ରାଜନୀତିଜ୍ଞ ମାନଗୋବିନ୍ଦ ମହାନ୍ତିଙ୍କ ଶ୍ରଦ୍ଧାଞ୍ଜଳୀ ସଭା

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ବିଶିଷ୍ଟ ରାଜନୀତିଜ୍ଞ ତଥା ନର୍ଲା ବିଧାୟିକା ମନୋରମା ମହାନ୍ତିଙ୍କ ଶ୍ବଶୁର ମାନଗୋବିନ୍ଦ ମହାନ୍ତିଙ୍କ ଏକଦଶାହ ଦିବସ ଅବସରରେ ଏକ ଶ୍ରଦ୍ଧାଞ୍ଜଳୀ ସଭା ଅନୁଷ୍ଠିତ ହୋଇଯାଇଛି। ସୋମବାର ରୁପ୍ରାରୋଡଠାରେ ଏନେଇ ଆୟୋଜିତ କାର୍ଯ୍ୟକ୍ରମରେ ପୂର୍ବତନ ମନ୍ତ୍ରୀ ବଳଭଦ୍ର ମାଝୀ, କଳାହାଣ୍ଡି ଜିଲ୍ଲା ବିଜେଡ଼ି ସଭାପତି ତଥା ପୂର୍ବତନ ମନ୍ତ୍ରୀ ପୁଷ୍ପେନ୍ଦ୍ର ସିଂହଦେଓ, ପୂର୍ବତନ ବିଧାୟକ ଦୁଷ୍ମନ୍ତ ନାଏକ, ଲାଞ୍ଜିଗଡ଼ ବ୍ଲକ ଅଧ୍ୟକ୍ଷା କମଳା ପାତ୍ର, ମଦନପୁର ରାମପୁର ବ୍ଲକ ଅଧ୍ୟକ୍ଷା ମନ୍ଦାକିନୀ ସିଂଦେଓ, କେସିଙ୍ଗା ଏନଏସି ଅଧ୍ୟକ୍ଷ ନୃପରାଜ ଯାଦବ, ମ.ରାମପୁରର ପୂର୍ବତନ ବ୍ଲକ ଅଧ୍ୟକ୍ଷ ଜୀବେଶ ପଣ୍ଡା, ଫୋକସ ପ୍ଲସର ମୁଖ୍ୟ ସଂପାଦକ ଡ଼ଃ ସୁଧାଂଶୁ ଶେଖର ରାଉତ, ଓଡ଼ିଆ ବାର୍ତ୍ତା ସଂପାଦକ ସୁନୀଲ କୁମାର ଧଙ୍ଗଡାମାଝୀ, ବରିଷ୍ଠ ନେତା ଦେବୀଦେବ ଶର୍ମା, ଦିପକ କୁମାର ମହାପାତ୍ର, କୁନା ପରିଡ଼ା, ଡ଼ଃ ଭବାନୀଶଙ୍କର ନିଆଲ, ଟିକେଲାଲ ସାହୁ, ନର୍ଲା ବିଡ଼ିଓ ବିପିନ ବିହାରୀ ଦୀପ, ନର୍ଲା ଗୋଷ୍ଠୀ ଶିକ୍ଷାଧିକାରୀ ତପିମଣି ଜାନି, କେସିଙ୍ଗା ଗୋଷ୍ଠୀ ଶିକ୍ଷାଧିକାରୀ ଆନନ୍ଦ କୁମାର ବେହେରା, ବୈଦ୍ୟରାଜ ପବିତ୍ର ଶବର, ବରିଷ୍ଠ ସାମ୍ବାଦିକ ଲିଙ୍ଗରାଜ ମିଶ୍ର, ଅଭିରାମ ନନ୍ଦ, ସୁଭେନ ପଟ୍ଟନାୟକ, ପ୍ରଶାନ୍ତ ସାମନ୍ତରାଙ୍କ ସହ ନର୍ଲା ନିର୍ବାଚନ ମଣ୍ଡଳୀ ସମେତ ଜିଲ୍ଲାର ବିଭିନ୍ନ ପ୍ରାନ୍ତରୁ ହଜାର ହଜାର ଜନସାଧାରଣ ଉପସ୍ଥିତ ରହି ସ୍ବର୍ଗତ ମାନଗୋବିନ୍ଦ ମହାନ୍ତିଙ୍କୁ ଗଭୀର ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରିଥିଲେ। ସଭାରେ ସ୍ବର୍ଗତ ମାନଗୋବିନ୍ଦଙ୍କ ପୁତ୍ର ପୁଷ୍ପକ ମହାନ୍ତି, ଦୁର୍ଗାପ୍ରସାଦ ମହାନ୍ତି, ଦିପକ ମହାନ୍ତି, ଦିଲିପ ମହାନ୍ତି, ଶୁଶିଲ ମହାନ୍ତି, ସୁଜିତ ମହାନ୍ତି, ଝିଅ ଲିଲିମା ଓ ଶୁଭଶ୍ରୀ, ପୁତ୍ରବଧୂ ତଥା ନର୍ଲା ବିଧାୟିକା ମନୋରମା ମହାନ୍ତି ଏବଂ ସମସ୍ତ ପୁତ୍ରବଧୂ, ନାତିନାତୁଣୀ ଓ ଜ୍ଞାତି କୁଟୁମ୍ବ ଉପସ୍ଥିତ ଥିଲେ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.