ଆମ ଗାଁ ଆମ ବିଦ୍ୟାଳୟ ସଚେତନତା ଅଭିଯାନ

ଲାଞ୍ଜିଗଡ,୨୧/୦୭ : ସ୍ବଚ୍ଛତାକୁ ନେଇ ବାହାରିଛି ଶୋଭାଯାତ୍ରା । ଗାଁ ଭିତରେ ବୁଲି ବୁଲି ଲୋକଙ୍କୁ ସଚେତନ କରାଉଛନ୍ତି ବିଦ୍ୟାଳୟର ଛାତ୍ରୀଛତ୍ରୀ ଓ ଶିକ୍ଷକ ଶିକ୍ଷୟତ୍ରୀ । ଦୃଷ୍ୟ ହେଉଛି ଲାଞ୍ଜିଗଡ ବ୍ଲକ ଅନ୍ତର୍ଗତ ବିଶ୍ବନାଥପୁରର । ଶନିବାର ଦିନ ବିଶ୍ଵନାଥପୁର ଗୋପବନ୍ଧୁ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଓ ବ୍ଲକ କଲୋନୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ମିଳିତ ଉଦ୍ୟମରେ ଆମ ଗାଁ ଆମ ବିଦ୍ୟାଳୟ ସଚେତନତା ଅଭିଯାନ ଅନୁଷ୍ଠିତ ହୋଇଥିଲା ।

ଏଥିରେ ଆମ ଗାଁ ଆମ ପରିବେଶ,ବାହ୍ୟ ମଳ ମୁକ୍ତ ,ପରିବେଶ ସୁରକ୍ଷା ଓ ସ୍ବଚ୍ଛତା କୁ ନେଇ ଏକ ଶୋଭାଯାତ୍ରା କରା ଯାଇ ନିଜେ ସଫା ସୁତୁରା ରହିବା ସହ ନିଜ ବିଦ୍ୟାଳୟ ପରିଷର ଏବଂ ଗାଁକୁ ପରିସ୍କାର ପରିଚ୍ଛନ୍ନ ରଖିବା ଉପରେ ଗୁରୁତ୍ତ୍ବାରୋପ କରାଯାଇଥିଲା । ବାହ୍ୟ ମଳମୁତ୍ର ପରିତ୍ୟାଗ ବନ୍ଦ କରିବା ପାଇଁ ଗାଁ ପରିକ୍ରମା କରି ଲୋକଙ୍କ ମଧ୍ୟରେ ସଚତନତାର ବାର୍ତ୍ତା ପ୍ରଦାନ କରିଥିଲେ ଛାତ୍ରଛାତ୍ରୀ । ଏହି ଶୋଭାଯାତ୍ରାରେ ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ, ଛାତ୍ରଛାତ୍ରୀ ଓ ସିଆରସିସି ସାମିଲ ହୋଇଥିଲେ ।

ଲାଞ୍ଜିଗଡ ପ୍ରତିନିଧି ଦୂଃଖିଶ୍ୟାମ ନାଗ (ନିଲେଶ)ଙ୍କ ରିପୋର୍ଟ odiabarta.in
For latest news & updates, click on bell button and subscribe to notifications.
Like us on Facebook👇
http://facebook.com/odiabarta

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.