ପ୍ରତାପୁର ଗ୍ରାମରେ ୫ଫୁଟ ଉଚ୍ଚତାର ଗଜା ମୁଁଆ ଓ କଳସ ଯାତ୍ରା ଅନୁଷ୍ଠିତ 

ଓଡ଼ିଆ ବାର୍ତ୍ତା/ ପୁରୁଷୋତ୍ତମପୁର (ପ୍ରସନ୍ନ କୁମାର ଦାଶ): ଗ୍ରାମବାସିଙ୍କ ମଙ୍ଗଳ ଓ ଫସଲ ଭଲ ହେବା ପାଇଁ ଗ୍ରାମ ଦେବୀଙ୍କ ନିକଟରେ ଲାଗି ହେଲା ପାଞ୍ଚ ଫୁଟ ଉଚତା ଓ ଶହେ କେଜି ଓଜନର ମୁଁଆ ଶହେ କେଜି ଓଜନ ଓ ପାଞ୍ଚ ଫୁଟ ଉଚତା ବିଶିଷ୍ଟ ମୁଁଆ ପ୍ରସ୍ତୁତି ରେ ଲାଗିଥିଲେ କାରିଗର l ଯାହାକି 70 ନଉତି ଳିଆ ଓ 50 କେଜି ର ଗୁଡ଼ ରେ ପସ୍ତୁତ ମୁଁଆ ଲାଗିହେବ ବାଇଧର ଙ୍କ ପାଖରେ l ତେଣୁ କାରିଗର ମାନେ ନିଷ୍ଠାର ସହ ପ୍ରସ୍ତୁତ କରୁଛନ୍ତି ମୁଁଆ l ଗ୍ରାମବାସୀଙ୍କ ମଙ୍ଗଳ କାମନା, ସୁଖ ସମୃଦ୍ଧି ଏବଂ ଭଲ ଫସଲ ଅମଳ ହେବା ପାଇଁ ପ୍ରତି ତିନି ବର୍ଷ କୁ ଥରେ ଗଞ୍ଜାମ ଜିଲ୍ଲା ପୁରୁଷୋତ୍ତମପୁର ବ୍ଲକ ଅନ୍ତର୍ଗତ ଐତିହ ସମ୍ପର୍ଣ୍ଣ ଗ୍ରାମ ପ୍ରତାପପୁର ରେ ଆୟୋଜିତ ହେଇଛି ଏହି ଗଜାମୁଆଁ,ପଣା କଳସ ଯାତ୍ରା ଉତ୍ସବ l ଭକ୍ତି, ଆସ୍ଥା, ବିଶ୍ୱାସ ଏବଂ ଭାଇଚାରାର ଏକ ନିଦର୍ଶନ ସହ ଗ୍ରାମ ପୂଜନର ଏକ ଅନନ୍ୟ ପରମ୍ପରା ହେଇଛି ଏହି ଉତ୍ସବ l ଗ୍ରାମବାସୀ ଙ୍କୁ ରୋଗ ଦାଉରୁ ରକ୍ଷା କରିବା, ଗ୍ରାମରେ ସାନ୍ତି ରହିବା ଓ ଭଲ ଫସଲ ଅମଳ ହେବା ପାଇଁ ଗ୍ରାମର ପଞ୍ଚ ଠାକୁରାଣୀ ଙ୍କୁ ଏହି ଅବସରରେ ପୂଜାର୍ଚନା,ଗଜାମୁଆଁ, ପଣା ହାଣ୍ଡି ସହ ଶହେ କେଜି ଓଜନ ଓ ପାଞ୍ଚ ଫୁଟ ଉଚତା ର ମୁଁଆ ଭେଟି ଦିଅନ୍ତି ଲୋକେ l

