ବ୍ଳକସ୍ତରୀୟ ଟେଣ୍ଟ ହାଉସ ମାଲିକ ସଂଘର ବୈଠକ

ଓଡ଼ିଆ ବାର୍ତ୍ତା/ କୋକସରା (ହିରଣ୍ୟ ବେହେରା): କୋକସରା ବ୍ଳକ ଫୁପଗାଁ ଖେଳପଡିଆଠାରେ ରବିବାର ବ୍ଳକସ୍ତରୀୟ ଟେଣ୍ଡ ହାଉସ ମାଲିକ ସଂଘର ବାର୍ଷିକ ସମାବେଶ ଅନୁଷ୍ଠିତ ହୋଇଛି। ସଂଘର ସଭାପତି ଅଶୋକ ନାଏକଙ୍କ ସଭାପତିତ୍ବରେ ଏନେଇ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଧର୍ମଗଡ଼ ବିଧାୟକ ସୁଧୀର ପାଟ୍ଟଯୋଷୀ ଯୋଗଦେଇ ଥିଲେ। ଧର୍ମଗଡ଼ ଉପଖଣ୍ଡସ୍ତରୀୟ ଟେଣ୍ଟ ହାଉସ ମାଲିକ ସଂଘର ସମ୍ପାଦକ ରାମଦାସ ମେହେର ମୁଖ୍ୟବକ୍ତା, କୋକସରା ବ୍ଲକ ସାମ୍ବାଦିକ ସଂଘର ସଭାପତି ଚକ୍ରଧର ବେଶ୍ରା, ମନୋରଞ୍ଜନ ପାଟ୍ଟଯୋଶୀ, ନରେନ୍ଦ୍ର ପ୍ରଧାନୀ, ବ୍ଲକ ଟେଣ୍ଟ ହାଉସ ମାକିକ ସଂଘର ସମ୍ପାଦକ ଗୋବିନ୍ଦ ମାଝୀ, ବିଜେପି କର୍ମକର୍ତ୍ତା ଶେଷଦେବ ମୁଣ୍ଡ, ସାନପୋଡ଼ାଗୁଡା ସରପଞ୍ଚ ଜୟରାମ ନାଗ, କାମାକ୍ଷ ପ୍ରସାଦ ପ୍ରଧାନୀ ପ୍ରମୁଖ ସମ୍ମାନିତ ଅତିଥି ଭାବେ ମଞ୍ଚାସୀନ ହୋଇଥିଲେ। ଟେଣ୍ଡ ହାଉସ୍ ମାଲିକ ମାନେ ସମସ୍ତେ ସମସ୍ତଙ୍କ ସହ ମିଳିମିଶି କାମ କରିବା, କିଏ କାହାକୁ ପ୍ରତିଯୋଗିତା ନ କରି ସୁନ୍ଦର ଭାବରେ କାମ କରି ଲୋକଙ୍କୁ ଉତ୍ତମ ସେବା ଯୋଗାଇଦେବା ପାଇଁ ଅତିଥି ମାନେ ମତବ୍ୟକ୍ତ କରିଥିଲେ। ଏହି କ୍ରମରେ କୋକସରା ଟେଣ୍ଡ ହାଉସ୍ ମାଲିକ ସଂଘ ପକ୍ଷରୁ ବିଧାୟକଙ୍କୁ ସଂଘର କାର୍ଯ୍ୟାଳୟ ନିର୍ମାଣ ପାଇ ତାଙ୍କ ପାଣ୍ଠିରୁ ଅନୁଦାନ ଦେବାପାଇଁ ଅନୁରୋଧ କରିଥିଲେ। ତେବେ ବିଧାୟକ ଶ୍ରୀପାଟ୍ଟଯୋଷୀ ମଧ୍ୟ ତାଙ୍କ ପାଣ୍ଠିରୁ ଅନୁଦାନ ଯୋଗାଇଦେବାକୁ ପ୍ରତିଶ୍ରୁତି ଦେଇଥିଲେ। ଏହି ଅବସରରେ ବ୍ଳକ ଟେଣ୍ଡ ହାଉସ୍ ମାଲିକ ସଂଘର କିଛି ସଦସ୍ୟଙ୍କୁ ପରିଚୟପତ୍ର ପ୍ରଦାନ କରାଯାଇଥିଲା। ଦିତୀୟ ଅଧୀବେଶନରେ ସଂଘର ବିଭିନ୍ନ ବିଷୟରେ ଆଲୋଚନା ହୋଇଥିଲା। କାର୍ଯ୍ୟକ୍ରମକୁ ସଂଘର ସହ ସମ୍ପାଦକ ଚିନ୍ତାମଣି ପଟେଲ ସଂଯୋଜନା କରିଥିଲେ। ସଂଘର ଉପ-ସଭାପତି ପ୍ରଭାତ ଚଣ୍ଡୀ, ସମ୍ପାଦକ ଗୋବିନ୍ଦ ମାଝୀ, କୋଷାଧ୍ୟକ୍ଷ ମନ୍ମଥ ନାଥ, କାର୍ଯ୍ୟକ୍ରମ ସଂଯୋଜକ ଦେବେନ୍ଦ୍ର ଦାସ, ବରିଷ୍ଠ ସଦସ୍ୟ, ଭୂପେନ୍ଦ୍ର ପଟ୍ଟନାୟକ,ରଜନୀ ମହାରଣା, ଲୋକନାଥ ଚଣ୍ଡି, ତ୍ରିଲୋଚନ ମାଝୀ ସମେତ ବ୍ଳକର ୧୧୯ ଗୋଟି ଟେଣ୍ଟ ହାଉସର ମାଲିକମାନେ ଯୋଗଦେଇଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.