ଧାନ ମଣ୍ଡି ପରିଦର୍ଶନ କଲେ ନର୍ଲା ବିଧାୟିକା ମନୋରମା ମହାନ୍ତି 

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): କର୍ଲାମୁଣ୍ଡା ଧାନ ମଣ୍ଡି ପରିଦର୍ଶନ କରିଛନ୍ତି ନର୍ଲା ବିଧାୟିକା ମନୋରମା ମହାନ୍ତି। ଏହି ଅବସରରେ ଚାଷୀମାନଙ୍କ ସହିତ ମଣ୍ଡିରେ ଉପୁଜୁଥିବା ବିଭିନ୍ନ ସମସ୍ୟା ଉପରେ ସେ ଆଲୋଚନା କରିଥିଲେ। ବିଧାୟିକା ମଣ୍ଡିକୁ ପରିଦର୍ଶନ କରିବାର ସମୟରେ ଆରଏମସିର କର୍ମଚାରୀ କେହି ଉପସ୍ଥିତ ନଥିଲେ। ବିଧାୟିକା ଖବର କଲା ପରେ ଆରଏମସି କର୍ମଚାରୀ ପହଞ୍ଚିଥିଲେ। ଆଗାମୀ ସମୟରେ ମଣ୍ଡି କାର୍ଯ୍ୟରେ ଅବହେଳା ନ କରିବା ପାଇଁ ବିଧାୟିକା ମଣ୍ଡି ପରିଚାଳନା କରୁଥିବା ସମସ୍ତ କର୍ମଚାରୀଙ୍କୁ ସତର୍କ କରିଥିଲେ। ଅଧିକାରୀ ମାନଙ୍କୁ କଟନୀ ଛଟନୀ ଯେପରି ହେବନାହିଁ ସେ ବିଷୟରେ ତାଗିଦ କରିଥିଲେ। ବିଧାୟିକାଙ୍କ ଉପସ୍ଥିତରେ ଚାଷୀଙ୍କ ଧାନକୁ ଏନାଲିସିସ କରାଯାଇଥିଲା। ଏହି ସମୟରେ ଅତିରିକ୍ତ ଯୋଗାଣ ଅଧିକାରୀ ବିଘ୍ନ ମହାପାତ୍ର, ଏଆରସିଏସ ମଧୁସୂଦନ ମେହେର, ଆଇଆଇସି ସୁଦର୍ଶନ ନାୟକ, ଉପ-ଜିଲ୍ଲାପାଳ, କଳାହାଣ୍ଡି, ପ୍ରଭାତ ପରିଡା, କର୍ଲାମୁଣ୍ଡା ତହସିଲଦାର ଓ ଅଞ୍ଚଳର ଶତାଧିକ ଚାଷୀ ଉପସ୍ଥିତ ଥିଲେ। ମୋର ଉଦ୍ଦେଶ୍ୟ ମୋ ଅଞ୍ଚଳର ଚାଷୀ ସେମାନଙ୍କ କଷ୍ଟାର୍ଜିତ ଧାନ ବିକିବା ପାଇଁ ହଇରାଣ ହରକତ ନହୁଅନ୍ତୁ। ଚାଷୀଙ୍କୁ ମଣ୍ଡିରେ ଦାୟୀତ୍ବବାନ ସମସ୍ତ କର୍ମଚାରୀ ସମ୍ପୂର୍ଣ୍ଣ ସହଯୋଗ କରନ୍ତୁ ବୋଲି ତାଙ୍କ ପ୍ରତିକ୍ରିୟାରେ ପ୍ରକାଶ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.