ଲାଲମନି କ୍ରିକେଟ, ବାପୁଜୀ କ୍ଳବ୍ ଭୁବନେଶ୍ବର ଫାଇନାଲକୁ ଉତ୍ତୀର୍ଣ୍ଣ

ଓଡିଆ ବାର୍ତ୍ତା/ ସୁବର୍ଣ୍ଣପୁର (ରାଜ କିଶୋର ତ୍ରିପାଠୀ): ସୁବର୍ଣ୍ଣପୁର ଗାନ୍ଧି ଷ୍ଟାଡିୟମ ଠାରେ ଚାଲଥୁବା ୩୬ ତମ ସର୍ବଭାରତୀୟ ଲାଲମନୀ କ୍ରିକେଟ ଟୁର୍ଣ୍ଣାମେଣ୍ଟର ଆଜି ଦ୍ଵିତୀୟ ସେମି ଫାଇନାଲ ମ୍ୟାଚ ହୋଇଯାଇଛି। ଏଥିରେ ଭୁବନେଶ୍ୱରର ବାପୁଜୀ କ୍ଲବ ଭାଇଜାଗ୍‌ର ନବଚିପ୍ କ୍ରିକେଟ ଏକାଡେମୀକୁ ହରାଇ ଫାଇନାଲକୁ ଉନ୍ନୀତ ହୋଇଛି। ଟି-୨୦ ଫର୍ମାଟ ବିଶିଷ୍ଟ ମ୍ୟାଚରେ ଭାଇଜାଗ ଦଳ ପ୍ରଥମେ ବ୍ୟାଟିଂ କରି ୨୦ ଓଭରରେ ୯ ୱିକେଟ ହରାଇ ୧୭୪ ରନ କରିଥିଲା। ଜବାବରେ ଭୁବନେଶ୍ୱର ଦଳ ୧୫.୨ ଓଭରରେ ୪ ୱିକେଟ ହରାଇ ୧୭୫ରନ କରିଥିଲା। ଟି-୧୦ ଫର୍ମାଟ ବିଶିଷ୍ଟ ମ୍ୟାଚ୍ରେ ଭାଇଜାଗ ଦଳ ୭.୫ ଓଭରରେ ସମସ୍ତ ୱିକେଟ ହରାଇ ୫୯ରନ କରିଥିଲା। ଜବାବରେ ଭୁବନେଶ୍ଵର ଦଳ ୬.୪ ଓଭରରେ ୨ଟି ୱିକେଟ ହରାଇ ୬୨ରନ କରି ବିଜୟୀ ହୋଇଥିଲେ। ଆଜି ଅତିଥି ଭାବେ ପ୍ଲାବନ ମହାପାତ୍ର, ରମଣ ପ୍ରଧାନ ଓ ଶୈଳରଞ୍ଜନ ବାଦୀ ଯୋଗଦେଇ ଭୁବନେଶ୍ୱରର ରାକେଶ ପଟ୍ଟନାୟକଙ୍କୁ ମ୍ୟାନ୍ ଅଫ୍ ଦି ମ୍ୟାଚ୍ ଭାବେ ପୁରସ୍କୃତ କରିଥିଲେ। ପୃଥ୍ବୀରାଜ ମିଶ୍ର ଓ ଶ୍ୟାମସୁନ୍ଦର ପଣ୍ଡା ମ୍ୟାଚ୍ ପରିଚାଳନା କରିଥିଲେ। ପ୍ରଦୀପ୍ତ ସେଠୀ ସ୍କୋରର ଏବଂ ଦୀନେଶ ଘିବିଲା ଓ ବିଶ୍ଵନାଥ ନାୟକ ଅନଲାଇନ ସ୍କୋରର ଥିଲେ। ଅଚ୍ୟୁତ ମିଶ୍ର, ବି.ଏସ ରାଓ, ପାର୍ଥସାରଥୀ ଦାଶ ଓ ଆନନ୍ଦ ବାଗ ପ୍ରମୁଖ ଧାରାବିବରଣୀ କରିଥିଲେ। ଆସନ୍ତାକାଲି ଉଦ୍‌ଯାପନୀ ସମାରୋହରେ ବିଶେଷ ଅତିଥି ଭାବରେ ଅନ୍ତର୍ଜାତିକ କ୍ରିକେଟ ତାରକା ସୌରଭ ତିୱାରୀ ଯୋଗଦେବାର କାର୍ଯ୍ୟକ୍ରମ ରହିଛି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.