ଲାଞ୍ଜିଗଡ଼ରୋଡ଼ ପଞ୍ଚାୟତରେ ଉଡ଼ିଲା ତ୍ରିରଙ୍ଗା

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): ଦେଶ ପାଳୁଛି ୭୮ ତମ ସ୍ବାଧିନତା ଦିବସ। ଏନେଇ ସାରା ଦେଶରେ ଦେଖାଦେଇଛି ଉତ୍ସବର ମାହୋଲ। ତେବେ ଲାଲକିଲ୍ଲାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପତାକା ଉତ୍ତୋଳନ କରି ଦେଶକୁ ଉଦବୋଧନ ଦେଇଛନ୍ତି। କଳାହାଣ୍ଡି ଜିଲ୍ଲାରେ ମଧ୍ୟ ଏନେଇ ପ୍ରବଳ ଉତ୍ସାହ ଉଦ୍ଦୀପନା ଦେଖାଦେଇଛି। ଏହି ଅବସରରେ ଲାଞ୍ଜିଗଡ଼ ବ୍ଲକ ଲାଞ୍ଜିଗଡ଼ରୋଡ଼ ପଞ୍ଚାୟତରେ ଆୟୋଜିତ ୭୮ତମ ସ୍ବାଧୀନତା ଦିବସରେ ସରପଞ୍ଚ ସୁଶ୍ରୀ ମମତା ଶବର ପତାକା ଉତ୍ତୋଳନ କରିଛନ୍ତି।

ଏଥିରେ ସମିତି ସଭ୍ୟା ମୁକ୍ତା ଭୋଇ, ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ଡମ୍ବରୁଧର ସେନାପତି, ଯୋଗାଣ ସହାୟକ ନାରାୟଣ ପ୍ରସାଦ ନାୟକଙ୍କ ସମେତ ସମସ୍ତ ୱାଡ ସଭ୍ୟ/ସଭ୍ୟା, ସମସ୍ତ ଗାଁସାଥୀ, ଶିକ୍ଷକ/ଶିକ୍ଷୟିତ୍ରୀ ଏବଂ ଛାତ୍ରଛାତ୍ରୀ ମାନେ ଉପସ୍ଥିତ ଥିଲେ। ସେହିପରି ପଞ୍ଚାୟତ ଅଞ୍ଚଳର ବିଭିନ୍ନ ବିଦ୍ୟାଳୟ, ଅଙ୍ଗନୱାଡ଼ି କେନ୍ଦ୍ର ଓ ବିଭିନ୍ନ ଅନୁଷ୍ଠାନରେ ମଧ୍ୟ ୭୮ତମ ସ୍ବାଧିନତା ଦିବସ ପାଳିତ ହୋଇଯାଇଛି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.