ସ୍ୱାଧୀନତା ଦିବସ ଅବସରରେ ଅନଲାଇନ କବିତା ଆସର

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): ୭୮ତମ ସ୍ୱାଧୀନତା ଦିବସ ଅବସରରେ ମୋ ଲେଖା ମୋ ଦୁନିଆ ସାହିତ୍ୟ ସଂସଦ, କଳାହାଣ୍ଡି ପକ୍ଷରୁ ଅନଲାଇନ କବିତା ଆସର ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ଆକାଶ ଦାସ ନାୟକ ବିଧାୟକ କୋରେଇ, ଅଭିନେତା ଓଡ଼ିଆ ସିନେମା ତଥା ସମାଜସେବୀ ଯୋଗଦେଇଥିଲେ । ଅନୁଷ୍ଠାନର ମାର୍ଗଦର୍ଶନ ଚନ୍ଦ୍ରକାନ୍ତ ବିଶ୍ୱାଳ ଜାତୀୟ ପତାକା ଓ ସଂଗୀତ ପ୍ରେରଣ କରି ସମସ୍ତଙ୍କୁ ସ୍ୱାଧୀନତା ଦିବସର ଶୁଭ ଅଭିନନ୍ଦନ ଜଣାଇଥିଲେ । ଏହି କାର୍ଯ୍ୟକ୍ରମରେ ଆନ୍ତାର୍ଜାତୀୟ ଖ୍ୟାତସମ୍ପନ କବି ଡ଼. ଭବାନୀ ଶଙ୍କର ନିଆଲ, ଯୋଗ ପ୍ରଶିକ୍ଷକ ସନାତନ ମହାକୁଡ଼, ମୁଖ୍ୟ ଉପଦେଷ୍ଟା ଭାରତୀ ରଥ, ପ୍ରତିଷ୍ଠାତା ଖୁସିରାମ ସାହୁ, ବିଚାରକ ମନ୍ମଥ ସ୍ବାଇଁ ଯୋଗଦେଇ ଥିଲେ । ଏହି କବିତା ଆସରରେ ଓଡିଶାର କୋଣ ଅନୁକୋଣରୁ ଶତାଧିକ କବି ଓ କବୟିତ୍ରୀ ଯୋଗ ଦେଇଥିଲେ ।

ବିଧୂତ ଶେଖର ମିଶ୍ର, ପୁନମ ମାଝୀ, ଆଲ୍ଲାଦିନୀ ଚାନ୍ଦ, ଗୌରଚନ୍ଦ୍ର ଗହୀର, ଗୋବିନ୍ଦ ବେହେରା, ବେଣୁଧର ବେହେରା, ବିଦ୍ୟାଧର ମନ୍ତ୍ରୀ, ଯୁଧିଷ୍ଠିର ମୁଦୁଲି, ଅଶୋକ କୁମାର ନାୟକ, ଶୋଭାଗିନୀ ନନ୍ଦ, ପ୍ରତାପ ଚନ୍ଦ୍ର ମିଶ୍ର, ଭୂପେନ୍ଦ୍ର ଗହୀର, କୈଳାସ ବେହେରା, ସଂଯୁକ୍ତା ସାହୁ,ଉଦ୍ଧବ ଚରଣ ସାହୁ, ଲଲାଟ କେଶରୀ ବଳସାମନ୍ତ, ମଞ୍ଜୁଶ୍ରୀ ବରାଳ, ନଳିନୀ ପ୍ରଭା ସୁବୁଦ୍ଧି, ସୁଜାତା ଦ୍ବିବେଦୀ, ବିନୟ ନାଏକ, ବିଜୟ ସ୍ୱାଇଁ, ପ୍ରହଲ୍ଲାଦ ବିଶ୍ୱାଳ, ଶୁଭସ୍ମିତା ପାତ୍ର, ପଙ୍କଜ ସାମଲ,ଦଶରଥ ମାଝୀ, ଶାରଙ୍ଗ ଧର ସାହୁ, ରିତା ଅପରାଜିତା ମହାନ୍ତି ପ୍ରମୁଖ କବି ଓ କବୟିତ୍ରୀ ‘ଆଜାଦ ଭାରତ’ ଶୀର୍ଷକକୁ ନେଇ ନିଜ ନିଜ କବିତା ପ୍ରେରଣ କରିଥିଲେ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.