ଏକଲ ବିଦ୍ୟାଳୟ ନର୍ଲା ସଞ୍ଚର ଖେଳକୁଦ ପ୍ରତିଯୋଗୀତା

ଓଡିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନର୍ଲା ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ଠାରେ ଏକଲ ବିଦ୍ୟାଳୟ ନର୍ଲା ସଞ୍ଚର ଖେଳକୁଦ ପ୍ରତିଯୋଗୀତା ଅନୁଷ୍ଠିତ ହୋଇଯାଇଛି। ଏଠାରେ ଉଭୟ ବାଳକ ଓ ବାଳିକା ଉଭୟ ବର୍ଗର ଲମ୍ବା ଡ଼ିଆଁ, ଉଚ୍ଚ ଡିଆଁ ଓ ଦୌଡ଼ ପ୍ରତିଯୋଗୀତା ଅନୁଷ୍ଠିତ ହୋଇଥିଲା। ପ୍ରତିଯୋଗୀତାରେ ନର୍ଲା ସଞ୍ଚର ୧୭ ଗୋଟି ବିଦ୍ୟାଳୟର ଛାତ୍ର ଛାତ୍ରୀ ଅଂଶ ଗ୍ରହଣ କରିଥିଲେ।

କାର୍ଯ୍ୟକ୍ରମରେ ଅତିଥି ଭାବରେ ମାଣ୍ଡେଲ ସରପଞ୍ଚ ପଦ୍ମଲୋଚନ ଜାଲ, ଏକଲ ଅଭିଯାନ ନର୍ଲା ସଞ୍ଚର ସଭାପତି ବଦ୍ରୀପ୍ରସାଦ ମିଶ୍ର, ଉପ ସଭାପତି ସାରଥି ନାୟକ, ସମ୍ପାଦକ ବିଷ୍ଣୁ ବଡ଼ପଣ୍ଡା ପ୍ରମୁଖ ମଞ୍ଚାସୀନ ରହି ମାର୍ଗଦର୍ଶନ ଦେଇଥିଲେ। କର୍ଲାମୁଣ୍ଡା ସର୍ବ ପ୍ରମୁଖ ନିର୍ମଲ ରଣା ପରିଚୟ ପ୍ରଦାନ କରିଥିଲେ। ଅଞ୍ଜନ କୁମାର ପାତ୍ର ଓ ରୋମାଞ୍ଚଳ ଧଙ୍ଗଡାମାଝୀ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ପୂର୍ବାହ୍ନ ୧୦ ରୁ ୪ ଟା ଯାଏଁ ଖେଳକୁଦ ପ୍ରତିଯୋଗୀତା ଅନୁଷ୍ଠିତ ହୋଇଥିଲା। ଉଦଯାପନୀ ଉତ୍ସବରେ କୃତୀ ପ୍ରତିଯୋଗୀଙ୍କୁ ଅତିଥି ବୃନ୍ଦ ପୁରସ୍କୃତ କରିଥିଲେ। କାର୍ଯ୍ୟକ୍ରମ ପରିଶେଷରେ ଆଚାର୍ଯ୍ୟ ଭୀମ ଗୌଡ ଧନ୍ୟବାଦ ଅର୍ପଣ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.