବାଦ ମଧ୍ୟ ବେଶ ନିଆରା। ଏହି କରଡ଼ିରେ ଆଉ ଏକ ଖାଦ୍ୟ ପ୍ରସ୍ତୁତି ହୁଏ, କରଡ଼ିକୁ ଛୋଟ ଛୋଟ କରି ଶୁଖିଲା ପରେ ହଣ୍ଡୁଆ ଭାବରେ ବ୍ୟବହାର କରାଯାଏ। କରଡିକୁ ନେଇ ଭଳିକି ଭଳି ସୁଆଦିଆ ବ୍ୟଞ୍ଜନ ପ୍ରସ୍ତୁତ କରି ହେଉଥିବା ଯୋଗୁଁ ଏହାର ଚାହିଦା ବଜାରରେ ଅଧିକ ରହିଥାଏ। ବର୍ଷର କେବଳ ୩ମାସ ଏହା ମିଳୁଥିବା ଯୋଗୁଁ ଲୋକେ କରଡି କିଣିବାକୁ ଆଗ୍ରହର ସହିତ ଅପେକ୍ଷା କରିଥାନ୍ତି। କରଡି ସ୍ବାସ୍ଥ୍ୟ ପାଇଁ ମଧ୍ୟ ହିତକର।ଏହା ମଦୁମେହ, ହୃଦରୋଗୀଙ୍କ ପାଇଁ ଏଥିରୁ ପ୍ରସ୍ତୁତ ଖାଦ୍ୟ ଉପଶମ ଦେଇଥାଏ। କିଛି ବର୍ଷ ପୂର୍ବରୁ କରଡିକୁ ଅଖାଦ୍ୟ ବୋଲି କେତେକ ଭାବୁଥିଲେ କିନ୍ତୁ ମେଡିକାଲ ସାଇନ୍ସର ପରୀକ୍ଷା ପରେ ଏହା ଶରୀର ପାଇଁ ହିତକର ବୋଲି ଜଣାପଡିଥିଲା। ଏହା ପରେ ଦିନକୁ ଦିନ କରଡିର ଚାହିଦା ବଢିବାରେ ଲାଗିଛି। ତେବେ ଅଦିବାସୀଙ୍କ ପାଇଁ ଜୀବନ ଜୀବିକାର ରାହା ପାଲଟିିଛି ଏହି କରଡ଼ି ।

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.