ମାଁ ମାଉଳି ନକ୍ ଆଉଟ ଫୁଟବଲ ଟୁର୍ଣ୍ଣାମେଣ୍ଟ ଉଦଯାପିତ, ଖଲିଆଭଟା ଚମ୍ପିୟାନ

ଓଡ଼ିଆ ବାର୍ତ୍ତା/ କୋକସରା (ହିରଣ୍ୟ ବେହେରା): ଜୟପାଟଣା ବ୍ଲକ ବଡ଼ଟେମରୀ ପଞ୍ଚାୟତ ଖଲିଆଭଟା ରାଧାମାଧବ ସାଂସ୍କୃତିକ ଅନୁଷ୍ଠାନ ଆନୁକୂଲ୍ୟରେ କ୍ରସର ଖେଳ ପଡିଆ ଠାରେ ଚାଲିଥିବା ଅଷ୍ଟ ଦିବସୀୟ ମାଁ ମାଉଳି ନକ୍ ଆଉଟ ଫୁଟବଲ ଟୁର୍ଣ୍ଣାମେଣ୍ଟ ମଙ୍ଗଳବାର ଫାଇନାଲ ଖେଳ ସହ ଉଦଯାପିତ ହୋଇଛି। ଫାଇନାଲ ମ୍ୟାଚ୍ ବଣିଜରା କର୍ଲାକୋଟ ଓ ରଣମାଲ ଖଲିଆଭଟା ମଧ୍ୟରେ ଅନୁଷ୍ଠିତ ହୋଇଥିଲା। ଏଥିରେ ପେନାଲଟିକ କିକ୍ ରେ ଖଲିଆଭଟା ଟୁର୍ଣ୍ଣାମେଣ୍ଟର ବିଜୟୀ ହୋଇଛି। ଉଦଯାପନୀ ଉତ୍ସବରେ ରଣମାଳ ବିଜେପି ମଣ୍ଡଳ ସଭାପତି ତଥା ଧର୍ମଗଡ଼ ବିଧାୟକଙ୍କ ଜୟପାଟଣା ପ୍ରତିନିଧି ଅର୍ଜୁନ ଛତ୍ରିଆ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଥିଲେ। ସମ୍ମାନିତ ଅତିଥି ଭାବେ ଶୈଲ୍ୟ ଶବର, ନେତ୍ର ଶବର, ବିଦ୍ୟାଧର ଶବର, ବଳରାମ ବନ୍ଦୀଛୋଡ,ବୈଷ୍ଣବ ମାଝୀ ପ୍ରମୁଖ ଯୋଗଦେଇ ଖେଳାଳୀଙ୍କୁ ଉତ୍ସାହିତ କରିଥିଲେ। ରାଜୁ ଶବର ରାଏଫରି ଭାବେ ଖେଳ ପରିଚାଳନା କରିଥିବା ବେଳେ ଲାଇନ୍ସମ୍ୟାନ ଭାବେ ଧର୍ମେନ୍ଦ୍ର ଶବର ଓ ଗଗନେ ଶବର ସହଯୋଗ କରିଥିଲେ। ବାବୁଲାଲ ଶବର ଓ ଦେବେନ୍ଦ୍ର ପୁଝାରୀ ଖେଳର ପ୍ରତ୍ୟକ୍ଷଦର୍ଶୀ ଧାରା ବିବରଣୀ ପ୍ରଦାନ କରିଥିଲେ।ପୁରସ୍କାର ବିତରଣ ଉତ୍ସବରେ ଅତିଥି ମାନେ ଉପସ୍ଥିତ ରହି ବିଜେତା ଓ ଉପବିଜେତା ଦଳଙ୍କୁ ଟ୍ରଫି ସହ ଅର୍ଥ ରାଶି ପ୍ରଦାନ କରିଥିଲେ।ଆୟୋଜକ ରାଧାମାଧବ ସାଂସ୍କୃତିକ ଅନୁଷ୍ଠାନ ଖଲିଆଭଟା ର ବାମନ ଶବର, ଦୟାନିଧି ଶବର, କୌଶିକ ଶବର, ଉପେନ୍ଦ୍ର ଶବର ସୁମନ ଶବର, ତ୍ରିନାଥ ଶବର, ଖଗେଶ୍ୱର ଶବର, ଦୁର୍ଯ୍ୟୋଧନ ବନ୍ଦୀଛୋଡ, ଗୋରେଖ ଶବର ପ୍ରମୁଖ ଖେଳ ପରିଚାଳନାରେ ସହଯୋଗ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.