ସଙ୍ଗମ ଇ-ପତ୍ରିକା ତରଫରୁ ଆଭାସୀ କବିତା ଆସର

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): ସଙ୍ଗମ ଇ-ପତ୍ରିକା ତରଫରୁ ସ୍ୱାଧୀନତା ଦିବସ ଉପଲକ୍ଷେ ଆଭାସୀ କବିତା ଆସର ଅନୁଷ୍ଠିତ ହୋଇଥିଲା l ଉକ୍ତ କାର୍ଯ୍ୟକ୍ରମରେ ପତ୍ରିକାର ସଭାପତି ଶ୍ରୀ ଆନନ୍ଦ ସାଗରିଆଙ୍କ ସଭାପତିତ୍ବରେ ମୁଖ୍ୟ ଅତିଥି ଭାବରେ ମହାରାଜା ପୂର୍ଣ୍ଣଚନ୍ଦ୍ର ସ୍ୱୟଂଶାସିତ ମହାବିଦ୍ୟାଳୟ ଓଡ଼ିଆ ବିଭାଗୀୟ ସହକାରୀ ପ୍ରଫେସର ଡକ୍ଟର ଦୟାନିଧି ପରିଡ଼ା ଯୋଗ ସାହିତ୍ୟର ସ୍ୱରୂପ, କବିତାର ବୈଶିଷ୍ଟ୍ୟ ତଥା କବି ମାନଙ୍କ ସଚେତନତା ସମ୍ପର୍କରେ ଆଲୋଚନା କରିଥିଲେ l

ପତ୍ରିକାର ସମ୍ପାଦକ ରମାକାନ୍ତ ସିଂହ ସାହାଣୀଙ୍କ ସଭା ପରିଚାଳନାରେ ପତ୍ରିକାର ଉପସଭାପତି ଶ୍ରୀ ଚୁନିଲ କୁମାର ଗଙ୍ଗଦେବ ଅତିଥି ପରିଚୟ ପ୍ରଧାନ କରିଥିଲେ, ସହ ସମ୍ପାଦକ ଦୀପକ କୁମାର ପାତ୍ରଙ୍କ ସଂଯୋଜନାରେ କବି ଶ୍ୟାମ ସୁନ୍ଦର ହେର୍ଣ୍ଣା,ସୁଷମା ସାହୁ, ଧ୍ରୁବରାଜ ରଣା, ଡିଙ୍ଗର ସାହୁ, ଟିକେମଣି ବୁଦ୍ଧିଆ, ଗୌରୀ ରଣା, ନୃପରାଜ ଭୁଏ, ଭାଗିରଥି ସାଗର, ଡୋଳାମଣି ମାଝୀ, ନମିତା ଶଗରିଆ, ଯଶୋଦା ମାଝୀ, ସୀମା ପ୍ରଧାନ, ମାନସ କୁମାର ସାହୁ, ଚୈତନ୍ୟ ବାଗ, ପିଙ୍କୁ ରଣବିଡା, ଲିଙ୍ଗରାଜ ପୁଞ୍ଜି, ମକରଧ୍ଵଜ ସାହୁ, କବି ଉଦ୍ଧବ ପ୍ରମୁଖ ସ୍ୱରଚିତ କବିତା ପାଠ କରିଥିଲେ l ଶେଷରେ ପତ୍ରିକାର ସଂଯୋଜକ ହେମନ୍ତ ରାଉତ ଧନ୍ୟବାଦ ଅର୍ପଣ କରିଥିଲେ l

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.