ଗାଁ ସାଥି ସଂଘ ପକ୍ଷରୁ ବିଡ଼ିଓଙ୍କୁ ଦାବିପତ୍ର

ଓଡ଼ିଆ ବାର୍ତ୍ତା/ କୋକସରା (ହିରଣ୍ୟ ବେହେରା): କୋକସରା ବ୍ଲକ ଗାଁ ସାଥି ସଂଘ ପକ୍ଷରୁ ଗୁରୁବାର ବିଭିନ୍ନ ସମସ୍ୟା ନେଇ ବିଡ଼ିଓଙ୍କୁ ଏକ ଦାବିପତ୍ର ପ୍ରଦାନ କରିଛନ୍ତି। ଏବଂ ସମସ୍ୟା ଗୁଡିକକୁ ସମାଧାନ କରିବା ପାଇଁ ଦାବି କରିଛନ୍ତି। ଅଭିଯୋଗ ମୁତାବକ ବିଭିନ୍ନ ପଞ୍ଚାୟତରେ କାର୍ଯ୍ୟରତ ଗାଁ ସାଥି ମାନଙ୍କୁ ମନରେଗା କାର୍ଯ୍ୟରେ ନିୟୋଜିତ କରିବା ସହ କାର୍ଯ୍ୟାଦେଶ ଦିଆଯାଉ, ଗାଁ ସାଥି ମାନଙ୍କୁ ବାଦ ଦେଇ ଅନ୍ୟ ମାନଙ୍କୁ ଏନ୍.ଏମ୍.ଏମ୍.ଏସ୍ କରିବା ପାଇଁ ସୁଯୋଗ ଦିଆଯାଉଛି ତାହାକୁ ବନ୍ଦ କରାଯାଉ। ଏବଂ ଗାଁ ସାଥି ମାନଙ୍କୁ ସମ୍ପୂର୍ଣ୍ଣ ସୁଯୋଗ ଦେବାସହ ଏମ୍.ଆର୍ ବାହାର କରି ଗାଁ ସାଥି ପ୍ରାପ୍ୟ ମଜୁରୀ ଯୋଗାଇ ଦେବାପାଇଁ ସେମାନେ ଦାବିକରି ଆଜି ଏପିଓ ଶତିଶ୍ ରଞ୍ଜନ ବେହେରାଙ୍କ ସହିତ ଆଲୋଚନା ପରେ କୋକସରା ଭାରପ୍ରାପ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ ବିଶ୍ବନାଥ ରାଉତଙ୍କୁ ଏକ ଦାବିପତ୍ର ପ୍ରଦାନ କରିଛନ୍ତି। ବିଡିଓ ଶ୍ରୀରାଉତ ମଧ୍ୟ ସେମାନଙ୍କ ଅଭିଯୋଗକୁ ଶୁଣିବା ସହ ସମସ୍ୟାର ସମାଧାନ କରିବା ପାଇଁ ପ୍ରତିଶ୍ରୁତି ଦେଇଥିବା ଜଣାପଡିଛି। ଦାବିପତ୍ର ପ୍ରଦାନ ସମୟରେ ଗୋରେଖ ନାଏକ, ଜତିନ୍ଦ୍ର ସେନ ଦଲାଇ, ମଧୁବନ ପାତ୍ର, ଯୁଗଳ କିଶୋର ନାଏକ, ବଲଭଦ୍ର ଦୁର୍ଗା, ଅଶୋକା ନାଏକ, ଧବଳେଶ୍ଵର ମଙ୍ଗରାଜ, ସୁଶାନ୍ତ କୁମାର ସତନାମୀ, ସଂଯୁକ୍ତା ବେଶ୍ରା, ଅଜିତ୍ ଶତନାମୀ ସମେତ ବ୍ଲକର ସମସ୍ତ ପଞ୍ଚାୟତର ଗାଁ ସାଥିମାନେ ଉପସ୍ଥିତ ରହିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.