ଶିଳ୍ପଦ୍ୟୋଗୀ ପ୍ରତୀକ ଜେନା ପାଇଲେ ଚଳିତ ବର୍ଷର ‘ଏକ୍ସପୋର୍ଟ ଏକ୍ସଲେନ୍ସ ଲିଡର୍ ଅଫ୍ ଦି ଇଅର’ ଆଓ୍ବାର୍ଡ

ଓଡ଼ିଆ ବାର୍ତ୍ତା/ ବାଲେଶ୍ବର (କୃଷ୍ଣ କୁମାର ମହାନ୍ତି): ବାଲେଶ୍ଵରର ଯୁବ ଶିଳ୍ପଦ୍ୟୋଗୀ ପ୍ରତୀକ ଜେନା ଚଳିତ ବର୍ଷ ଏକ୍ସପୋର୍ଟ ଏକ୍ସିଲେନ୍ସ ଲିଡର ଅଫ ଦି ଇଅୟ୍ ଆଓ୍ବାର୍ଡରେ ଟାଇମ୍ସ ଅଫ ଇଣ୍ଡିଆ ଦ୍ବାରା ସମ୍ମାନିତ ହୋଇଛନ୍ତି। ନିକଟରେ ଭୁବନେଶ୍ଵର ସ୍ଥିତ ହୋଟେଲ ମେ ଫେୟାର ଠାରେ ଟାଇମ୍ସ ଅଫ ଇଣ୍ଡିଆ ଗ୍ରୁପ ଦ୍ୱାରା ଆୟୋଜିତ ସମ୍ମାନଜନକ ‘ଟାଇମ୍ସ ବିଜିନେସ ଆଓ୍ବାର୍ଡ ଓଡିଶା – ୨୦୨୪’ର ୫ମ ସଂସ୍କରଣରେ ଚଳିତ ବର୍ଷ ବିଜିନେସରେ ସ୍ଥିରତା ଓ ଅଭିବୃଦ୍ଧି ଏବଂ ରପ୍ତାନି ପାଇଁ ‘ଏକ୍ସପୋର୍ଟ ଏକ୍ସିଲେନ୍ସ ଲିଡର ଅଫ୍ ଦି ଇଅର୍’ ଭାବରେ ହାଇଲ୍ୟାଣ୍ଡ ଆଗ୍ରୋ ଫୁଡ୍ ପ୍ରାଇଭେଟ ଲିମିଟେଡ୍ ର ମ୍ୟାନେଜିଂ ଡାଇରେକ୍ଟର ପ୍ରତୀକ ଜେନାଙ୍କୁ ସମ୍ମାନିତ କରାଯାଇଥିଲା। ଏହି ସମ୍ମାନଜନକ ସମାବେଶରେ ଓଡିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏବଂ ଅନ୍ୟାନ୍ୟ ମନ୍ତ୍ରୀଙ୍କ ସମେତ ବିଶିଷ୍ଟ ମାନ୍ୟଗଣ୍ୟ ବ୍ୟକ୍ତି ଯୋଗ ଦେଇଥିଲେ। ଏହି ଅବସରରେ ବଲିଉଡର ପ୍ରଖ୍ୟାତ ଅଭିନେତ୍ରୀ ସୁସ୍ମିତା ସେନ୍ ଯୋଗ ଦେଇ ଶ୍ରୀ ଜେନାଙ୍କୁ ଟ୍ରଫି ଓ ମାନପ‌ତ୍ର ପ୍ରଦାନ କରି ସମ୍ମାନିତ କରିଥିଲେ। ଉଲ୍ଲେଖଯୋଗ୍ୟ ଯେ ହାଇଲ୍ୟାଣ୍ଡ ଆଗ୍ରୋ ଫୁଡ୍ ପ୍ରାଇଭେଟ ଲିମିଟେଡ୍ ର ମ୍ୟାନେଜିଂ ଡାଇରେକ୍ଟର ପ୍ରତୀକ ଜେନା ୧୬ ବର୍ଷ ବୟସରୁ ନିଜର ବ୍ୟବସାୟିକ କ୍ୟାରିଅର ଆରମ୍ଭ କରି ଏବେ ଦେଶର ଜଣେ ଜଣାଶୁଣା ଉଦ୍ୟୋଗୀ ପାଲଟିଛନ୍ତି। ଗତ ୨୦୨୨ ମସିହାରେ ବୈଦ୍ୟୁତିକ ଗଣମାଧ୍ୟମ ‘ନ୍ୟୁଜ-୧୮ ଓଡ଼ିଶା’ ପକ୍ଷରୁ ଆତ୍ମନିର୍ଭର ଓଡିଶା ‘ବିଜିନେସ୍ ଲିଡରଶିପ୍ ଆଓ୍ଵାର୍ଡ’ରେ ପୁରସ୍କୃତ ହୋଇଥିଲେ। ଏହି ପୁରସ୍କାର କୃଷି–ଖାଦ୍ୟ ପ୍ରକ୍ରିୟାକରଣ ବ୍ୟବସାୟରେ ସ୍ଥିରତା ଓ ଅଭିବୃଦ୍ଧି ଏବଂ ରପ୍ତାନି କ୍ଷେତ୍ରରେ ଶ୍ରୀ ଜେନାଙ୍କ ଉଦ୍ୟମକୁ ସ୍ୱୀକୃତି ପ୍ରଦାନ କରିଛି। ଏଭଳି ସଫଳତା ନିଶ୍ଚୟ ଅନ୍ୟମାନଙ୍କୁ ପ୍ରେରଣା ଯୋଗାଇବ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.