ଆକ୍ସନ ମୋଡ଼ରେ ସଇଁତଲା ଥାନା ଅଧିକାରୀ: ଯୋଗଦାନର ସପ୍ତାହ ନ ପୂରୁଣୁ ୫ ବାଇକ ଉଦ୍ଧାର ସହ ୬ ଅଭିଯୁକ୍ତଙ୍କୁ କୋର୍ଟଚାଲାଣ

ଓଡ଼ିଆ ବାର୍ତ୍ତା/ ବଲାଙ୍ଗୀର (ପ୍ରମୋଦ ସେଲମା): ବଲାଙ୍ଗୀର ଜିଲ୍ଲା ସଇଁତଲା ଥାନା ଅଞ୍ଚଳରେ ବାଇକ ଚୋରୀ ବୃଦ୍ଧି ଚାଲିଥିବା ବେଳେ ନୂଆଁ ଥାନା ଅଧିକାରୀ ଯୋଗଦାନ କରିବାର ସପ୍ତାହ ନ ପୂରୁଣୁ ୫ ବାଇକ ଉଦ୍ଧାର ସହ ୬ଜଣ ଅଭିଯୁକ୍ତଙ୍କୁ ଗିରଫ କରି ଟିଟିଲାଗଡ଼ କୋର୍ଟକୁ ଚାଲାଣ କରିଥିବା ବେଳେ ଜାମିନ ନା ମଞ୍ଜୁର ହେବାରୁ ଜେଲ ହାଜତକୁ ପଠାଇ ଦିଆଯାଇଛି। ଏ ନେଇ ସଇଁତଲା ଥାନା କେସ ନଂ 353/24 ଅନୁସାରେ ଭାରତୀୟ ଦଣ୍ଡ ବିଧି ଅନୁଯାୟୀ ଦଫା 303 (2) (61) (2) (a) (111)(4)(6) ରୁଜ ହୋଇଛି।

Omkar Vasthu
Omkar Vasthu

ଗିରଫ ଅଭିଯୁକ୍ତ ମାନେ ହେଲେ ବିଜୟ ନାଗ ଓରଫ କ୍ରିଷ୍ଣା (୧୯) ସଇଁତଲା ଥାନା କରେଲଧୂଆ, ସଞ୍ଜୟ ସାହୁ (୩୦) ଟିଟିଲାଗଡ଼ ଥାନା ଦେଶୀଳ, ଅଭି କୁମ୍ଭାର (୧୮) ସଇଁତଲା, ଭାଟିଶାଳ ପଡା, ବ୍ରଜ କିଶୋର ବେରିଆ (୩୦) ତୁଷୁରା ଥାନା ବଡ଼ବାହାଲ, ଡୁଲେଶ୍ଵର ରଣା (୩୪) ଓ ଯଶୋବନ୍ତ ମଲ୍ଲିକ (୨୩) ତୁଷୁରା ଥାନା ଗୌରଗୋଟ ଅଞ୍ଚଳର ବୋଲି ଜଣାପଡିଛି। ପ୍ରକାଶ ଯେ, ସଇଁତଲା ଥାନାର ମାଣେଶ ଜାଲ, ଯୁଧିଷ୍ଠିର ଜାଲ ଓ ସିଲେଟପଡା ଲକ୍ଷ୍ମୀକାନ୍ତ ସାହୁଙ୍କ ବାଇକ ରାତ୍ରି ସମୟରେ ଦୁର୍ବୁତ୍ତମାନେ ଘରୁ ଚୋରୀ କରିଥିବା ଘଟଣା ଅଞ୍ଚଳରେ ଚର୍ଚ୍ଚା ହୋଇଥିଲା। କିନ୍ତୁ ଆକ୍ସନ ମୋଡ଼ର ନୂଆଁ ଥାନା ଅଧିକାରୀ ଯୋଗଦାନ କରିବାର ସପ୍ତାହ ନ ପୂରୁଣୁ ଅଭିଯୁକ୍ତ ସହ ବାଇକ ଉଦ୍ଧାର ହୋଇଛି।

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery

ଉକ୍ତ ଘଟଣା ନେଇ ବଲାଙ୍ଗୀର ଆରକ୍ଷୀ ଅଧିକ୍ଷକଙ୍କ ନିର୍ଦେଶ କ୍ରମେ ସଇଁତଲା ଆଇଆଇସି ସୁଶାନ୍ତ ବଢ଼େଇଙ୍କ ତତ୍ତ୍ୱବଧାନରେ ଏକ ଟିମ ଗଠନ କରାଯାଇଥିଲା। ଏଥିରେ ଏସଆଇ ଆଲୋକ ପ୍ରସାଦ ଭୋଇ, ଏଲ. ଚାଲାଣ, ପିଏସଆଇ ରାଜେଶ ବେହେରା ଓ ଏଏସଆଇ ଥବିର ମହାରଣା ଙ୍କୁ ସାମିଲ ହୋଇଥିଲେ। ଏହି ଟିମ ନବୀନ ଛକ ଠାରେ ପେଟ୍ରୋଲିଙ୍ଗ କରୁଥିବା ବେଳେ ପୋଲିସ ସନ୍ଦେହ କରି ଡିଲକ୍ସ ବାଇକ ସହ ଅଭିଯୁକ୍ତଙ୍କୁ ପ୍ରଥମେ ଧରିବାରେ ସଫଳ ହୋଇଥିଲା। ଏହାପରେ ଟିଟିଲାଗଡ଼ ଓ ତୁଷୁରା ଅଞ୍ଚଳକୁ ଚଢ଼ାଉ କରି ୫ ଗୋଟି ବାଇକ ସହ ୬ ଜଣ ଅଭିଯୁକ୍ତଙ୍କୁ ଧରିବାରେ ପୋଲିସକୁ ଏକ ବଡ଼ ସଫଳତା ମିଳିଛି। ଏପରିକି ଅପରାଧୀମାନଙ୍କ ପ୍ରତି ପୋଲିସ କଡା ନଜର ରଖିଛି ବୋଲି ଏକ ସାମ୍ବାଦିକ ସମ୍ବିଳନୀରେ ଟିଟିଲାଗଡ଼ ଏସଡିପିଓ ଅଙ୍କିତା କୁମ୍ଭାର ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। ଏହି ସାମ୍ବାଦିକ ସମ୍ବିଳନୀରେ ଆଇଆଇସି ସୁଶାନ୍ତ ବଢ଼େଇ ଓ ସେକେଣ୍ଡ ଅଫିସର ଆଲୋକ ପ୍ରସାଦ ଭୋଇ ଉପସ୍ଥିତ ଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.