କିନ୍ନରଙ୍କୁ ନେଇ ଶାଖା ସଂସ୍ଥା ପକ୍ଷରୁ “ନୂଆମାଁ“ କାର୍ଯ୍ୟକ୍ରମ

ରାୟଗଡ,୧୬/୭: ରାୟଗଡ ଜିଲ୍ଳା ସଦର ମହକୁମାର କଲେଜ ରୋଡ ସ୍ଥିତ ହୋଟେଲ କୈଳାସ ସମ୍ମିଳନୀ କକ୍ଷରେ କିନ୍ନରମାନଙ୍କୁ ନେଇ ଶାଖା ପକ୍ଷରୁ “ନୂଆଁମା” କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।

Omkar Vasthu
Omkar Vasthu

ଶାଖା ସଂସ୍ଥାର ସଭାପତି ମୀରା ପରିଡାଙ୍କ ସଭାପତିତ୍ୱରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଜିଲ୍ଳା ଶିଶୁ ମଙ୍ଗଳ ଅଧିକାରୀ ୱାହିଦା ବେଗମ୍,ସମ୍ମାନୀତ ଅତିଥି ଭାବେ ସମ୍ମନ୍ୱିତ ଶିଶୁ ବିିକାଶ ଅଧିକାରୀ ସୁଶ୍ରୀ ପୁଷ୍ପାଂଜଳି ମିଶ୍ର ଏବଂ ଏପିପିଆଇ ଦେବଜିତ୍ ମିତ୍ରା,ଜ୍ୟୋତିରଂଜନ ରାଉତ ଯୋଗଦେଇ ପ୍ରଦୀପ ପ୍ରଜ୍ୱଳନ ପୂର୍ବକ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ । ସେହିପରି ଏହି କାର୍ଯ୍ୟକ୍ରମରେ କଳିଙ୍ଗ ଇନଷ୍ଟିଚ୍ୟୁଟ୍ ଅଫ୍ ସୋସିଆଲ୍ ସାଇନ୍ସ’ର ସାଧନା ମିଶ୍ର ଏବଂ ଟେକ୍ନିକାଲର ସଂଘମିତ୍ରା ରାୟ ପରିଚାଳନାରେ ସହଯୋଗ କରିଥିଲେ ।

Pearl dental clinic
Near Ashish Medical Store, Bhawanipatna

କିନ୍ନରମାନେ ଗ୍ରାମାଂଚଳକୁ ଯାଇ ପ୍ରଥମେ ଅନ୍ଧବିଶ୍ୱାସକୁ ଦୂର କରିବା,ଗର୍ଭବତୀ ଓ ନବଜାତ ଶିଶୁମାନଙ୍କୁ ସେବା କରିବା ଭଳି ସଚେତନତା ହିଁ ଏହି ନୂଆମାଁ କାର୍ଯ୍ୟକ୍ରମର ମୂଳ ଲକ୍ଷ୍ୟ ବୋଲି କୁହାଯାଇଛି । ସେହିପରି ବଙ୍ଗଳା ଟିମ୍ ପକ୍ଷରୁ ପଥପ୍ରାନ୍ତ ନାଟକ ମାଧ୍ୟମରେ ଗାଁକୁ ଯାଇ ସଚେତନ କରାଯିବ । ଏହି କାର୍ଯ୍ୟକ୍ରମ ୫ଦିନ ଧରି ଚାଲୁ ରହିଥିଲା ।

Udyog Nursery
Udyogi Nursery

ଏହି କାର୍ଯ୍ୟକ୍ରମକୁ ଶାଖାର ପ୍ରୋଜେକ୍ଟ ମ୍ୟାନେଜର ଶୁଭ ପ୍ରସାଦ କ୍ରିଷ୍ଣା,ପରିଚାଳନା କରିଥିଲେ । ରାୟଗଡ ଜିଲ୍ଳାରେ ଏପରି କାର୍ଯ୍ୟକ୍ରମ ହୋଇଥିବାରୁ କିନ୍ନରମାନଙ୍କ ମଧ୍ୟରେ ଆନନ୍ଦର ଲହରି ଖେଳିଯାଇଛି । ଏହାଦ୍ୱାରା କିନ୍ନରମାନେ ରାସ୍ତାରେ ଭିକ୍ଷାବୃତି କରିବେ ନାହିଁ ଏବଂ ଅନ୍ୟ କୈାଣସି କାର୍ଯ୍ୟରେ ଲିପ୍ତ ନ ରହି ସମାଜର ମୁଖ୍ୟ ସ୍ରୋତରେ ସାମିଲ ହେବେ ବୋଲି ସଂକଳ୍ପ କରିଥିଲେ । ରାୟଗଡ ଜିଲ୍ଳାର କିନ୍ନର ସଂଘର ସଂପାଦ ଶିଶିରକାନ୍ତ ମହାପାତ୍ର (ପିଙ୍କି) ଏବଂ ରାୟଗଡ ବ୍ଳକ ସଂଯୋଜକ ରବିନ୍ଦ୍ର ପଣ୍ଡା,ଗୁଣପୁର ବ୍ଳକ ସଂଯୋଜକ କିରଣ କୁମାର ଗମାଙ୍ଗ ପ୍ରମଖ ଉପସ୍ଥିତ ରହିଥିଲେ ।

ରାୟଗଡ଼ରୁ ଶିବନାରାୟଣ ଗୌଡ଼ଙ୍କ ରିପୋର୍ଟ odiabarta.in

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.