ରାଜପୁର ଡକାୟତ ଘଟଣାର ପର୍ଦ୍ଧାଫାଶ: ୫ ଅଭିଯୁକ୍ତ ଗିରଫ

ଓଡ଼ିଆ ବାର୍ତ୍ତା/ ଜୁନାଗଡ଼ (ସ୍ବାସ୍ତିଦୀପ ଆଦିତ୍ୟ): ଜୁନାଗଡ ଥାନା ଅନ୍ତର୍ଗତ ରାଜପୁର ଗ୍ରାମର ବୈଶ୍ୟାନର ନାଏକଙ୍କ ଘରେ ଡକାୟତ ମାନେ ପଶି ନଗଦ ଟଙ୍କା ଓ ଗହଣା ଲୁଟ୍ କରି ଫେରାର ଥିବା ଡକାୟତ ଗ୍ୟାଙ୍ଗକୁ କଳାହାଣ୍ଡି ପୋଲିସ ଗିରଫ୍ କରି ଘଟଣାର ପାର୍ଦାଫାଶ କରିଛି। ଜୁନାଗଡ ଥାନା ପରିସର ମଧ୍ୟରେ ଆଜି କଳାହାଣ୍ଡି ପୋଲିସ ପକ୍ଷ୍ରୁଏକ ପ୍ରେସ ମିଟ୍ କରି ରାଜପୁର ଡକାୟତ ଦଳର ୫ ଜଣ ଅଭିଯୁକ୍ତ, ଜବତ ଟଙ୍କା ଓ ସୁନାଗହଣା ସାମ୍ନାକୁ ଆଣି ଏହି ଡକାୟତି ଘଟଣାର ପର୍ଦାଫାଶ କରିବା ସହ ପ୍ରେସ ବିବୃତି ରଖିଥିଲେ। ଏଥିରେ ଧର୍ମଗଡ଼ ଉପଖଣ୍ଡ ପୋଲିସ୍ ଅଧିକାରୀ ମନୋଜ କୁମାର ବେହେରା, ଜୁନାଗଡ ଆଇ ଆଇ ସି ଉଲ୍ଲାସ ରାଉତ ଧର୍ମଗଡ଼ ଆଇଆଇସି ଓ ଜୟପାଟଣା ଆଇଆଇସି ଶେଷଦେବ ବେହେରା ପ୍ରମୁଖ ଉପସ୍ଥିତ ରହିଥିଲେ। ଗତ ୧ ତାରିଖ ରାତ୍ର୧ ଘଣ୍ଟା ସମୟରେ ରାଜପୁର ଗ୍ରାମର ବୈଶ୍ୟାନର ନାଏକଙ୍କ ଘରେ ପ୍ରାୟ ୧୦ ରୁ ଉର୍ଦ୍ଧ ସଶସ୍ତ୍ର ଡକାୟତ ଜବରଦସ୍ତି ପଶି ଘର ଲୋକଙ୍କୁ ଭୟଭିତ କରି ନଗଦ ୪ ଲକ୍ଷ୍ୟ ଟଙ୍କା ଓ ୧୩ ଭରି ସୁନାଗହଣା ଲୁଟି ନେଇ ଫେରାର୍ ହୋଇଯାଥିଲେ । ଏହି ସଂକ୍ରାନ୍ତରେ ଜୁନାଗଡ ଥାନା କେଶ୍ ନଂ ୨୯୭/୨୪ ଅନୁଯାଇ ଏକ କେଶ୍ ରୁଜୁ କରିବା ସହ କଳାହାଣ୍ଡି ଏସପି ଅଭିଳାଷ ଜି ଏକ ସ୍ୱତନ୍ତ୍ର ଟିମ ଗଠନ କରି ତଦନ୍ତ ଓ ଛାନଭିନ ଜୋରଦାର କରିଥିଲେ। ଏହି ଟିମ ବିଭିନ୍ନ ଅଞ୍ଚଳରେ ଛାନଭିନ୍ କରିବା ସହ ଏହି ଡକାୟତି ରେ ସମ୍ପୃକ୍ତ ଥିବା ୫ ଜଣ ଅଭିଯୁକ୍ତଙ୍କୁ କମ୍ ଦିନ ମଧ୍ୟରେ ଗିରଫ କରିବାରେ ସଫଳ ହୋଇଥିଲେ। ଗିରଫ ହୋଇଥିବା ଅଭିଯୁକ୍ତଙ୍କ ଠାରୁ ନଗଦ ୧ ଲକ୍ଷ୍ ୭୦ ହଜାରଟଙ୍କା ସହ ଏକ ସୁନାର ନେକଲେସ୍ ସହ ଏକ ମଙ୍ଗଳ ସୂତ୍ର ଜବତ କରିଥିଲେ। ଏହି ଡକାୟତ ଦଳ କିଛି ସ୍ଥାନୀୟ ଅଞ୍ଚଳର ଲୋକ ହୋଇଥିବା ବେଳେ ଆଉ କେତକ ନବରଙ୍ଗପୁର, ରାଇଗଡ଼ା, କୋରାପୁଟ ଅଞ୍ଚଳର ହୋଇଥିବା ପ୍ରକାଶ କରିଛନ୍ତି। ଏହି ଡକାୟତ ଦଳରେ ଏମାନଙ୍କ ସହ ଆହୁରି ୬ ରୁ ୭ ଜଣ ସମ୍ପୃକ୍ତି ଥିବାରୁ ସେମାନଙ୍କୁ ଗିରଫ ପାଇଁ ତଦନ୍ତ ଓ ଛାନଭିନ୍ ଜାରି ରହିଥିବା ପ୍ରକାଶ କରିଛନ୍ତି। ଏହି ତଦନ୍ତ ପ୍ରକିୟା ରେ ବାଧା ଉପୁଜିବା ସମ୍ଭାବନା ଥିବାରୁ ଅଭିଯୁକ୍ତଙ୍କ ନାମ ଓ ଠିକଣା ଗୋପନ ରଖିଥିବା ଉପଖଣ୍ଡ ପୋଲିସ୍ ଅଧିକାରୀ ଶ୍ରୀ ବେହେରା ପ୍ରକାଶ କରିଛନ୍ତି।

Omkar Vasthu
Omkar Vasthu

ଏଥିସହ ଅତିଶୀଘ୍ର ଡକାୟତ ଗ୍ୟାଙ୍ଗ ର ଅନ୍ୟ ଅଭିଯୁକ୍ତ ମାନଙ୍କୁ ଗିରଫ କରାଯିବ ବୋଲି ସେ ପ୍ରକାଶ କରିଛନ୍ତି। ହେଲେ ରାଜପୁର ଡକାୟତ ପୂର୍ବରୁ ଚିଚେଇଁଗୁଡା ମନ୍ଦିର ନିକଟରେ ଜଣେ ଓକିଲଙ୍କ ଠାରୁ ଲୁଟ କରିଥିବା ଡକାୟତ ମାନେ ଧରା ପଡି ନଥିବା ବେଳେ ଗିରଫ ହୋଇଥିବା ଡକାୟତ ଦଳ ଏବ୍ଂ ଫେରାର୍ ଥିବା ଡକାୟତ ମାନେ ଜୟପାଟଣା ଅଞ୍ଚଳରେ ହୋଇଥିବା ଡକାୟତ ରେ ସମ୍ପୃକ୍ତ ଥିବା ସହ ଏକାଧିକ ଲୁଟ ଓ ଡକାୟତ ଘାଟଣାରେ ସମ୍ପୃକ୍ତ ଥିବା ପୋଲିସ ପ୍ରକାଶ କରିଛି।

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.