ଓଡ଼ିଆ ବାର୍ତ୍ତା/ ସିନାପାଲି (ରମେଶ ମେହେର): ନୂଆପଡ଼ା ଜିଲ୍ଲା ସିନାପାଲି ବ୍ଲକ ସ୍ତରୀୟ ୭୮ତମ ସ୍ବାଧିନତା ଦିବସ ପାଳନ ଅବସରରେ ସ୍ଥାନୀୟ ଅଗ୍ରଣୀ ଯୁବ ଅନୁଷ୍ଠାନ ଉଦନ୍ତୀ ୟୂଥ କ୍ଲବକୁ ସମ୍ବର୍ଦ୍ଧିତ କରାଯାଇଛି ା ବ୍ଲକ ସ୍ତରୀୟ ଏହି କାର୍ଯ୍ଯକ୍ରମରେ ସିନାପାଲି ଗ୍ରାମ ପଂଚାୟତ ତରଫରୁ ଏହି ସମ୍ବର୍ଦ୍ଧନା ଦିଆଯାଇଥିବା ଜଣାପଡ଼ିଛି ା ମଂଚରେ ଉପସ୍ଥିତ ସିନାପାଲି ବିଡ଼ିଓ ଓ ବ୍ଲକ ଚେରମ୍ଯାନ ପ୍ରମୁଖ ଅତିଥିଙ୍କ ଠାରୁ କ୍ଲବର ସଭାପତି ସୂରଜ କୁମାର ମେହେର ଓ ସଂପାଦକ ପ୍ରଭାତ କୁମାର ମେହେରଙ୍କ ସମେତ ଅନ୍ଯାନ୍ଯ ସଭ୍ଯ ଉପସ୍ଥିତ ରହି ସମ୍ବର୍ଦ୍ଧନା ଗ୍ରହଣ କରିଥିଲେ ା ସୂଚନାଯୋଗ୍ଯ ଯେ ଦୀର୍ଘ ୨୫ ବର୍ଷ ଧରି ସିନାପାଲି ଅଂଚଳର ବିକାଶ ନିମନ୍ତେ ନିରବଚ୍ଛିନ୍ନ କାର୍ଯ୍ଯ କରିଆସୁଥିବା ଏହି ଯୁବ ଅନୁଷ୍ଠାନ ବିଭିନ୍ନ ସମୟରେ ଅନେକ ଭଳ କାମ କରି ସାଧାରଣରେ ପ୍ରଶଂସିତ ହୋଇପାରିଛି ା
ନିକଟରେ ଜନୈକା ଅଜଣା ମହିଳାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରିବା ସହ ତାର ଚିକିତ୍ସା ସବିଧା କରିଥିବା ଏହି କ୍ଲବର ଯୁବକ ମାନେ ଉକ୍ତ ମହିଳାଙ୍କ ପରଲୋକ ପରେ ବିଧି ମୁତାବକ ତା’ର ଅନ୍ତେଷ୍ଟି କ୍ରିୟା କରି ଅଂଚଳରେ ଖୁବ୍ ଚର୍ଚ୍ଚିତ ଓ ପ୍ରଶଂସିତ ହୋଇଥିଲେ ା ଗରୀବଗୁରୁବାଙ୍କୁ ସହଯୋଗ, କରୋନା ସମୟରେ ଖାଦ୍ଯ ବଣ୍ଟନ, ରକ୍ତଦାନ, ଚାରା ରୋପଣ, ଯୁବ ପ୍ରତିଭା ଅନ୍ୱେଷଣ ଆଦି ସହ ଅଂଚଳର ବିକାଶ ପାଇଁ ସଦା ତତ୍ପର ଥିବା ଉଦନ୍ତୀ ୟଥ୍ କ୍ଲବକୁ ଉତ୍ସାହିତ କରିବାକୁ ଏହି ସମ୍ବର୍ଦ୍ଧନା ଦିଆଯାଇଥିବା ଜଣାପଡ଼ିଛି ା