Omkar Vasthu
Omkar Vasthu

ଗାଁପୁଆଁ ବା ଉପାନଦିଆ ଅବସରରେ ଗ୍ରାମର ମହିଳା ମନେ ଘରେ ଘରେ ବିଭିନ୍ନ ପ୍ରକାର ପିଠା ପଣା ପ୍ରସ୍ତୁତ କରି ବିରାଟ ପଟୁଆରରେ ପଣା ହାଣ୍ଡି ଓ ଗଜା ମୁଁଆ ନେଇ ଗ୍ରାମ ପରିକ୍ରମା କରି ପଞ୍ଚ ଠାକୁରାଣୀଙ୍କୁ ଯଥା ଠାକୁରାଣୀ, ଗ୍ରାମଦେବତୀ, ବାଲି ଚଣ୍ଡୀ, ହରିଚଣ୍ଡୀ, ଓ ବାଇଧର ଠାକୁରାଣୀ ଙ୍କୁ ଏହି ଭୋଗ ଭେଟି ଦିଆଯାଇଥାଏ l ପିଢ଼ି ପରେ ପିଢ଼ି ଗ୍ରାମରେ ଏହି ପରମ୍ପରା ବଜାୟ ରହିଥିବା ବେଳେ ଦେବୀ ଙ୍କ ପୂଜାର୍ଚନା ଦ୍ୱାରା ଗ୍ରାମରେ ସାନ୍ତି ଶୃଙ୍ଖଳା ଓ ଫସଲ ଭଲ ଅମଳ ପାଇଁ କାହିଁକେତେବର୍ଷରୁ ପ୍ରତିତିନି ବର୍ଷ ରେ ଏହି ଯାତ୍ରାକୁ ସୁଚାରୁ ରୂପେ ପାଳନ କରିଛନ୍ତି | ଏହି ଯାତ୍ରାରେବିଶେଷ କରି କିଛି ଜାତିର ଲୋକେ ହେଲେ ଗୁଡ଼ିଆ , ଭଣ୍ଡାରୀ, ବ୍ରାହ୍ମଣ ବା ପୁରୋହିତ, ଓ ବାଢେଉ, ଓ ଗ୍ରାମବାସୀ ଙ୍କ ପ୍ରତାକ୍ଷ ସହଯୋଗ ରେ ଏହି ଯାତ୍ରାପରିଚାଳିତ ହେଉଅଛି |

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery

ଆଜି ର ଆଧୁନିକ ଚାଲି ଚଳଣି ଭିତରେ ଏହି ପରମ୍ପରା କୁ ଦେଖିଲେ ସତେ ଯେମିତି ଗ୍ରାମ୍ୟ ଜୀବନ ଓ ଚଳଣି କୁ ରୁଦ୍ଧିମନ୍ତ କରୁଥିବା ମନେହୁଏ ! ଏହି ଯାତ୍ରା ରେ ବିଶେଷ ସାହାଯ୍ୟ କରିଥିବା ବ୍ୟକ୍ରି ମାନେ ହେଲେ ବରିଷ୍ଟ ଆଇନ ଯିବି ଗୌରୀ ଶଙ୍କର ରାଉଳ, ସରପଞ୍ଚ ଦାଶ ବେହେରା, ସୁଦର୍ଶନ ନାୟକ, କ୍ଷେତ୍ର ବାସି ବେହେରା, ନାରାୟଣ ବେହେରା, ସନ୍ତୋଷ ମହାପାତ୍ର, ଦେବରାଜ ସାହୁ, ଗୋବିନ୍ଦ ବେହେରା, କାହ୍ନୁ ନାୟକ, ପ୍ରଭାକର ରାଉଳ, ଅଭିମନ୍ୟୁ ବେହେରା, ସୁବାଷ ବିଷୋୟୀ, ଶଙ୍କର ବିଷୋୟୀ, ପୁର୍ଣଚନ୍ଦ୍ର ସାହୁ, ସୂର୍ଯ୍ୟ ସାହୁ, ଟୁନା ବେହେରା, ହିମାଂଶୁ ବେହେରା, ଲକ୍ଷ୍ମୀ ରାଉଳ, ନରସିଙ୍ଗ ମହାରଣା, ବଳରାମ ଦାଶ, ଭାଗିରଥି ଦାଶ, ସବୁ ମନ୍ଦିର ର ପୂଜକ, ଙ୍କ ସହିତ ଗ୍ରାମର ସବୁ ଜାତିର ଲୋକମାନଙ୍କ ପ୍ରତକ୍ଷ ସହଯୋଗ ରେ ଏହି କାର୍ଯ୍ୟକ୍ରମ ତଥା ଯାତ୍ରା ସମ୍ପର୍ଣ୍ଣ ହୋଇଛି | ପୁଣି ଆଉ ତିନି ବର୍ଷକୁ ଅପେକ୍ଷା |

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.