ଡୋପିଂ ନିୟମ ଉଲ୍ଲଘଂନ କାରଣରୁ ବାସନ୍ଦ ହେଲେ ନିରୋଶନ ଡିକୱେଲା

ଓଡ଼ିଆ ବାର୍ତ୍ତା/ କଲମ୍ବୋ: ଡୋପିଂ ନିୟମ ଉଲ୍ଲଘଂନ କାରଣରୁ ବାସନ୍ଦ ହୋଇଛନ୍ତି ଶ୍ରୀଲଙ୍କାର କ୍ରିକେଟର ନିରୋଶନ ଡିକୱେଲା । ତାଙ୍କୁ ଅନିଶ୍ଚିତତା ସମୟ ପାଇଁ ବାସନ୍ଦ କରାଯାଇଛି । ପରବର୍ତ୍ତୀ ରିପୋର୍ଟ ଆସିବା ପର୍ଯ୍ୟନ୍ତ ସେ କୌଣସି ପ୍ରକାରର କ୍ରିକେଟରେ ଖେଳିପାରିବେ ନାହିଁ ବୋଲି ଶ୍ରୀଲଙ୍କା କ୍ରିକେଟ ବୋର୍ଡ ସ୍ପଷ୍ଟ କରିଛି । ଅନେକ ସମୟରେ ବିବାଦ ଭିତରେ ରହି ଆସିଥିବା ଏହି ଖେଳାଳି ବର୍ତ୍ତମାନ ଅଡୁଆରେ ପଡିଯାଇଛନ୍ତି । 

Omkar Vasthu
Omkar Vasthu

ଲଙ୍କା ପ୍ରିମିୟର ଲିଗ ୨୦୨୪ ଅବସରରେ ଡୋପ ଟେଷ୍ଟରେ ଧରା ପଡିଥିଲେ ନିରୋଶନ । ପୂର୍ବରୁ ସେ କୋଭିଡ-୧୯ ପ୍ରୋଟୋକଲ ଉଲ୍ଲଘଂନ କରିଥିଲେ । ଏଥିପାଇଁ ତାଙ୍କ ଉପରେ ୧ କୋଟି ଟଙ୍କାର ଜରିମାନା ଓ ୧ ବର୍ଷ ବାସନ୍ଦ ଦଣ୍ଡାଦେଶ ଲାଗୁ କରାଯାଇଥିଲା । ଇଂଲଣ୍ଡ ବିପକ୍ଷ ସିମିତ ଓଭର ସିରିଜ ଅବସରରେ ସେ ଅନ୍ୟ ୩ଜଣଙ୍କ ସହ ଡରହମ ସଡକରେ ବୁଲୁଥିବା ବେଳେ ଧରା ପଡିଥିଲେ । ଗସ୍ତ ଅଧାରୁ ତାଙ୍କୁ ସ୍ୱଦେଶ ପଠାଇ ଦିଆଯାଇଥିଲା । 

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.