ନବନିଯୁକ୍ତ କନିଷ୍ଠ ଶିକ୍ଷକଙ୍କୁ ଲାଞ୍ଜିଗଡ ପ୍ରାଥମିକ ଶିକ୍ଷକ ସଂଘ ତରଫରୁ ସ୍ଵାଗତ ସମ୍ବର୍ଦ୍ଧନା

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ୍ କୁମାର ନାଗ): ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ସଂଘ, ହରିପୁର ରୋଡ କଟକ ସହ ଅନୁବନ୍ଧିତ ଲାଞ୍ଜିଗଡ ପ୍ରାଥମିକ ଶିକ୍ଷକ ସଂଘ ପକ୍ଷରୁ ନବନିଯୁକ୍ତ କନିଷ୍ଠ ଶିକ୍ଷକମାନଙ୍କୁ ସ୍ଵାଗତ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି।

Omkar Vasthu
Omkar Vasthu

ଗୋପବନ୍ଧୁ ଉଚ୍ଚ ବିଦ୍ୟାଳୟ, ବିଶ୍ୱନାଥପୁର ଠାରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଅତିରିକ୍ତ ବ୍ଲକ ଶିକ୍ଷା ଅଧିକାରୀ ଲକ୍ଷ୍ମୀପ୍ରିୟା ମୁଦୁଲି, ବିଶିଷ୍ଟ ଅତିଥି ଭାବେ ଅତିରିକ୍ତ ବ୍ଲକ ଶିକ୍ଷା ଅଧିକାରୀ ଭାରତ ଭୂଷଣ ସାହୁ, ସମ୍ମାନିତ ଅତିଥି ଭାବେ ପୂର୍ବତନ ଅତିରିକ୍ତ ବ୍ଲକ ଶିକ୍ଷା ଅଧିକାରୀ ପଦ୍ମଲୋଚନ ସୁନା, ଲାଞ୍ଜିଗଡ ପ୍ରାଥମିକ ଶିକ୍ଷକ ସଂଘ ସଭାପତି ପ୍ରମୋଦ କୁମାର ମହାନ୍ତି, ସମ୍ପାଦକ ଏମ୍.ଏସ୍. ଶେଖର, ଉପଦେଷ୍ଟା ତପନ କୁମାର ଭୋଇ ମଞ୍ଚାସୀନ ଥିଲେ।

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery

ସରକାର ଙ୍କ ନିର୍ଦେଶ କ୍ରମେ ଗତ ୭ ତାରିଖ ଦିନ ଲାଞ୍ଜିଗଡ ବ୍ଲକରେ ନୂତନ ଭାବେ ୪୯ ଜଣ କନିଷ୍ଠ ଶିକ୍ଷକ ବିଭିନ୍ନ ସ୍କୁଲ ରେ ଯୋଗଦେଇଛନ୍ତି। ଏହି ଅବସରରେ ଲାଞ୍ଜିଗଡ଼ ପ୍ରାଥମିକ ଶିକ୍ଷକ ସଂଘ ନବନିଯୁକ୍ତ ହୋଇଥିବା ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ସ୍ଵାଗତ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି।

ବ୍ଲକ ସଂଯୋଜକ ସୌଭାଗ୍ୟ ସାହୁ, ଉପ ସଭାପତି ପ୍ରକାଶ ପ୍ରଧାନ, ଯୁଗ୍ମ ସମ୍ପାଦକ ଚିନ୍ମୟ ମୁଦୁଲି, ଉପଦେଷ୍ଟା ସୁବାସ ନାୟକ, ବଦ୍ରି ନାରାୟଣ ନାଗ, କୋର କମିଟି ସଦସ୍ୟ ଚନ୍ଦନ ସାହୁ, ବିଜୟ ରାୟ, ପ୍ରଭାତୀ ନାଏକ, ଜିତେନ୍ଦ୍ର ନାୟକ, ଭବାନୀ ବାରିକ, ଶିବରାମ ପ୍ରଧାନ, ପରମେଶ୍ୱର ନାଏକ ପ୍ରମୁଖ ଉପସ୍ଥିତ ଥିଲେ।

ଗୁରୁଗୋବିନ୍ଦ ମହାନ୍ତି ମଞ୍ଚ ପରିଚାଳନା କରିଥିବା ବେଳେ ଦେବାଶିଷ ସେଠି, ରୁଦ୍ର ନାୟକ, ସୌମ୍ୟ ପ୍ରଧାନ, ରତିକାନ୍ତ ସେଠି, ବୃନ୍ଦାବନ ରାଉତ ପ୍ରମୁଖ ସହଯୋଗ କରିଥିଲେ। ଧନ୍ୟବାଦ ଅର୍ପଣ କରିଥିଲେ ମୋନାଲିସା ଜେନା।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.