ଓଡ଼ିଆ ବାର୍ତ୍ତା/ ଟିକ୍ରାପଡ଼ା (ରମାକାନ୍ତ ରାଜପଲିଆ): ବଲାଙ୍ଗୀର ଜିଲ୍ଲା ସଇଁତଲା ବ୍ଲକ ଟିକ୍ରାପଡ଼ା ଗ୍ରାମ ସ୍ଥିତ ଏସବିଆଇ ଏଟିଏମ ୧୫ ଦିନରୁ ଉର୍ଦ୍ଧ୍ୱ ହେବ ଅଚଳ ହୋଇପଡିଛି । ଫଳରେ ଏହି ଏଟିଏମ ଉପରେ ନିର୍ଭର କରୁଥିବା ସଇଁତଲା ଓ ମୁରିବାହାଲ ବ୍ଲକର ୪୦ରୁ ଉର୍ଦ୍ଧ୍ୱ ଗାଁର ଲୋକଙ୍କ ସମେତ ପଥଚାରୀ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ବିଶେଷତଃ ପେନସନଭୋଗୀ ଓ ମଣ୍ଡିରେ ଖରିଫ ଧାନ ବିକ୍ରି କରିଥିବା ଚାଷୀ ଧାରକରଜ ସୁଝିବା ପାଇଁ ଟଙ୍କା ଉଠାଣ କରିନପାରି ହଇରାଣ ହେଉଥିବା ପରିଲକ୍ଷିତ ହେଉଛି । ବିଭାଗୀୟ କର୍ତ୍ତୃପକ୍ଷ ଶୀଘ୍ର ଏଟିଏମ ସଚଳ ନେଇ ପଦକ୍ଷେପ ଗ୍ରହଣ କରିବାକୁ ଦାବି ହେଉଛି ।