ସମାପନ ହେଲା ନର୍ଲା ବଣିକ ସଂଘର ଗଜଲକ୍ଷ୍ମୀ ପୂଜା  

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନର୍ଲା ବଣିକ ସଂଘ ପକ୍ଷରୁ ଗତ ବୁଧବାର ଠାରୁ ଚାଲିଥିବା ଗଜଲକ୍ଷ୍ମୀ ପୂଜା ପୂର୍ଣ୍ଣାହୂତି ସହ ସମାପନ ହୋଇଛି। ଚଳିତ ବର୍ଷ ପୂଜା ଅତି ଉତ୍ତମ ଭାବରେ ଅନୁଷ୍ଠିତ ହୋଇଥିବା ମତ ବ୍ୟକ୍ତ କରିଛନ୍ତି ସଂଘର ସଭାପତି ଶଙ୍କର ସାହୁ। ପ୍ରତ୍ୟହ ମଧ୍ୟାହ୍ନରେ ଭକ୍ତଙ୍କୁ ଅନ୍ନ ପ୍ରସାଦ ବିତରଣ କରାଯାଇଥିଲା। ବିଶେଷ କରି ସାନ୍ଧ୍ୟ ଆଳତି ସମୟରେ ପ୍ରବଳ ଜନ ସମାଗମ ହେଉଥିଲା। ଚଳିତ ବର୍ଷ ପୂଜା କର୍ତ୍ତା ଭାବରେ ସଂଘର ବରିଷ୍ଠ ସଦସ୍ୟ ରଞ୍ଜନ କୁମାର ମହାନ୍ତି ଓ ତାଙ୍କ ଧର୍ମପତ୍ନୀ ଜ୍ୟୋତି ମହାନ୍ତି ଦାୟୀତ୍ବ ନିର୍ବାହ କରିଥିବାବେଳେ ବ୍ରହ୍ମା ପଣ୍ଡିତ ଭାବରେ ଜନାର୍ଦ୍ଦନ ପାଢୀ ପୂଜନ କାର୍ଯ୍ଯ ପରିଚାଳନା କରିଥିଲେ। କ୍ଷେତ୍ରମଣି ପାଢୀ, ପ୍ରିତିରାଜ ପାଢୀ ଓ ଲମ୍ବୋଦର ପାଢ଼ୀ ପୂଜନ କାର୍ଯ୍ୟରେ ସହଯୋଗ କରିଥିଲେ। ବଣିକ ସଂଘର ବରିଷ୍ଠ ସଦସ୍ୟ ବିଜୟ ପଣ୍ଡା, ଅଜୟ ପଣ୍ଡା, ସୁବୋଧ ମିଶ୍ର, ସଞ୍ଜୟ ପଣ୍ଡା, ପ୍ରିତମ ସାହୁ, ଶ୍ରୀତମ ସାହୁ, ଚିନ୍ମୟ ଚାନ୍ଦ, ପିଣ୍ଟୁ ପଣ୍ଡା, ଶଙ୍ଖନିଧି ଗୌଡିଆ, ନାଥ ପୃଷ୍ଟି, ନିକୁଞ୍ଜ ଦତ୍ତା, କାନ୍ତୁ ସାହୁ, ପିଣ୍ଟୁ କମାନୀ, ରାଜେଶ ଅଗ୍ରୱାଲ, ପ୍ରସାଦ ଗାବଲି, ରାଜା ଅଗ୍ରୱାଲ, ଆକାଶ ଖେତାନ, ଶୁଭମ ଅଗ୍ରୱାଲା, ରାଜେଶ ଆଚାର୍ଯ୍ୟ, ଗୋଲୁ ଖେତାନ ପ୍ରମୁଖ ବିଭିନ୍ନ ଦାଇତ୍ୱରେ ରହି ପୂଜା ପରିଚାଳନା କରିଥିଲେ। ପବିତ୍ର ଗଜଲକ୍ଷ୍ମୀ ପୂଜା ଅବସରରେ ନର୍ଲା ବିଧାୟିକା ମନୋରମା ମହାନ୍ତି, ନର୍ଲା ବ୍ଲକ ଅଧ୍ୟକ୍ଷ ଦୁର୍ଗାପ୍ରସାଦ ମହାନ୍ତି, ନର୍ଲା ବିଡିଓ ରିପୁନାଥ ସୁନା ପ୍ରମୁଖ ନର୍ଲା ଅଞ୍ଚଳ ବାସୀ ଓ ବଣିକ ସଂଘ କର୍ମକର୍ତ୍ତାଙ୍କୁ ଶୁଭେଚ୍ଛା ଜଣାଇବା ସହ ସମସ୍ତଙ୍କ ସୁଖ ସମୃଦ୍ଧି କାମନା କରିଛନ୍ତି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.