ବିଶିଷ୍ଟ ରାଜନୀତିଜ୍ଞ ମାନଗୋବିନ୍ଦ ମହାନ୍ତିଙ୍କ ପରଲୋକ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନର୍ଲା ବିଧାୟିକା ମନୋରମା ମହାନ୍ତିଙ୍କ ଶ୍ବଶୁର ତଥା ବିଶିଷ୍ଟ ରାଜନୀତିଜ୍ଞ ମାନଗୋବିନ୍ଦ ମହାନ୍ତିଙ୍କ ପରଲୋକ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୮୧ ବର୍ଷ ବୟସ ହୋଇଥିଲା। ବାର୍ଦ୍ଧକ୍ୟ ଜନିତ ରୋଗରେ ପିଡୀତ ସ୍ବର୍ଗତ ମହାନ୍ତି ଶୁକ୍ରବାର ସନ୍ଧ୍ୟା ୬.୧୫ରେ ତାଙ୍କ ରୁପ୍ରାରୋଡ ସ୍ଥିତ ବାସଭବନରେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି। ସେ ରୁପ୍ରାରୋଡର ସରପଞ୍ଚ ତଥା ଜଣେ ରାଜନୀତିଜ୍ଞ ଭାବେ ଅଞ୍ଚଳର ପ୍ରଭୁତ ବିକାଶ କରି ଯାଇଛନ୍ତି। ତାଙ୍କ ଆବର୍ତ୍ତମାନରେ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି। ମୃତ୍ୟୁସଜ୍ୟା ନିକଟରେ ତାଙ୍କ ବଡପୁଅ ଶିକ୍ଷକ ପୁଷ୍ପକ ମହାନ୍ତି (ବାପି) ଓ ସାନପୁଅ ତଥା ନର୍ଲା ବ୍ଲକ ଅଧ୍ୟକ୍ଷ ଦୁର୍ଗାପ୍ରସାଦ ମହାନ୍ତି (ମୁନା), ଝିଅ ଲିଲିମା ଓ ଶୁଭଶ୍ରୀଙ୍କ ସମେତ ଧର୍ମପତ୍ନୀ, ପୁତ୍ରବଧୂ, ନାତିନାତୁଣୀ, ଆତ୍ମିୟ ସ୍ବଜନ ତଥା ବନ୍ଧୁ ପରିଜନ ଉପସ୍ଥିତ ଥିଲେ। ମାନଗୋବିନ୍ଦ ମହାନ୍ତିଙ୍କ ମୃତ୍ୟୁରେ ରୁପ୍ରାରୋଡର ପୂର୍ବତନ ସରପଞ୍ଚ ଦେବୀଦେବ ଶର୍ମା, ପୂର୍ବତନ ମନ୍ତ୍ରୀ ରାହାସ ବିହାରୀ ବେହେରା, ନର୍ଲା ସାମ୍ୱାଦିକ ୟୁନିଅନର ସଦସ୍ୟ ଲିଙ୍ଗରାଜ ମିଶ୍ର, ଅଭିରାମ ନନ୍ଦ, ସୁନୀଲ ଧଙ୍ଗଡାମାଝୀ, ଅନୀଲ ଅଗ୍ରୱାଲ, ଦୀପକ ମହାନ୍ତି, ରଞ୍ଜନ ମହାନ୍ତି, ସୁମିତ ଶର୍ମାଙ୍କ ସମେତ ଦେବଗିରି ସାଂସ୍କୃତିକ ଅନୁଷ୍ଠାନର କାର୍ଯ୍ୟକର୍ତ୍ତା ଓ ସଦସ୍ୟବୃନ୍ଦ ଗଭୀର ଶୋକ ବ୍ୟକ୍ତ କରିବା ସହ ଅମର ଆତ୍ମାର ସଦ୍ଗତି କାମନା କରିଛନ୍ତି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.