ନଭେମ୍ବର ୧୯ରେ ଡ଼ଙ୍ଗରଗଡ଼ ମହୋତ୍ସବ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): ଭବାନୀପାଟଣା ବ୍ଲକ କଲମ ପଞ୍ଚାୟତ ସ୍ଥିତ ଡ଼ଙ୍ଗରଗଡ଼ ଠାରେ ଡ଼ଙ୍ଗରଗଡ଼ ସୁରକ୍ଷା ପରିଷଦ ଟ୍ରଷ୍ଟର ଅଧ୍ୟକ୍ଷ ଡ଼. ଭବାନୀ ଶଙ୍କର ନିଆଲଙ୍କ ଅଧ୍ୟକ୍ଷତାରେ କଳା, ସଂସ୍କୃତି ଓ ପର୍ଯ୍ୟଟନ ଆନ୍ଦୋଳନର ଅନ୍ତଃସ୍ୱର ଡ଼ଙ୍ଗରଗଡ଼ ମହୋତ୍ସବ-୨୦୨୪ ଆୟୋଜନ ପାଇଁ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା ।ଏଥିରେ କୃଷ୍ଣଚନ୍ଦ୍ର ପଧାନ, ବୈଷ୍ଣବ ମାଝୀ, ମହେନ୍ଦ୍ର ବାଗ, ଚନ୍ଦ୍ରସେନ ବାଗ, କୀର୍ତ୍ତନ ମାଝୀ, ଶଶୀଦେବ ମାଝୀ, ସୁବଳ ମାଝୀ, ଦେବ ମାଝୀ, ଜୟରାମ ମାଝୀ, ଜଗନ୍ନାଥ ଶବର, ମଳର ଶବର, ଯଦୁରାମ ମାଝୀ, ଜୟସେନ ସାହୁ, ହୃଦାପଟେଲ, ଟିକେ ଶବର, ତ୍ରିଲୋଚନ ମାଝୀ, ହରିଶଙ୍କର ମାଝୀ, ଭବାନୀ ବାଗ, କ୍ଷୀର ମାଝୀ, ନୀଲେ ମାଝୀ, ମଞ୍ଜୁସୁତା ମାଝୀ, ଜନକ ମାଝୀ, ଦଳିନି ମାଝୀ, ସୁରଦେଇ ମାଝୀ, ପାର୍ବତୀ ମାଝୀ, ସଂକ୍ରି ମାଝୀ, ବନିତା ମାଝୀ, ସୁରୁଦେଇ ମାଝୀ ପ୍ରମୁଖ ଯୋଗ ଦେଇଥିଲେ । କଳା, ସଂସ୍କୃତି ଓ ଡ଼ଙ୍ଗରଗଡ଼ ସୁରକ୍ଷା ପାଇଁ ଦୃଢ଼ ସଂକଳ୍ପ ନେଇକି ଗତ ଦିନ ମାନଙ୍କରେ ବିଭିନ୍ନ ସମୟରେ ପାର୍ବତାରୋହଣ କାର୍ଯ୍ୟକ୍ରମ କରାଯାଇଥିଲା । ସୂଚନା ଯୋଗ୍ୟ ଯେ, ଏଠି ୫ଟି ବଡ଼ ଜଳପ୍ରପାତ, ଟୁରିଷ୍ଟ ସ୍ପଟ ଏବଂ ପାଖାପାଖି ୨୦ ହଜାର ବର୍ଷ ତଳର ପଥର ଗୁମ୍ଫା ଚିତ୍ର ରହିଛି । ଏଠାରେ ଓଡିଶାର ନବରଙ୍ଗପୁର, କଳାହାଣ୍ଡି, ନୂଆପଡା ଏବଂ ଛତିଶଗଡର ଲୋକେ ବର୍ଷତମାମ ଆସୁଥାନ୍ତି । ଏହାର ସୁରକ୍ଷା ପାଇଁ ଦୃଢ଼ ସଂକଳ୍ପ ହେବାପାଇଁ ଉକ୍ତ ବୈଠକରେ ସ୍ଥିର କରିବା ସହ ପ୍ରତ୍ୟେକ ବର୍ଷ ନଭେମ୍ବର ୧୯ ରେ ଡ଼ଙ୍ଗରଗଡ଼ ମହୋତ୍ସବ ପାଳନ କରିବାପାଇଁ ଧାର୍ଯ୍ୟ କରାଯାଇଛି । ସୂଚନା ଯୋଗ୍ୟ ଯେ, କଳାହାଣ୍ଡି ଜିଲ୍ଲାର ସମସ୍ତ ପର୍ଯ୍ୟଟନ ସ୍ଥଳୀକୁ ଚି଼ହ୍ନଟ କରିବା ସଙ୍ଗେ ସଙ୍ଗେ ଏହାର ବିକାଶ କରିବାର ପାଇଁ ସଂକଳ୍ପ ନେଇଥିବା ଡ଼ଙ୍ଗରଗଡ଼ ମହୋତ୍ସବ ଯାହାଗତ ୪ ବର୍ଷରୁ ଆରମ୍ଭ ହୋଇଛି, ଏହା ଗୋଟେ ଆନ୍ଦୋଳନର ସ୍ୱରୂପ ହୋଇସାରିଆଣି ଏବଂ ଏହି ଲୋକ ମହୋତ୍ସବରେ ସମସ୍ତଙ୍କୁ ସାମିଲ ହେବାପାଇଁ ଟ୍ରଷ୍ଟର ସମ୍ପାଦକ କୃଷ୍ଣଚନ୍ଦ୍ର ପ୍ରଧାନ ଓ କୋଷାଧ୍ୟକ୍ଷ ମହେନ୍ଦ୍ର ବାଗ, ଉପ-ସଭାପତି ଚନ୍ଦ୍ରସେନା ବାଗ, କୀର୍ତ୍ତନ ମାଝୀ ଏବଂ ଶଶୀଦେବ ମାଝୀ ନିବେଦନ କରିଛନ୍ତି ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.