ବିଜୁ ଜନତା ଦଳ ଛାଡ଼ିଲେ ଯୁବ ନେତା ଭବାନୀ ସାହୁ 

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ବିଜୁ ଜନତା ଦଳର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି ଯୁବ ନେତା ଭବାନୀ ସାହୁ। ସେ ତାଙ୍କ ଇସ୍ତଫା ପତ୍ର କଳାହାଣ୍ଡି ଜିଲ୍ଲା ବିଜୁ ଜନତା ଦଳ ସଭାପତି ପୁଷ୍ପେନ୍ଦ୍ର ସିଂଦେଓଙ୍କ ନିକଟକୁ ପଠେଇଥିବା ପ୍ରକାଶ କରିଛନ୍ତି। କଳାହାଣ୍ଡି ଜିଲ୍ଲା କେସିଙ୍ଗା ବ୍ଲକ ଅନ୍ତର୍ଗତ ବାଲସି ଗ୍ରାମର ଶ୍ରୀ ସାହୁ ଦୀର୍ଘ ଦୁଇ ଦଶନ୍ଧି ଧରି ବିଜେଡିର ଜଣେ ସକ୍ରିୟ କର୍ମୀ ଥିବାବେଳେ କେସିଙ୍ଗା ଅଞ୍ଚଳର ଅନେକ ଗୁରୁତ୍ୱପୁର୍ଣ ପ୍ରସଙ୍ଗକୁ ସରକାର ଏବଂ ପ୍ରଶାସନ ପାଖରେ ପହଞ୍ଚଇବାରେ ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ। ଜୁନାଗଡ଼ ବିଧାୟକ କ୍ୟାପଟେନ ଦିବ୍ୟ ଶଙ୍କର ମିଶ୍ରଙ୍କ ଅତି ନିକଟତର ଭାବେ ଜଣାଶୁଣା ଭବାନୀ ବିଗତ କିଛି ଦିନ ଭିତରେ ବିଜେଡିର କାର୍ଯ୍ୟକଳାପ ଦେଖି କ୍ଷୁବ୍ଧ ଥିବା ପ୍ରକାଶ କରିଛନ୍ତି। ବିଶେଷ କରି ବିଜେଡି ଓବିସି ବର୍ଗକୁ  ଅବହେଳା ଏବଂ କେସିଙ୍ଗା ପ୍ରତି ସବୁବେଳେ ବୈମାତୃକ ମନୋଭାବ ରଖୁଥିବା ଏହାର ପ୍ରମୁଖ କାରଣ ବୋଲି ସେ କହିଛନ୍ତି। ନିକଟରେ ତାଙ୍କର ଅତି ଘନିଷ୍ଠ ଭାବରେ ଜଣା ଯାଉଥିବା ବରିଷ୍ଠ ନେତା ତଥା ଅନ୍ତର୍ଜାତୀୟ ଖ୍ୟାତିସମ୍ପନ୍ନ କବି ଡ଼ଃ ଭବାନୀ ଶଙ୍କର ନିଆଲ ମଧ୍ୟ ବିଜେଡିରୁ ଇସ୍ତଫା ଦେଇଛନ୍ତି। ଅନ୍ୟପକ୍ଷରେ କଳାହାଣ୍ଡି ସାଂସଦ ମାଳବିକା ଦେବୀଙ୍କ କାର୍ଯ୍ୟକଳାପରେ ପ୍ରଭାବିତ ହୋଇ ଆଗାମୀ ଦିନରେ ଭବାନୀ ସାହୁ ଭାରତୀୟ ଜନତା ପାଟିରେ ଯୋଗଦେବା ଏକ ପ୍ରକାର ନିଶ୍ଚିତ ଥିବା ଜଣାପଡିଛି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.