ବ୍ଳକ ଶିକ୍ଷା ଅଧିକାରୀଣୀଙ୍କ ଅଚାନକ ସ୍କୁଲ ପରିଦର୍ଶନ; ଶିକ୍ଷକ ମାନଙ୍କ ଭିତରେ କୋକୁଆ ଭୟ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନବୀନ କିଶୋର ସାହୁ): କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକ ଅନ୍ତର୍ଗତ ରାଜପୁର ପଞ୍ଚାୟତର ଵାଞ୍ଜିପଦର ସରକାରୀ ଉନ୍ନତି ଉଚ୍ଚ ବିଦ୍ୟାଳୟକୁ ହଠାତ ଶୁକ୍ରବାର ୧୦ ଟାରେ ପରିଦର୍ଶନ କରିଥିଲେ ଗୋଷ୍ଠୀ ଶିକ୍ଷା ଅଧିକାରୀଣୀ ସୁଶ୍ରୀ ବିଜୟା ଲକ୍ଷ୍ମୀ ନାଗ। କର୍ଲାମୁଣ୍ଡା ବ୍ଲକରେ ପ୍ରଥମ କରି ଶିକ୍ଷା ବିଭାଗରେ ଯୋଗଦାନ ଦେବା ଠାରୁ ସେ କେତେବେଳେ କେଉଁ ସମୟରେ ସ୍କୁଲକୁ ଯାଇ ପରିଦର୍ଶନ କରୁଛନ୍ତି ଏବେ ଶିକ୍ଷକଙ୍କ ଭିତରେ କୋକୁଆ ଭୟ ଦେଖିବାକୁ ମିଳୁଛି। ଏ ନେଇ ବିଦ୍ୟାଳୟକୁ ଯାଇ ଶିକ୍ଷା ବିଭାଗର ସିଆରସିସି ବିଶିକେଶନ ସୁନାଙ୍କୁ ଫୋନ କରିବାର ୧୫ ମିନିଟ ଭିତରେ ପହଞ୍ଚିଲା ପରେ ସିଆରସିସି ଓ ବ୍ଲକ ଗୋଷ୍ଠୀ ଶିକ୍ଷା ଅଧିକାରୀଣୀ ମିଶି ଉନ୍ନିତ ଉଚ୍ଚ ବିଦ୍ୟାଳୟ ଵାଞ୍ଜିପଦର ପ୍ରଥମରୁ ଦଶମ ଶ୍ରେଣୀ କୋଠରୀରେ କେମିତି ଶିକ୍ଷା ଦାନ ଚାଳିଛି ଏ ଖବର ପାଇ ଅଚାନକ ପରିଦର୍ଶନ କରିଥିଲେ ଓ ଦଶମ ଶ୍ରେଣିରେ ୩୦ ମିନିଟ ପଯ୍ୟନ୍ତ ଶିକ୍ଷା ଦାନ ଦେଇ ଥିବା ବେଳେ ୨୭ ଜଣ ଛାତ୍ରଛାତ୍ରୀ ଅଧ୍ୟୟନ ସମୟରେ ପଚାରି ବୁଝିଥିଲେ ଏ ବର୍ଷ ମାଟ୍ରିକ ପରୀକ୍ଷାରେ ୬୦ଶତକଡା ଛାତ୍ରଛାତ୍ରୀ ରଖିବେ ବୋଲି କହିବାରୁ ଖୁସି ବ୍ୟକ୍ତ କରିଥିବା ଜଣାପଡିଛି। ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କୁ ଭଳ ଭାବରେ ପାଠ ପଢେଇବା, ସ୍ବଚ୍ଛ ପରିବେଶ ରଖିବା, ମଧ୍ୟାହ୍ନ ଭୋଜନରେ ଛାତ୍ରଛାତ୍ରୀ ମାନଙ୍କ ଉତ୍ତମ ସ୍ୱାସ୍ଥ୍ୟ ବ୍ୟବସ୍ଥା ଉପରେ ଧ୍ୟାନ ଦେବେ ବୋଲି ଗୋଷ୍ଠୀ ଶିକ୍ଷା ଅଧିକାରୀଣୀ ସୁଶ୍ରୀ ନାଗ ବିଦ୍ୟାଳୟର ପ୍ରଧାନ ଶିକ୍ଷକଙ୍କୁ ନିର୍ଦେଶ ଦେଇଥିଲେ। ତେବେ ବିଇଓ କେତେବେଳେ କେଉଁ ବିଦ୍ୟାଳୟକୁ ହଠାତ ପରିଦର୍ଶନ କରିବେ ଓ ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କ ଉପରେ କି ପ୍ରକାର‌ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ ତାହା ଦେଖିବାକୁ ବାକି ରହିଲା।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.