ସ୍ବାଧିନତା ଦିବସ ଅବସରରେ ବୃକ୍ଷରୋପଣ କାର୍ଯ୍ୟକ୍ରମ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନବୀନ କିଶୋର ସାହୁ): କର୍ଲାମୁଣ୍ଡା ବ୍ଲକ ରେଗଡା ସ୍ଥିତ ଓମ ଅନଲାଇନ ସେଣ୍ଟର ଓ ଲଙ୍କେଶ୍ଵରୀ ହେୟାର୍ କଟିଙ୍ଗର ମିଳିତ ଆନୁକୂଲ୍ୟରେ ଗୁରୁବାର ଦିନ ଜାତୀୟ ପତାକା ଉତ୍ତୋଳନ ସହ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଅଙ୍ଗନୱାଡ଼ି କେନ୍ଦ୍ରର କର୍ମୀ ସହ ଛାତ୍ରଛାତ୍ରୀମାନେ ଓ ରେଗଡା ଜଗଦୀଶ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ସମସ୍ତ ଛାତ୍ରଛାତ୍ରୀ ମାନଙ୍କ ସହ ଶିକ୍ଷକ ବୃନ୍ଦ ଯୋଗଦେଇଥିଲେ। କାର୍ଯ୍ୟକ୍ରମରେ ପ୍ରଥମେ ଜାତୀୟ ପତାକା ଉତ୍ତୋଳନ କରିବା ସଙ୍ଗେସଙ୍ଗେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଉକ୍ତ କାର୍ଯ୍ୟକ୍ରମରେ ଅଙ୍ଗନୱାଡ଼ି କେନ୍ଦ୍ର କର୍ମୀ ଉଦ୍ୟାନ ଭୋଇ, ଜଗଦୀଶ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ କ୍ଷୀର ସାଗର ସାହୁ, ଶିକ୍ଷକ ଇଶ୍ଵର ମହାକୁର୍, ପାର୍ଥବ ସାହୁ, ମଣ୍ଟୁ ବନଛୋର୍, କୁଞ୍ଜବିହାରୀ ପଟ୍ଟନାୟକଙ୍କ ସହ ବିଦ୍ୟାଳୟ ପରିଚାଳନା କମିଟିର ସଭାପତି ସେନାପତି ବଗର୍ତ୍ତୀ, ବିଦ୍ୟାଳୟ ପରିଚାଳନା କମିଟିର ପୁର୍ବତନ ସଭାପତି ତଥା ଲଙ୍କେଶ୍ଵରୀ ହେୟାର୍ କଟିଙ୍ଗ୍ ସେଣ୍ଟରର ପ୍ରତିଷ୍ଠାତା ପବିତ୍ର ବାରିକ, ଓମ ଅନଲାଇନ ସେଣ୍ଟରର ପ୍ରତିଷ୍ଠାତା ହିରାମଣୀ ସାହୁ ପ୍ରମୁଖ ଉପସ୍ଥିତ ଥିଲେ। ଗୁପ୍ତେଶ୍ୱର ବାରିକ, ଡୁଲେଶ୍ଵର କୁମାର ସାହୁ, ଚନ୍ଦ୍ରଭାନୁ ସାହୁ, ଗୁପ୍ତେଶ୍ୱର ସାହୁ ଓ ଶେଷ ସାହୁ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ସୂଚାର ରୂପେ ପରିଚାଳିତ କରିଥିଲେ। ଏହି କାର୍ଯ୍ୟକ୍ରମରେ ଗ୍ରାମର ଶତାଧିକ ଜନସାଧାରଣ ଯୋଗଦେଇ କାର୍ଯ୍ୟକ୍ରମକୁ ସାଫଲ୍ୟ ମଣ୍ଡିତ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.