ଆକାଂକ୍ଷା ବ୍ଲକରେ ବିପ୍ଳବୀ ବିର୍ସା ମୁଣ୍ଡାଙ୍କ ୧୫୦ତମ ଜୟନ୍ତୀ ଏବଂ ଜନଜାତି ଗୌରବ ଦିବସ ସହ ପଲ୍ଲୀସଭା କାର୍ଯ୍ୟକ୍ରମ

ଓଡ଼ିଆ ବାର୍ତ୍ତା/ ଗଜପତି (ଗଣେଶ କୁମାର ରାଜୁ): ଗଜପତି ଜିଲ୍ଲାର ଆକାଂକ୍ଷା ବ୍ଲକ ଗୁମ୍ମା ଅନ୍ତର୍ଗତ ତରଙ୍ଗଡା ପଞ୍ଚାୟତ ପକ୍ଷରୁ ତାରଙ୍ଗଡା ଗ୍ରାମ ସ୍ଥିତ ପଞ୍ଚାୟତ କାର୍ଯ୍ୟାଳୟର ସଭାଗୃହ ଠାରେ ଆଜି ଭାରତୀୟ ସ୍ଵାଧୀନତା ସଂଗ୍ରାମର ଅନନ୍ୟ ବିପ୍ଳବୀ ତଥା ବିଶିଷ୍ଟ ଆଦିବାସୀ ନେତା ବିର୍ସା ମୁଣ୍ଡାଙ୍କ ୧୫୦ ତମ ଜନ୍ମଜୟନ୍ତୀ ଅବସରରେ ଜନଜାତିୟ ଗୌରବ ଦିବସ ସମେତ ସ୍ଵତନ୍ତ୍ର ପଲ୍ଲୀସଭା ଓ ପ୍ରଶିକ୍ଷଣ ଶିବିର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ତରଙ୍ଗଡ଼ା ପଞ୍ଚାୟତ ସରପଞ୍ଚ ଶ୍ରୀ ଯାହା ମଣ୍ଡଳ ସଭାପତିତ୍ବ କରି କାର୍ଯ୍ୟକ୍ରମର ଆଭିମୁଖ୍ୟ ସମ୍ପର୍କରେ ଉପସ୍ଥିତ ସମସ୍ତଙ୍କୁ ଅବଗତ କରାଇଥିଲେ ।

ପରେ ଟରଙ୍ଗଡା ପଞ୍ଚାଞ୍ଚାୟତର ପଞ୍ଚାୟତ ନିର୍ବାହୀ ଅଧିକାରୀ ଶ୍ରୀ ପ୍ରେମ କୁମାର ବେହେରା ସ୍ଵାଧୀନତା ସଂଗ୍ରାମୀ ତଥା ବିପ୍ଳବୀ ବିର୍ଷାମୁଣ୍ଡାଙ୍କ ଜନ୍ମ ଜୟନ୍ତୀ ଉପରେ ସମ୍ୟକ୍ ସୂଚନା ଦେଇ ସରକାରଙ୍କ ପକ୍ଷରୁ ଜନଜାତି ଲୋକଙ୍କ ପାଇଁ ଯେଉଁ ସବୁ କାର୍ଯ୍ୟକ୍ରମ କାର୍ଯ୍ୟକାରୀ ହେଉଛି , ସେସବୁ ସମସ୍ତଙ୍କୁ ଅବଗତ କରାଇବା ପାଇଁ ଏହି କାର୍ଯ୍ୟକ୍ରମ ବୋଲି କହିଥିଲେ ।
ପରେ ସ୍ୱଚ୍ଛତା , ନିଶାମୁକ୍ତ ଗ୍ରାମ ଗଠନ ଏବଂ ଭାରତର ସମ୍ବିଧାନ ମୁଖବନ୍ଧ ଉପରେ ବ୍ରତୀ ହେବା ପାଇଁ ଶପଥ ପାଠ କରାଇଥିଲେ । ଏହି କାର୍ଯ୍ୟକ୍ରମ ଅବସରରେ ଉପସ୍ଥିତ ସମସ୍ତଙ୍କୁ ଜନଜାତିୟ ଗୌରବ ଦିବସ କାର୍ଯ୍ୟକ୍ରମର ଉଦ୍ଦେଶ ଜ୍ଞାପନ କରି ଜଙ୍ଗଲ ଅଧିକାର ଆଇନ , ପେଶା ଆଇନ ଅନୁସାରେ ଗ୍ରାମସଭାର କ୍ଷମତା ଓ ଦାୟିତ୍ବ ଏବଂ ପଞ୍ଚାୟତ ବିକାଶ ସୂଚୀ ପ୍ରଭୃତି ବିଷୟରେ ଉପସ୍ଥିତ ସମସ୍ତଙ୍କୁ ପ୍ରଶିକ୍ଷଣ ମାଧ୍ୟମରେ ସଚେତନ କରା ଯାଇଥିଲା । ଏହି ଅବସରରେ ପଞ୍ଚାୟତ ପରିସରରେ , ସ୍ଥାନୀୟ ବିଦ୍ୟାଳୟ ଓ ଅଙ୍ଗନବାଡି ପରିସରରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ପଞ୍ଚାୟତ ଏଡ଼ିଓ: ଶ୍ରୀ ପ୍ରଶାନ୍ତ ବଡ ରଇତ, ଏମବିକେ: କଲ୍ୟାଣୀ କୁମାରୀ ଲିମା , ସିଏସପି: ପ୍ଲସ ଶ୍ରୀ ଜୁଏଲ ମୁରିଆ ଏବଂ ସିଆରପି: ପ୍ରସୁନା କୁମାରୀ ପରିଛା ପ୍ରମୁଖ ମଞ୍ଚାସିନ ଥିଲେ । ବହୁ ସଂଖ୍ୟାରେ ଜନସାଧାରଣ ଯୋଗ ଦେଇଥିଲେ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.