ଉଲୁଣ୍ଡାରୁ ବାହାରିଲା ଫାଇଲେରିଆ ସଚେତନତା ରଥ

ଓଡ଼ିଆ ବାର୍ତ୍ତା/ ସୁବର୍ଣ୍ଣପୁର (ରାଜକିଶୋର ତ୍ରିପାଠୀ): ଉଲୁଣ୍ଡା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ତରଫରୁ ଫାଇଲେରିଆ ସଚେତନତା ରଥର ଶୁଭାରମ୍ଭ ହୋଇଯାଇଛି । ଡ଼ାକ୍ତର ମୁକେଶ ମେହେର ସବୁଜ ପତାକା ଦେଖାଇ ଏହି ସଚ଼େନେତା ରଥର ଶୁଭାରମ୍ଭ କରିଥିଲେ। ଫାଇଲେରିଆ ନିୟନ୍ତ୍ରଣ ପାଇଁ ବ୍ୟାପକ ସଚ଼େତନତା ସୃଷ୍ଟି କରିବା ଲକ୍ଷ୍ୟରେ ଉଲୁଣ୍ଡା ବ୍ଳକର ନିର୍ଦ୍ଧିଷ୍ଟ ଗ୍ରାମ ଗୁଡ଼ିକରେ ଏହି ରଥ ବୁଲିବ । ଏହା ବ୍ୟତିତ ବିଭିନ୍ନ ଯୋଗାଯୋଗ ଉପକରଣ ବ୍ୟବହାର ସହ ସଚେତନତା ସଭାମାନ ଆୟୋଜନ କରି ଲୋକଙ୍କୁ ସାମୁହିକ ଫାଇଲେରିଆ ଔଷଧ ସେବନ କାର୍ଯ୍ୟକ୍ରମରେ ଭାଗନେଇ ଫାଇଲେରିଆ ନିରାକରଣ ଔଷଧ ସେବନ ପାଇଁ ଆଗଭର କରାଇବାକୁ ଉଲୁଣ୍ଡା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ତରଫରୁ ପଦକ୍ଷେପ ନିଆଯାଇଛି ।

Omkar Vasthu
Omkar Vasthu

ଏଠାରେ ସୂଚ଼ନାଯୋଗ୍ୟ ଯେ ୧୦ ରୁ ୧୯ ଅଗଷ୍ଟ ଯାଏଁ ସାମୁହିକ ଔଷଧ ସେବନ କାର୍ଯ୍ୟକ୍ରମ ଆୟୋଜିତ ହେବ । କେବଳ ଗର୍ଭବତୀ ମହିଳା, ୨ ବର୍ଷରୁ କମ ବୟସର ଶିଶୁ , ଏକ ସପ୍ତାହ ମଧ୍ୟରେ ଶିଶୁ ଜନ୍ମ କରିଥିବା ମାଁ ଓ ଅତ୍ୟନ୍ତ ଅସୁସ୍ଥ ଥିବା ବ୍ୟକ୍ତିଙ୍କ ବ୍ୟତିତ ଅନ୍ୟ ସମସ୍ତେ ଡିଇସି ବଟିକା ସହିତ ଆଲବେଣ୍ଡାଜଲ ଓ ଆଇଭରମେକ୍ଟିନ ବଟିକାର ନିର୍ଦ୍ଧାରିତ ମାତ୍ରା ଏହି କାର୍ଯ୍ୟକ୍ରମ ଅବଧିରେ ନିହାତି ଖାଇବା ଆବଶ୍ୟକ । ଆଶାକର୍ମୀ, ଅଙ୍ଗନବାଡ଼ି କର୍ମୀ କିମ୍ବା ତାଲିମପ୍ରାପ୍ତ ସ୍ଵେବ୍ରାସବୀମାନେ ବିଦ୍ୟାଳୟରେ ଏବଂ ଘରକୁ ଘର ଯାଇ ଏହି ଔଷଧ ଖୁଆଇବେ । ସରକାରଙ୍କ ତରଫରୁ ସଂପୂର୍ଣ୍ଣ ମାଗଣାରେ ଦିଆଯାଉଥିବା ଏହି ଔଷଧ ଫାଇଲେରିଆ ନିୟନ୍ତ୍ରଣ ପାଇଁ ସମ୍ପୂର୍ଣ୍ଣ ଉପାଦେୟ । କାର୍ଯ୍ୟକ୍ରମଟି ଜନସ୍ୱାସ୍ଥ୍ୟ ସଂପ୍ରସାରଣ ଅଧିକାରୀ ପ୍ରଦ୍ୟୁମ୍ନ କୁମାର ସାହୁଙ୍କ ସଂଯୋଜନାରେ ଅନୁଷ୍ଠିତ ହୋଇଥିବା ବେଳେ ବିପିଏମ ସୁଧାଂଶୁ ଶେଖର ସେଠୀ, ବିଏମ କ୍ଷୀରୋଦ ସାହୁ, ସ୍ୱାସ୍ଥ୍ୟ ପରିଦର୍ଶକ ପ୍ରଶାନ୍ତ କୁମାର ମେହେର, ବିଡ଼ିଏମ ରାଜେନ୍ଦ୍ର ଦେହୁରୀ, ସ୍ୱାସ୍ଥ୍ୟକର୍ମୀ ବଟକୃଷ୍ଣ ପଣ୍ଡା, ବିଶିକେଶନ ରଥ, ଡ଼ାକ୍ତରଖାନା କର୍ମଚାରୀ ଏବଂ ଅନ୍ୟ ହିତାଧିକାରୀମାନେ ଉପସ୍ଥିତ ଥିଲେ।

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.