ସଇଁତଲା ବ୍ଲକର ବିଭିନ୍ନ ସ୍ଥାନରେ ୭୮ତମ ସ୍ୱାଧୀନତା ଦିବସ ପାଳିତ

ଓଡ଼ିଆ ବାର୍ତ୍ତା/ ବଲାଙ୍ଗୀର (ପ୍ରମୋଦ ସେଲମା): ବଲାଙ୍ଗୀର ଜିଲ୍ଲା ସଇଁତଲା ସ୍ଥିତ ରମେଶ ସିଂ ଭୋଇ ଷ୍ଟାଡିଅମ୍‌ ଠାରେ ୭୮ତମ ବ୍ଲକସ୍ତରୀୟ ସ୍ୱାଧିନତା ଦିବସ ପାଳିତ ହୋଇଯାଇଛି । ସଇଁତଲା ବିଡ଼ିଓ ବିନୟ ଭୋଇଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉକ୍ତ ଉତ୍ସବରେ ମୁଖ୍ୟଅତିଥି ଭାବରେ ଟିଟିଲାଗଡ଼ ବିଧାୟକ ନବୀନ କୁମାର ଜୈନ ଯୋଗଦେଇ ଜାତୀୟ ପତାକା ଉତ୍ତୋଳନ କରିବା ସହ ପ୍ୟାରେଡ୍‌ ଅଭିବାଦନ ଗ୍ରହଣ କରିଥିଲେ । ଉକ୍ତ ଉତ୍ସବକୁ ହେମନ୍ତ ଭୋଇ ପରିଚାଳନା କରିଥିଲେ । ଏହି ପରିପେକ୍ଷୀରେ ବିଭିନ୍ନ କ୍ଷେତ୍ରରେ ହୋଇଥିବା ପ୍ରତିଯୋଗିତାରେ କୃତୀ ଛାତ୍ରଛାତ୍ରୀମାନଙ୍କୁ ବିଧାୟକ ଶ୍ରୀ ଜୈନ ପୁରସ୍କୃତ କରିଥିଲେ ।

ଏହି ପ୍ୟାରେଡରେ ଶିକ୍ଷା ସଦନ ବିଦ୍ୟାଳୟର ବାଳିକା ଗ୍ରୁପରେ ଚଳିତ ବର୍ଷ ଚମ୍ପିୟାନ ବିବେଚିତ ହୋଇଛନ୍ତି । ସେହିପରି ବ୍ଲକ କାର୍ଯାଳୟ ପରିସରରେ ବ୍ଲକ ଅଧ୍ୟକ୍ଷା ମୋନିକା ସିଂ ଭୋଇ ଯୋଗଦାନ କରି ଜାତୀୟ ପତାକା ଉତୋଳନ କରିଥିବାବେଳେ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭାରପ୍ରାପ୍ତ ମେଡିକାଲ ଇନଚାର୍ଜ ଡା. ସମରେନ୍ଦ୍ର ମହାପାତ୍ର, ସିଭିଲ କୋର୍ଟ ମାଜିଷ୍ଟ୍ରେଟ ଭାଗ୍ୟଶ୍ରୀ ପତି, ତହସିଲ ଅଫିସରେ ତହସିଲଦାର ଆଶିଷ ଏକ୍କା, କୃଷି କାର୍ଯାଳୟରେ ବ୍ଲକ କୃଷି ଅଧିକାରୀ ଭକ୍ତଚରଣ ଛତ୍ରିଆ, ଶିକ୍ଷା ବିଭାଗରେ ବିଇଓ ଗୋବର୍ଦ୍ଧନ ଭୋଇ, ସମନ୍ୱିତ ଶିଶୁ ବିକାଶ ପ୍ରକଳ୍ପରେ ସିଡିପିଓ ଗୋଲାପୀ ନାଏକ, ପଞ୍ଚାୟତ କଲେଜରେ ଅଧ୍ୟକ୍ଷ ତିରୁପତି ମେହେର, ଶିଶୁ ମନ୍ଦିରରେ ସମାଜସେଵୀ ମଦନଲାଲ ଅଗ୍ରୱାଲ,

ଆଦର୍ଶ ବିଦ୍ୟାଳୟରେ ଅଧ୍ୟକ୍ଷ ଗୋଲକ ଚନ୍ଦ୍ର ମଲ୍ଲିକ, ଥାନାରେ ଆଇଆଇସି ସୁଶାନ୍ତ ବଢ଼େଇ, ନୋଡାଲ ହାଇସ୍କୁଲରେ ପ୍ରଧାନ ଶିକ୍ଷୟତ୍ରୀ ଜ୍ୟୋତିର୍ମୟୀ ମହାପାତ୍ର, ଏସଏସଡି ବିଦ୍ୟାଳୟରେ, ରେଡ଼କ୍ରସ ଭିନ୍ନକ୍ଷମ ବିଦ୍ୟାଳୟରେ ବିଡ଼ିଓ ବିନୟ ଭୋଇ, ବାଳିକା ଉଚ୍ଚ ବିଦ୍ୟାଳୟରେ ବିନାୟକ କୁମ୍ଭାର, କେନ୍ଧୁଲିପ ବିଭାଗରେ ରେଞ୍ଜର ଭାସ୍କର ଚନ୍ଦ୍ର ପାଣିଗ୍ରାହୀ, ବନ ବିଭାଗରେ ରେଞ୍ଜର ସାଗର ରାଜ ନାୟକ ପ୍ରମୁଖ ଉପସ୍ଥିତ ରହି ଜାତୀୟ ପତାକା ଉତୋଳନ କରିଥିଲେ । ଏହି ସ୍ୱାଧୀନତା ଦିବସରେ ଗାଁ ରୁ ସହର ବେଶ ଉତ୍ସବ ମୁଖର ହୋଇ ଉଠିଥିଲା ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.