ପ୍ରଗତି ଶିକ୍ଷାନଷ୍ଠାନରେ ପ୍ରଗତି ପ୍ରତିଭା ପରୀକ୍ଷା ଅନୁଷ୍ଠିତ

ପରୀକ୍ଷା ଦେଲେ ୧୬୬୩ ଛାତ୍ରଛାତ୍ରୀ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): ଭବାନୀପାଟଣା ସହର ଉପକଣ୍ଠସ୍ଥ ପ୍ରଗତି ଶିକ୍ଷାନଷ୍ଠାନରେ ପ୍ରଗତି ପ୍ରତିଭା ପରୀକ୍ଷା-୨୦୨୫ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଜିଲ୍ଲା ତଥା ଜିଲ୍ଲା ବାହାରୁ ଆସିଥିବା ୧୬୬୩ ଜଣ  ଛାତ୍ରଛାତ୍ରୀ ପ୍ରତିଭା ପରୀକ୍ଷାରେ ସାମିଲ ହୋଇଥିଲେ। ଉକ୍ତ ପରୀକ୍ଷାର ଫଳାଫଳକୁ ଆଧାର କରି ପରବର୍ତ୍ତୀ ସମୟରେ ଯୋଗ୍ୟ ବିବେଚିତ ପ୍ରତିଯୋଗୀମାନଙ୍କୁ  ପ୍ରଗତି ପ୍ରତିଭା ପୁରସ୍କାରରେ ପୁରସ୍କୃତ କରାଯିବା ସହିତ ଆଗାମୀ ଶିକ୍ଷା ବର୍ଷରେ ଯୁକ୍ତ ଦୁଇ ବିଜ୍ଞାନ ବିଭାଗରେ ଦୁଇ ବର୍ଷ ପର୍ଯ୍ୟନ୍ତ ବିନା ଶୁଳ୍କରେ ପଢ଼ିବାର ସୁଯୋଗ ଦିଆଯିବ ବୋଲି ଅନୁଷ୍ଠାନର ମୁଖ୍ୟ ଅଜୟ ପଣ୍ଡା ଘୋଷଣା କରିଥିଲେ। ଏହା ସହିତ ଶ୍ରେଷ୍ଠ ୫୦ ଜଣ ମେଧାବୀ ଛାତ୍ରଛାତ୍ରୀ  ମେଧାବୃତ୍ତି ପାଇବା ସଙ୍ଗେ ଉକ୍ତ ଅନୁଷ୍ଠାନରେ ପଢ଼ିବାର ସୁବିଧା ପାଇ ପାରିବେ ବୋଲି ଶ୍ରୀ ପଣ୍ଡା ସୂଚନା ଦେଇଥିଲେ। ଏହି ଅବସରରେ ସମସ୍ତ ଅଭିଭାବକ ଓ ଅଭିଭାବିକାମାନଙ୍କୁ ନେଇ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଥିଲା। ପୂର୍ବରୁ ସ୍କୁଲ ସ୍ତରରେ ଅନୁଷ୍ଠିତ ହୋଇଥିବା ଟ୍ୟାଲେଣ୍ଟ ହଣ୍ଟ ପରୀକ୍ଷାର ସମସ୍ତ କୃତି ପ୍ରତିଯୋଗୀମାନଙ୍କୁ ପ୍ରମାଣପତ୍ର ଓ ଟ୍ରଫି ପ୍ରଦାନ କରିବା ସହିତ ଏହି ପ୍ରତିଭା ପରୀକ୍ଷାରେ ଅଂଶ ଗ୍ରହଣ କରିଥିବା ସମସ୍ତ ଛାତ୍ରଛାତ୍ରୀଙ୍କୁ ପ୍ରମାଣପତ୍ର ପ୍ରଦାନ କରାଯାଇଥିଲା। ଦୀର୍ଘ ଏକ ଦଶନ୍ଧିରୁ ଉର୍ଦ୍ଧ୍ବ ସମୟ ଧରି ଏହି ଅନୁଷ୍ଠାନ ଶିକ୍ଷା କ୍ଷେତ୍ରରେ ଏକ ବୈପ୍ଳବିକ ପରିବର୍ତ୍ତନ ଆଣିବାରେ ସକ୍ଷମ ହୋଇପାରିଛି। ଗତ ଶିକ୍ଷାବର୍ଷମାନଙ୍କରେ  ପଶ୍ଚିମ ଓଡିଶା ତଥା ଦକ୍ଷିଣ ଓଡ଼ିଶାର ସମଗ୍ର ୧୨ ଗୋଟି ଜିଲ୍ଳା ମଧ୍ୟରେ ସର୍ବାଧିକ ୯୦ ପ୍ରତିଶତରୁ ଉର୍ଦ୍ଧ୍ବ ନମ୍ବର ରଖି ପ୍ରଗତି ଅନୁଷ୍ଠାନରୁ ଛାତ୍ରଛାତ୍ରୀମାନେ ଉତ୍ତୀର୍ଣ୍ଣ ହୋଇଛନ୍ତି । ଏପରିକି ମେଡିକାଲ, ଇଂଜିନିୟରିଂ ପ୍ରବେଶିକା ପରୀକ୍ଷାଗୁଡିକରେ ମଧ୍ୟ ପ୍ରଗତି ଅନୁଷ୍ଠାନର ଅନେକ ଛାତ୍ରଛାତ୍ରୀ ଉତ୍ତୀର୍ଣ୍ଣ ହୋଇ ରାଜ୍ୟ ପାଇଁ ଗୌରବ ଆଣିବାରେ ସକ୍ଷମ ହୋଇଛନ୍ତି।  