ଫକିର ପଟ୍ଟନାୟକଙ୍କ ସ୍ମୃତିରେ ସଙ୍ଗୀତ ଓ ନୃତ୍ୟ କାର୍ଯ୍ୟକ୍ରମ

ଓଡିଆ ବାର୍ତ୍ତା/ ସୁବର୍ଣ୍ଣପୁର (ରାଜ କିଶୋର ତ୍ରିପାଠୀ): ସମ୍ବଲପୁରୀ ସଂଗୀତର ବାଦଶାହା ସ୍ବର୍ଗତ ଫକିର ପଟ୍ଟନାୟକଙ୍କ ସ୍ମୃତିରେ ସୋନପୁର ଭୀମ ଭୋଇ କଳା ପରିଷଦ ପକ୍ଷରୁ ପୁରୁଣା ଟାଉନହଲ୍ ପରିସରରେ ସଂଗୀତ ଓ ନୃତ୍ୟ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଭୀମଭୋଇ କଳା ପରିଷଦର ସଭାପତି ପ୍ରତ୍ୟୁଷ ମେହେରଙ୍କ ସଭାପତିତ୍ବରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଜଷ୍ଟିସ ଚିତ୍ତରଞ୍ଜନ ଦାଶ ମୁଖ୍ୟ ଅତିଥି, ସୋନପୁର ପୌରାଧ୍ୟକ୍ଷା ତାମସି ତାମସ୍ମିତା ନାୟକ, ସମାଜସେବୀ ଶ୍ରୀବତ୍ସ ମଲ୍ଲିକ, ମମତା ଦାସ ଓ ଆଶିଷ ବାରିକ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ। ସ୍ଵର୍ଗତ ଫକିର ପଟ୍ଟନାୟକଙ୍କ ସଂଗୀତ ସାଧନା ଅବର୍ଣ୍ଣନୀୟ ତଥା ଅତୁଳନୀୟ ବୋଲି ଅତିଥିମାନେ ମତ ପ୍ରକାଶ କରିଥିଲେ। ଏହି ଅବସରରେ କଳା ଓ ସାହିତ୍ୟ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ୨୬ ଜଣ ବିଶିଷ୍ଟ ବ୍ୟକ୍ତିଙ୍କୁ ସମ୍ବଦ୍ଧିତ କରାଯାଇଥିଲା। ଏହି ଅବସରରେ ସଂଗୀତ ଓ ନୃତ୍ୟ କାର୍ଯ୍ୟକ୍ରମରେ ଦୁଲୁକି ଥିଲା ମଞ୍ଚ। ଭୀମଭୋଇ କଳା ପରିଷଦର ସମ୍ପାଦକ ଉମେଶ କୁମ୍ଭାର ବିବରଣୀ ପାଠ କରିଥିଲା ବେଳେ ଏଥିରେ ଶତ୍ରୁଘ୍ନ ଲୁହା, ପରେଶ ମେହେର, ମନୋଜ ବାରିକ, ପଦ୍ମଲୋଚନ ସାହୁ, ଶଙ୍କର ମେହେର, ଜଗନ୍ନାଥ ସୁନା, ଚିତ୍ତରଞ୍ଜନ କୁମ୍ଭାର ପ୍ରମୁଖ ସହଯୋଗ କରିଥିଲେ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.