ସହକାରୀ ଶିକ୍ଷକ ସଂଘର ଜିଲ୍ଲାସ୍ତରୀୟ ବୈଠକ ଅନୁଷ୍ଠିତ

ଓଡ଼ିଆ ବାର୍ତ୍ତା/ ନବରଙ୍ଗପୁର: ଡାବୁଗାଁ ବ୍ଲକ ସମ୍ମିଳନୀ କକ୍ଷ ଠାରେ ସହକାରୀ ଶିକ୍ଷକ ସଙ୍ଘର ଜିଲ୍ଲାସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ସଭାରେ ଏକ୍ସ କେଡର ଶିକ୍ଷକ ମାନଙ୍କ ବିଭିନ୍ନ ସମସ୍ୟା ବିଷୟରେ ଆଲୋଚନା ହୋଇଥିଲା।  ଏହି କାର୍ଯ୍ୟକ୍ରମରେ ମଞ୍ଚାସିନ ଥିଲେ ସହକାରୀ ଶିକ୍ଷକ ମହାସଙ୍ଘର ସାଧାରଣ ସମ୍ପାଦକ ହାନେଶ ପାତ୍ର, ନବରଙ୍ଗପୁର ଜିଲ୍ଲା ସମ୍ପାଦକ ଦିଲୀପ କୁମାର ସ୍ୱାଇଁ, ଜିଲ୍ଲା ଉପସଭାପତି ପ୍ରଦୀପ କୁମାର ପଢି, ମଙ୍ଗଳା ବେହେରା, ଡାବୁଗାଁ ବ୍ଲକ ସଙ୍ଘର ଉପସଭାପତି ନରସିଂ ଭତ୍ରା, ଡାବୁଗାଁ ବ୍ଲକ ସଙ୍ଘ ସମ୍ପାଦକ ଜିତେନ୍ଦ୍ର ମାଝୀ। ବୈଠକରେ ନବରଙ୍ଗପୁର ଜିଲ୍ଲାର ୧୦ ଟି ବ୍ଲକର ପ୍ରାୟ ଶହେରୁ ଉର୍ଦ୍ଧ ସହକାରୀ ଶିକ୍ଷକ ସଙ୍ଘର ଏକ୍ସ କେଡର ଶିକ୍ଷକ ମାନେ ଉପସ୍ଥିତ ଥିଲେ। କାର୍ଯ୍ୟକ୍ରମର ସଭାପତିତ୍ୱ କରିଥିଲେ ଜିଲ୍ଲା ସମ୍ପାଦକ ଦିଲୀପ କୁମାର ସ୍ୱାଇଁ ଏବଂ ଏହାର ଆୟୋଜନ କରିଥିଲେ ଡାବୁଗାଁ ବ୍ଲକ ସମ୍ପାଦକ ଜିତେନ୍ଦ୍ର ମାଝୀ, ତାଙ୍କୁ ସହଯୋଗ କରିଥଲେ ଚେନବାବୁ, ରବି, ଲାଣ୍ଡୁ ପଢି ଏବଂ ଡାବୁଗାଁ ଅଂଚଳର ସହକାରୀ ଶିକ୍ଷକ ମାନେ। 

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.