ଏହି ଅନୁଷ୍ଠାନର ଅନବରତ ପ୍ରଚେଷ୍ଟା ଓ ସଫଳତାଦ୍ୱାରା ଅଭିଭାବକ ଓ ଅଭିଭାବକ ମହଲରେ ଏକ ସନ୍ତୋଷଜନକ ବାତାବରଣ ସୃଷ୍ଟି କରିପାରିଛି ବୋଲି ଅଭିଭାବକମାନେ ମତବ୍ୟକ୍ତ କରିଛନ୍ତି। ଏହି କାର୍ଯ୍ୟକ୍ରମରେ ପ୍ରଗତି ଶିକ୍ଷାନୁଷ୍ଠାନର ମୁଖ୍ୟ ଇଂ ଅଜୟ କୁମାର ପଣ୍ଡା, ପ୍ରଶାସନିକ ଅଧିକାରୀ ପ୍ରଣବ କୁମାର ପଣ୍ଡା, ପରିଚାଳନା ସମିତିର ସଦସ୍ୟ ଲକ୍ଷ୍ମୀକାନ୍ତ ବେହେରା,  ଅଧ୍ୟକ୍ଷ ଶେଷଦେଵ ମୁଣ୍ଡ, ଉପାଧ୍ୟକ୍ଷ ଅଶୋକ କୁମାର ସାହୁ, ମୁଖ୍ୟ ଶିକ୍ଷା ସଂଯୋଜକ ଅଞ୍ଜନ କୁମାର ରଣା,  କଂସେପ୍ଟ ସ୍କୁଲ ଅଧ୍ୟକ୍ଷ ଚିନ୍ମୟ ଗୁରୁ ପ୍ରମୁଖ ଯୋଗଦାନ କରିଥିଲେ। ଏହି ପ୍ରଗତି ପ୍ରତିଭା ପରୀକ୍ଷାରେ ବିନୋଦ ବିହାରୀ ପ୍ରଧାନ,  ଶଶି ଭୂଷଣ ଦାସ, ସସ୍ମିତା ସାହୁ, ବିଦ୍ୟା ସାଗର ମୁଣ୍ଡ,  ଶୁକଦେବ ସାହୁ, ଗୌତମ ଟୋଲ୍ଟିଆ, ଅମ୍ଳାନ ପ୍ରସାଦ ଅଗସ୍ତି, ଇପ୍ସିତା ସ୍ୱାଇଁ, ନିର୍ଲିପ୍ତା ଯୋଶୀ, ନିକିତା ମେହେର, ଜୟ ପ୍ରକାଶ ଖୁରା, ବସନ୍ତ କାଲସାଇ, ଶିବାଙ୍ଗୀ ପଣ୍ଡା, ପ୍ରଫୁଲ୍ଲ ନାଏକ, ରମେଶ କୁଅଁର, ଅଭିଷେକ ପଟ୍ଟନାୟକ, ହେମନ୍ତ ବାଗ, ଗିରିଶ ଚନ୍ଦ୍ର ଭୋଇ, ନିର୍ମଳ ମହାନ୍ତି, ଇଭି ଆନି ଫିଲିପ, ଇକ୍ସିତା ପଟ୍ଟଯୋଶୀ, ନମ୍ରତା ପଟ୍ଟନାୟକ, ପ୍ରିୟଙ୍କା ପ୍ରଧାନ, ବାବୁଲା ମେହେର, ଜିତେନ୍ଦ୍ର ନାଏକ, ଅବନୀ କୁମାର ଦାସ, ଶୁଭେନ୍ଦୁ ଶେଖର ସାହୁ,  ବିରେନ୍ଦ୍ର କୁମାର ପଟ୍ଟନାୟକ, ଗୁଣସାଗର ସାହୁ, ଚିନ୍ମୟ ବିଶି ପ୍ରମୁଖ ପରୀକ୍ଷା ପରିଚାଳନାରେ ସହଯୋଗ କରିଥିଲେ। ଉକ୍ତ କାର୍ଯ୍ୟକ୍ରମରେ ଅଧ୍ୟାପକ ରମେଶ କୁଅଁର ମଞ୍ଚ ପରିଚାଳନା କରିଥିବା ବେଳେ ଅଧ୍ୟକ୍ଷ ଶେଷଦେବ ମୁଣ୍ଡ  ଧନ୍ୟବାଦ ଅର୍ପଣ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.